ETV Bharat / state

ଅନୁଗୋଳରେ 150 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦଘାଟିତ - ଅନୁେଗାଳ ଖବର

ସୋମବାର ଅନୁଗୋଳ ଜିଲ୍ଲା ତାଳଚେର ନେହେରୁ ଶତାବ୍ଦୀ ହସ୍ପିଟାଲକୁ କୋଭିଡ 19 ହସ୍ପିଟାଲରେ ପରିଣତ କରାଯାଇଛି । ଏଠାରେ 150ଟି ଶଯ୍ୟା ପ୍ରସ୍ତୁତ କରାଯିବା ସହ 6ଟି ଆଇସିୟୁର ବ୍ୟବସ୍ଥା ମଧ୍ୟ ରହିଛି ।

Covid Hospital with 150 beds has been inaugurated in Anugul
ଅନୁଗୋଳରେ 150 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦଘାଟିତ
author img

By

Published : Apr 20, 2020, 5:45 PM IST

ଅନୁଗୋଳ: ରାଜ୍ୟରେ କୋରୋନାର ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ସବୁ ଜିଲ୍ଲାରେ କୋଭିଡ-19 ହସ୍ପିଟାଲ କାର୍ଯ୍ୟକ୍ଷମ କରାଉଛନ୍ତି । ଏହି କ୍ରମରେ ସୋମବାର ଅନୁଗୋଳ ଜିଲ୍ଲା ତାଳଚେର ନେହେରୁ ଶତାବ୍ଦୀ ହସ୍ପିଟାଲକୁ କୋଭିଡ 19 ହସ୍ପିଟାଲରେ ପରିଣତ କରାଯାଇଛି ।

Covid Hospital with 150 beds has been inaugurated in Anugul
ଅନୁଗୋଳରେ 150 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦଘାଟିତ
Covid Hospital with 150 beds has been inaugurated in Anugul
ଅନୁଗୋଳରେ 150 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦଘାଟିତ

ଜିଲ୍ଲା ପ୍ରଶାସନ ଓ ଏମସିଏଲର ମିଳିତ ସହଯୋଗରେ ସମ ହସ୍ପିଟାଲ ସହ MOU ସ୍ବାକ୍ଷର ହେବା ପରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ଏହି ହସ୍ପିଟାଲକୁ ଉଦଘାଟନ କରିଛନ୍ତି । କୋରୋନା ମୁକାବିଲା ପାଇଁ ହସ୍ପିଟାଲରେ 150ଟି ଶଯ୍ୟା ପ୍ରସ୍ତୁତ କରାଯିବା ସହ 6ଟି ଆଇସିୟୁର ବ୍ୟବସ୍ଥା ମଧ୍ୟ ରହିଛି । ଜିଲ୍ଲା ଖଣିଜ ପାଣ୍ଠି ଏବଂ ଏମସିଏଲ ପାଣ୍ଠିରୁ ଏହି ହସ୍ପିଟାଲ ନିର୍ମାଣ କରାଯାଇଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଏଠାରେ ଚିକିତ୍ସା ପାଇଁ ସାମିଲ ହେବେ ।

ଜିଲ୍ଲାରେ କୋଭିଡ ହସ୍ପିଟାଲର ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସମ୍‌ ହସ୍ପିଟାଲରେ ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ର ଓ ଏମସିଏଲର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ତେବେ ଏହି ହସ୍ପିଟାଲ ଆଖପାଖ ଜିଲ୍ଲାର କୋଭିଡ ଆକ୍ରାନ୍ତଙ୍କୁ ଚିକିତ୍ସା ସୁବିଧା ଯୋଗାଇବ । ସମ ହସ୍ପିଟାଲର ଡାକ୍ତର ମାନଙ୍କ ସହ ଜିଲ୍ଲାର ସ୍ୱାସ୍ଥ୍ୟକର୍ମୀ ଓ ଡ଼ାକ୍ତର ମାନେ ମଧ୍ୟ ଏଠାରେ ଚିକିତ୍ସା ସେବା ଯୋଗାଇବେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.