ETV Bharat / state

ସାମାଜିକ ଦୂରତାକୁ ଆଖିଠାର, ଟିକା ନେବାକୁ କେନ୍ଦ୍ରରେ ଠେଲାପେଲା

author img

By

Published : Jun 18, 2021, 3:10 PM IST

ଅନୁଗୋଳରେ ଟିକା ନେବା ପାଇଁ ଠେଲା ପେଲା । ଭୁଲିଗଲେ ସାମାଜିକ ଦୂରତା । ଅଧିକ ପଢନ୍ତୁ...

ଟିକା ପାଇଁ ହାଉଯାଉ, ସାମାଜିକ ଦୂରତାକୁ ଆଖିଠାର

ଅନୁଗୋଳ: କୋରୋନା ଟିକା ନେବା ପାଇଁ ଆସି ସମାଜିକ ଦୁରତା ଭୁଲିଗଲେ ଲୋକ । ଟିକା ପାଇଁ ଠେଲାପେଲା । ଆଜି(ଶୁକ୍ରବାର) ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳରେ ।

ଜିଲ୍ଲାରେ ଟିକା ନେବାକୁ ଠେଲା ପେଲା । ହଜାର ହଜାର ଲୋକ ସାମାଜିକ ଦୁରତାକୁ ଭୁଲିଯାଇ ଲମ୍ବା ଲାଇନରେ ଠିଆ ହୋଇ ରହିଥିଲେ । ପରସ୍ପର ମଧ୍ୟରେ ଠେଲାପେଲା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଶେଷରେ ପୋଲିସ ଆସି ପରିସ୍ଥିତି ନିୟନ୍ତ୍ରଣ କରିଥିଲା । କେବଳ ବିଭିନ୍ନ ହୋଟେଲରେ କାମ କରୁଥିବା କର୍ମଚାରୀ ଏବଂ ଉଠା ଦୋକାନୀମାନଙ୍କୁ ଟୀକା ଦେବା ପାଇଁ ଅନୁଗୋଳ ବଜାର ଠାରେ ଥିବା ମାରୱାଡ଼ି ପଞ୍ଚାୟତ ଭବନରେ ବ୍ୟବସ୍ଥା କରାଯାଇଥିଲା ।

ପ୍ରାୟ ୧୦୦୦ ଲୋକଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ଅନ୍ୟ ଲୋକମାନେ ସଠିକ ଭାବେ ଏହି ସୂଚନା ପାଇ ପାରି ନଥିଲେ । ଫଳରେ ବଡି ଭୋରୁ ହଜାର ହଜାର ପୁରୁଷ, ମହିଳା, ଯୁବକ ଓ ଯୁବତୀ ଟୀକା ନେବା ପାଇଁ ଲମ୍ବା ଲାଇନ ଲଗାଇ ଥିଲେ । କିନ୍ତୁ ଟିକା ଦାନ ଆରମ୍ଭ ହେବା ପୂର୍ବରୁ କେବଳ ହୋଟେଲ କର୍ମଚାରୀ ଏବଂ ଉଠା ଦୋକାନୀ ବ୍ୟତୀତ ଆଉ କାହାକୁ ଟୀକା ଦିଆ ଯିବ ନାହିଁ ବୋଲି ଘୋଷଣା କରାଗଲା । ଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେ ଜନା ଦେଖା ଦେଇଥିଲା । ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିବା ଲୋକେ ନିରାଶ ହୋଇ ଫେରିଥିଲେ । କିଛି ସମୟ ପାଇଁ ବଜାର ଭିତରେ ପ୍ରବକ ଭିଡ଼ ମଧ୍ୟ ହୋଇଥିଲା । ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.