ETV Bharat / state

ଡରାଇଲାଣି କୋରୋନାର ଦ୍ବିତୀୟ ଲହର, ପୋଲିସର ଯାଞ୍ଚ କଡାକଡି - covid rule

ଅନୁଗୋଳ ଜିଲ୍ଲାରେ କୋରୋନା ଉପରମୁହିଁ ହେବାରେ ଲାଗିଛି । ଏ ନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଛକ ଛକରେ ଯାଞ୍ଚ
ଛକ ଛକରେ ଯାଞ୍ଚ
author img

By

Published : Apr 9, 2021, 10:54 AM IST

ଅନୁଗୋଳ: ଦ୍ବିତୀୟ ଲହରରେ ଜିଲ୍ଲାରେ ଉପର ମୁହାଁ ହୋଇଛି କୋରୋନା ସଂକ୍ରମଣ । ଲୋକଙ୍କ ସଚେତନତା ଅଭାବରୁ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଗତ କିଛି ଦିନ ହେଲା ଦୈନିକ ୨୫ରୁ ୩୦ଜଣ ସଂକ୍ରମଣ ହେଉଛନ୍ତି । ଏ ନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ କଡା କଟକଣା କରାଯାଇଛି ।

ପୋଲିସ ପ୍ରଶାସନର ସ୍ପେଶାଲ ଡ୍ରାଇଭ

ଗତକାଲି ଠାରୁ ପୋଲିସ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଛି । ସମସ୍ତ ଦୋକାନ, ସପିଙ୍ଗ ମଲ ଓ ଅନ୍ୟାନ୍ୟ ସ୍ଥାନରେ ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜ ବାଧ୍ୟତା ମୂଳକ କରାଯାଇଛି । ଏସପିଙ୍କ ତତ୍ୱବାଧାନରେ ଅନୁଗୋଳ ଉପଜିଲ୍ଲାପାଳ, ତହସିଲଦାର, ପୌରପରିଷଦ ନିର୍ବାହୀ ଅଧିକାରୀ ବ୍ୟାପକ ପୋଲିସ ଫୋର୍ସ ସହ ଅନୁଗୋଳ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି ।

ଗୋଟି ଗୋଟି କରି ଛୋଟ ବଡ ଦୋକାନ ଓ ସପିଙ୍ଗ ମଲ ଯାଞ୍ଚ କରାଯାଇଛି । ଛକ ଜାଗାମାନଙ୍କରେ ରହି ଲୋକଙ୍କୁ କଟକଣା ମାନିବାକୁ ତାଗିଦ କରିଥିଲେ। ଯେଉଁମାନେ ମାସ୍କ ପିନ୍ଧି ନଥିଲେ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ଯେଉଁ ଦୋକାନୀମାନେ ନିୟମ ଉଲ୍ଲଘଂନ କରିଥିଲେ ସେଗୁଡିକୁ ସିଲ କରା ଯାଇଛି । ଆଗାମୀ ଦିନରେ ମଧ୍ୟ ଏଭଳି ଅଭିଯାନ ଚାଲୁ ରହିବ । ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ ମଧ୍ୟ ଏମିତି ନିୟମ କଡାକଡି କରାଯିବ। ଜିଲ୍ଲାରେ ଦିନକୁ ଦିନ କୋରୋନା ବ୍ୟାପୁଥିବାରୁ ଏଭଳି କଠୋର ପଦକ୍ଷେପ ନିଆଯୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.