ETV Bharat / state

Crocodile Census: ସାତକୋଶିଆରେ ଚାଲିଛି କୁମ୍ଭୀର ଗଣନା, ୧୨ଟି ଟିମ ନିୟୋଜିତ

author img

By

Published : Jan 7, 2023, 9:55 AM IST

ସାତକୋଶିଆରେ ଚାଲିଛି କୁମ୍ଭୀର ଗଣନା । କୁମ୍ଭୀର ଗଣନା ପାଇଁ ୧୨ଟି ଟିମ ନିୟୋଜିତ ହୋଇଛନ୍ତି । ଅଧିକ ପଢନ୍ତୁ

Crocodile Census
Crocodile Census
Crocodile Census

ଅନୁଗୋଳ: ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ସାତକୋଶିଆରେ କୁମ୍ଭୀର ଗଣନା । ଏହି ଗଣନା ୪ ଦିନ ଧରି ଚିଲିବ । ଅନୁଗୋଳ ସାତକୋଶିଆ ଅଭୟାରଣ୍ୟର ମହାନଦୀ ସାତକୋଶିଆ ଗଣ୍ଡରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡର ପତାକା ଠାରୁ ଆଠଗଡର ଚକ୍ରଗଡ ପର୍ଯ୍ୟନ୍ତ ଦୀର୍ଘ ୪୦ କିଲୋମିଟର ବ୍ୟାପୀ ମହାନଦୀ ଓ ନଦୀ ଅବବାହିକାରେ କୁମ୍ଭୀର ଗଣନା ହେଉଥିବା ସୂଚନା ରହିଛି ।

ବନବିଭାଗ ଅଧିକାରୀଙ୍କ ସମେତ ଅଭିଜ୍ଞ ସ୍ଵେଚ୍ଛାସେବୀମାନେ ଏହି ଗଣନା କାମରେ ନିୟୋଜିତ ହୋଇଛନ୍ତି । ଦେଶୀ ଡଙ୍ଗା ସାହାଯ୍ୟରେ ଏହି ଗଣନା କାର୍ଯ୍ୟ କରାଯାଉଛି । ଗଣନା ପାଇଁ ସାତକୋଶିଆ ଗଣ୍ଡକୁ ପର୍ଯ୍ୟଟକଙ୍କ ଯିବା ଆସିବା ନେଇ କଟକଣା ମଧ୍ୟ କରାଯାଇଛି । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଗୁମ୍ଭୀର ଗଣନା । ଗଣ୍ଡର ଆଠଗଡ, ଆଠମଲ୍ଲିକ ଓ ମହାନଦୀ ଡିଭିଜନରେ ଏହି ଗଣନା ହେଉଛି ।

ଏହା ମଧ୍ୟ ପଢନ୍ତୁ: ଟ୍ରେନରେ ବେଆଇନ ସିଟ ଦଖଲ, ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା RPF

ସୂଚନାଅନୁସାରେ, ଗତକାଲି କୁମ୍ଭୀର ଗଣନାରେ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ୩ଟି ଟିମରେ ୮ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ । ମୋବାଇଲ୍‌ ଟ୍ରାକିଂ, ଜିପିଏସ୍‌ ଓ ବାଇନାକୁଲାର ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଛି । ଏହାସହ ଆସନ୍ତା ୧୨ ତାରିଖ ଯାଏଁ ପର୍ଯ୍ୟଟକ ମାନେ ବୋଟିଂ କରିପାରିବେନି ବୋଲି କୁହାଯାଇଛି । ସାତକୋଶିଆରେ ମାଛଧରା ଡଙ୍ଗାକୁ ମଧ୍ୟ ବାରଣ କରାଯାଇଛି । ଏହି ଗଣନା କାର୍ଯ୍ୟରେ ମୋଟ ୧୨ଟି ଟିମ ନିୟୋଜିତ ହୋଇଛନ୍ତି । ସେହିପରି ମୟୂରଭଞ୍ଜ ଜିଲା କରଞ୍ଜିଆରେ ମଧ୍ୟ କୁମ୍ଭୀର ଗଣନା ଆରମ୍ଭ ହୋଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.