ଆଜି ଏଭଳି ସ୍ଥିତି ଉପୁଜିଛି ଅନୁଗୋଳ ହରିମହୁରୀ ଛକରେ ଥିବା ଜିଲ୍ଲା ମୁଖ୍ୟ ଶାଖାରେ। ଗତବର୍ଷ ମେ ମାସରେ ଏହି ବ୍ୟାଙ୍କରେ ଦିନ ଦ୍ବିପ୍ରହରରେ ସଶସ୍ତ୍ର ଡକାୟତି ହୋଇଥିଲା । ଯେଉଁଥିରେ ବ୍ୟାଙ୍କରେ ଥିବା ସମସ୍ତ ବନ୍ଧକ ସୁନାକୁ ଲୁଟି ନେଇଥିଲେ ଲୁଟେରା।
ଏବେ ସୁନା ବନ୍ଧକ ରଖିଥିବା ଗ୍ରାହକଙ୍କୁ ଠିକ ଭାବେ ସୁନା କି ଟଙ୍କା ଫେରାଉ ନାହିଁ ବ୍ୟାଙ୍କ। ମୂଳ ଟଙ୍କାରୁ କାଟି ନିର୍ଦ୍ଧାରିତ ହାରରେ ସୁଧ ନେବାରୁ ଲୋକେ ନିଜର ଉଚିତ ଟଙ୍କା ପାଇବାକୁ ଦାବି କରି ଆସୁଥିଲେ ମଧ୍ୟ ବ୍ୟାଙ୍କ ସେମାନଙ୍କ କଥା ଶୁଣୁନାହିଁ। ଯାହାଫଳରେ ଏଭଳି ସ୍ଥିତି ଉପୁଜିଛି । ସେପଟେ ବ୍ୟାଙ୍କ ମ୍ୟାନେଜର ଏହି ଘଟଣାକୁ ନେଇ ମୁହଁ ଖୋଲିନଥିବା ବେଳେ ଘଟଣାକୁ ଏଡାଇଦେବାକୁ ଚେଷ୍ଟା କରିଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ