ETV Bharat / state

ସଞ୍ଜିବନୀ ନେବାକୁ ଆସି ସଂକ୍ରମଣ ନେଇଗଲେ ଶହଶହ ଲୋକେ !

ଅନୁଗୋଳରେ ଟିକା ପାଇଁ ଶହ ଶହ ଲୋକଙ୍କ ଭିଡ । ଜିଲ୍ଲା ପ୍ରଶାସନର ପରିପକ୍ବତା ଉପରେ ପ୍ରଶ୍ନବାଚୀ । ଅଧିକ ପଢନ୍ତୁ...

ସଞ୍ଜିବନୀ ପାଇଁ ଆସି ସଂକ୍ରମଣ ଧରି ଯାଇଥିବେ ଲୋକେ !

author img

By

Published : May 22, 2021, 3:43 PM IST

ଅନୁଗୋଳ: କୋଭିଡ ଟିକା ପାଇଁ ଆସି ଅନୁଗୋଳ ଷ୍ଟାଡିୟମରେ ଏକାଠି ହେଲେ ହଜାର ହାଜର ଲୋକେ । ଯାହାକୁ ଦେଖିଲେ ଲାଗୁଛି ସଞ୍ଜିବନୀ ପାଇଁ ଆସି ସଂକ୍ରମଣ ଘରକୁ ନେଇ ଯାଉଛନ୍ତି । ଜିଲ୍ଲାରେ କୋଭିଡ ସଂକ୍ରମଣ ବୃଦ୍ଧି ଚିନ୍ତାଜନକ ସ୍ଥିତିରେ ଥିବାବେଳେ ଚାରିଦିନ ହେବ ଜିଲ୍ଲାରୁ 800 ରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି ।

ସଞ୍ଜିବନୀ ପାଇଁ ଆସି ସଂକ୍ରମଣ ଧରି ଯାଇଥିବେ ଲୋକେ !

କୋଭିଡ କଟକଣା କଡାକଡି କରାଯାଉଥିଲେ ବି ଅନୁଗୋଳ ପୋୖରାଞ୍ଚଳରେ ଖୋଦ ପୌର ପ୍ରାଶାସନ ଏହି କଟକଣାକୁ ବେଖାତିର କରି ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଥିବା ଅଭିଯୋଗ ହୋଇଛି । ଜୀବନ ବଞ୍ଚାଇବା ପାଇଁ ଆରମ୍ଭ ହୋଇଥିବା ପ୍ରୟାସ ଯେଭଳି ଲୋକଙ୍କୁ ମରଣ ମୁହଁକୁ ଠେଲି ଦେବା ପରି ମନେହେଉଛି । କୋଭିଡ ଟିକା ନେବା ପାଇଁ ଲୋକଙ୍କୁ ଡାକି ଅଯଥା ଭିଡ଼ କରାଯାଇଛି । ଯେଉଁ ଭିଡ଼ କୌଣସି ପୂଜା ସମୟର ଭିଡ଼ ଠାରୁ କମ ନାହିଁ । ହଜାର ହଜାର ଲୋକେ ଅନୁଗୋଳ ଷ୍ଟାଡିୟମ ପଡ଼ିଆରେ ହେଉଥିବା ମେଗା ଟୀକାକରଣ କ୍ୟାମ୍ପକୁ ଆସି ଥିବାବେଳେ ଗେଟ୍ ସମ୍ମୁଖରେ ଭିଡ଼ ଜମାଇଥିଲେ ।

ତେବେ ଜିଲ୍ଲା ପ୍ରାଶାସନ କୋଭିଡ ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତାରେ ଥିବାବେଳେ ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ସମସ୍ତ କଳ, ବଳ କୌଶଳ ଲଗାଉଛନ୍ତି । ମାତ୍ର ଏଭଳି ସ୍ଥିତିରେ ଟିକା ପାଇଁ ଏପରି ଭିଡ଼ ପ୍ରଶାସନ ଅପରିପକ୍ୱତାକୁ ପଦାରେ ପକାଉଥିବେ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.