ETV Bharat / state

ମିଳୁନି ଅନୁଦାନ; ଧାର କରି ଗୋଶାଳା ଚଲାଉଛନ୍ତି କର୍ତ୍ତୃପକ୍ଷ, CDVO କହିଲେ ଜବତ ଗୋରୁଙ୍କ ପାଇଁ ନାହିଁ ବ୍ୟବସ୍ଥା

ଅନୁଗୋଳ ଗୋଶାଳାରେ ଶତାଧିକ ଗୋସମ୍ପଦ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛନ୍ତି। ପଶୁ ସମ୍ପଦ ବିଭାଗ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

author img

By

Published : Jul 22, 2023, 5:20 PM IST

ଗୋଶାଳାକୁ ମିଳୁନି ଅନୁଦାନ
ଗୋଶାଳାକୁ ମିଳୁନି ଅନୁଦାନ
ଗୋଶାଳାକୁ ମିଳୁନି ଅନୁଦାନ

ଅନୁଗୋଳ: ଗୋସମ୍ପଦର ସୁରକ୍ଷା ପାଇଁ ସରକାର କରିଥିବା ନିୟମକୁ ଉଲଙ୍ଘନ କରାଯାଉଥିବା ଅଭିଯୋଗ ହୋଇଛି । ଫଳରେ ଅନୁଗୋଳ ଗୋଶାଳାରେ ଶତାଧିକ ଗୋସମ୍ପଦ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛନ୍ତି । ସାରା ରାଜ୍ୟରେ ବେଆଇନ ଗୋ ଚାଲାଣ ବନ୍ଦ କରିବା ଏବଂ ଗୋମାତାଙ୍କ ସୁରକ୍ଷା କରିବାକୁ ରାଜ୍ୟ ସରକାର ୨୦୧୯ରେ କଠୋର ନିୟମ ପ୍ରଣୟନ କରିଥିଲେ । Prevention of cruelty to animal Act- 1960 ଅନୁସାରେ ସରକାର ଏହି ସୋସାଇଟିର ଅଧ୍ୟକ୍ଷ ଭାବେ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇଛନ୍ତି ।

ବେଆଇନ ଚାଲାଣ ହେଉଥିବା ଗାଈ ଗୋରୁମାନଙ୍କୁ ଉଦ୍ଧାର କରାଯିବା ପରେ ସେମାନଙ୍କ ପାଇଁ ଆବଶ୍ୟକ ଆଶ୍ରୟସ୍ଥଳ ନିର୍ମାଣ କରିବା, ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ଅନୁଗୋଳ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କାରଣ ବିଗତ ୩/୪ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ 300ରୁ ଅଧିକ ଗୋ ସମ୍ପଦ ଉଦ୍ଧାର କରାଯାଇଛି। ଅନୁଗୋଳ ରନ୍ତଳେଇଠାରେ ଥିବା ଗୋଶାଳାରେ ରଖାଯାଇଛି। ହେଲେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ପୂର୍ବରୁ ସେହି ଗୋଶାଳାରେ 400ରୁ ଅଧିକ ଗାଈଗୋରୁ ରହୁଥିବାବେଳେ ଏବେ ସେଠାରେ ପ୍ରାୟ 800ରୁ ଅଧିକ ଗାଈ ଗୋରୁ ରହୁଛନ୍ତି। ହେଲେ ଏତେ ସଂଖ୍ୟକ ଗାଈ ଗୋରୁଙ୍କ ପାଇଁ ରହିବା ବ୍ୟବସ୍ଥା କରାଯାଇନଥିବାବେଳେ ଖାଇବା ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ ମଧ୍ୟ ନାହିଁ।

ପଶୁ ସମ୍ପଦ ବିଭାଗ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଗୋଶାଳା କର୍ତ୍ତୃପକ୍ଷ କହିଛନ୍ତି, "ଧାର କରଜ କରି ଏବଂ ବିଭିନ୍ନ ବଦାନ୍ୟ ବ୍ୟକ୍ତି ମାନଙ୍କ ଠାରୁ ଅନୁଦାନ ଆଣି ସେମାନଙ୍କୁ ଖାଇବାକୁ ଦେଉଛୁ । ହେଲେ ରହିବା ବ୍ୟବସ୍ଥା କରିବା ସମ୍ଭବ ହୋଇ ପାରୁନାହିଁ । ଫଳରେ ଶତାଧିକ ଗାଈ ଗୋରୁ ନିକଟରେ ଥିବା ଏକ ଉଚ୍ଚ ଶକ୍ତି ସମ୍ପନ୍ନ ଟାୱାର ତଳେ ରହିଛନ୍ତି।" ତେବେ ବିଭାଗୀୟ ଅଧିକାରୀମାନଙ୍କ ଇଛାଶକ୍ତି ଅଭାବରୁ ଗୋ ସମ୍ପଦ ବିପଦରେ ଥିବା ନେଇ ଅଭିଯୋଗ ହୋଇଛି।

ଏହା ମଧ୍ୟ ପଢନ୍ତୁ...ଖୋର୍ଦ୍ଧାରେ ବେଆଇନ ଗୋରୁ ଚାଲାଣ, 2 ଜଣଙ୍କୁ ଗଛରେ ବାନ୍ଧିଲେ ଲୋକେ

ସେପଟେ ଗୋଶାଳାରେ ଦୁଗ୍ଧ ଓ ଗୋବର ବିକ୍ରି ବାବଦରେ ମାସିକ ପ୍ରାୟ ୩/୪ଲକ୍ଷ ଟଙ୍କା ଆୟ ହେଉଛି। କିନ୍ତୁ 800 ଗାଈ ଗୋରୁଙ୍କ ପାଇଁ ଖାଦ୍ୟ ଓ ସଫେଇ କର୍ମଚାରୀଙ୍କ ବାବଦରେ ମାସକ ପ୍ରାୟ ୧୨ ରୁ ୧୪ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ତେଣୁ "ଏତେ ଟଙ୍କା ଆସିବ କେଉଁଠୁ ?" ବୋଲି ଗୋଶାଳା କର୍ତ୍ତୃପକ୍ଷ ଓଲଟା ପ୍ରଶ୍ନ କରିଛନ୍ତି। ଗୋଶାଳା କର୍ତ୍ତୃପକ୍ଷ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ଏବଂ ଆଶ୍ରୟସ୍ଥଳ ନିର୍ମାଣ କରିବା ପାଇଁ ବାରମ୍ବାର ଜିଲା ପ୍ରଶାସନକୁ ଗୁହାରି କରିଛନ୍ତି। ହେଲେ କେହି ସେମାନଙ୍କ ଗୁହାରି ନଶୁଣିବାରୁ ଗୋଶାଳା କର୍ତ୍ତୃପକ୍ଷ ବାଧ୍ୟ ହୋଇ ଏହା ବିରୁଦ୍ଧରେ ଆଇନର ଆଶ୍ରୟ ନେଇଛନ୍ତି।

ଅନ୍ୟପଟେ ଗୋଶାଳା କର୍ତ୍ତୃପକ୍ଷ ୨କୋଟିରୁ ଅଧିକ ଟଙ୍କା କରଜ କରିଥିବା ଅଭିଯୋଗ କରିଛନ୍ତି। ଏତେ ଟଙ୍କା କରଜ କରିଥିବାରୁ ଆଉ ଦୋକାନୀ ମାନେ ବାକିରେ ଦାନା ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ଦେଉ ନାହାନ୍ତି। ତେଣୁ 800 ଗୋରୁଙ୍କ ଜୀବନ କିଭଳି ବଞ୍ଚିବ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଗୋଶାଳା କର୍ତ୍ତୃପକ୍ଷ। ଏ ସମସ୍ତ ଘଟଣାକୁ ଦେଖିଲେ ଗୋ ସମ୍ପଦ ସମ୍ପୂର୍ଣ୍ଣ ବିପଦରେ ଥିବା ଜଣା ପଡୁଛି। ଜିଲ୍ଲାରେ ଏକମାତ୍ର ଗୋଶାଳାରେ ବେଆଇନ ଗୋଚାଳନ ସମୟରେ ଜବତ ହେଉଥିବା ଗାଈ ଗୋରୁଙ୍କୁ ରଖାଯାଏ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଆଉ ଜବତ କରାଗଲେ ମଧ୍ୟ ଗୋଶାଳାରେ ଗାଈ ଗୋରୁ ରଖା ଯାଇପାରିବ ନାହିଁ ବୋଲି ଗୋଶାଳା କର୍ତ୍ତୃପକ୍ଷ ସିଧା ସଳଖ ଜଣାଇ ଦେଇଛନ୍ତି। ଏହାକୁ ନେଇ ପ୍ରଶାସନ ଓ ଗୋଶାଳା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚାଲିଛି ଟଣା ଓଟରା। ଏହାରି ଭିତରେ ଶତାଧିକ ଗାଈ ଗୋରୁଙ୍କ ଜୀବନ ବିପଦରେ ରହିଛି।

ଏପଟେ ଅନୁଗୁଳ ସିଡିଭିଓ କହିଛନ୍ତି, "ବେଆଇନ ଗୋରୁ ଚାଲାଣ ହେଉଥିବାବେଳେ ଜବତ ହେଉଥିବା ଗାଈ ଗୋରୁଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.