ETV Bharat / state

ସାବିତ୍ରୀ ପାଇଁ ଲୋକେ ଭୁଲିଗଲେ କୋରୋନା କଟକଣା - ସାବିତ୍ରୀ ବ୍ରତ ଅପଡେଟ ନ୍ୟୁଜ

ସାବିତ୍ରୀ ପାଇଁ ଲୋକେ ଭୁଲିଗଲେ କୋରୋନା କଟକଣା । ଅଧିକ ସଂକ୍ରମିତ ଜିଲ୍ଲାରେ ବି ଲୋକେ ମାନିଲେ ନି କଟକଣା । ଅଧିକ ପଢନ୍ତୁ...

ସାବିତ୍ରୀ ପାଇଁ ଲୋକେ ଭୁଲିଗଲେ କୋରୋନା କଟକଣା
ସାବିତ୍ରୀ ପାଇଁ ଲୋକେ ଭୁଲିଗଲେ କୋରୋନା କଟକଣା
author img

By

Published : Jun 9, 2021, 2:12 PM IST

ଅନୁଗୋଳ: ଆସନ୍ତାକାଲି ସାବିତ୍ରୀ ବ୍ରତ । ଯାହା ପାଳନ ଉପରେ ଲାଗିଛି କଟକଣା ତଥାପି ଅମାନିଆ ମାନୁ ନାହାଁନ୍ତି କୋରୋନା କଟକଣା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ।

ସାବିତ୍ରୀ ସାମଗ୍ରୀ କିଣିବା ପାଇଁ ଅନୁଗୋଳ ସହରର ବସଷ୍ଟାଣ୍ଡ ଫଳ ମାର୍କେଟ ଠାରୁ ଆରମ୍ଭ କରି ଡେଲି ମାର୍କେଟ ଓ ଷ୍ଟେଟ ବ୍ୟାଙ୍କ ସମ୍ମୁଖ ମାର୍କେଟରେ ଦେଖିବାକୁ ମିଳିଛି ନାହିଁ ନଥିବା ଭିଡ ।

ସାବିତ୍ରୀ ପାଇଁ ଲୋକେ ଭୁଲିଗଲେ କୋରୋନା କଟକଣା

ଭିଡ ଲାଗୁଥିଲା ଯେପରି ସହରରେ କୋରୋନା ଭୟ ଚାଲିଗଲାଣି । ପୋଲିସ ପହଞ୍ଚି ଅମାନିଆଙ୍କୁ ଘଉଡାଇଥିବା ବେଳେ ବିଭିନ୍ନ ଦୋକାନୀଙ୍କ ଠାରୁ ସାମାଜିକ ଦୂରତା ନିୟମ ଖିଲାପ କରିଥିବା କାରଣରୁ ପାଇଁ ଆଦାୟ କରିଥିଲା ।

ତେବେ ବାରମ୍ବାର ପୌରପାଳିକା ଘୋଷଣା କଲା ପରେ ମଧ୍ୟ ଅମାନିଆ ମାନୁ ନାହାଁନ୍ତି କଟକଣା । ଜିଲ୍ଲାରେ ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ଏଭଳି ଭିଡ ସଂକ୍ରମଣକୁ ଆହୁରି ସଂକ୍ରମଣ ବଢ଼ାଇବାର ଆଶଙ୍କା ସୃଷ୍ଟି କରୁଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.