ETV Bharat / state

ଅନୁଗୋଳରେ ଚିନ୍ତା ବଡାଇଲାଣି ସ୍ଥାନୀୟ ଆକ୍ରାନ୍ତ - Anugul covid case

ପୁଣି ଅନୁଗୋଳ ଜିଲ୍ଲାରୁ ୯୭ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ୧୧୩ ଜଣ ସୁସ୍ଥ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅନୁଗୋଳରେ ଚିନ୍ତା ବଡାଇଲାଣି ସ୍ଥାନୀୟ ଆକ୍ରାନ୍ତ !

author img

By

Published : Sep 18, 2020, 10:14 PM IST

ଅନୁଗୋଳ: ଶୁକ୍ରବାର ପୁଣି ଅନୁଗୋଳ ଜିଲ୍ଲାରୁ ୯୭ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୯୭ କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୪୦ ରେ ପହଞ୍ଚିଛି ।

ଅନୁଗୋଳରେ ଚିନ୍ତା ବଡାଇଲାଣି ସ୍ଥାନୀୟ ଆକ୍ରାନ୍ତ !
ଅନୁଗୋଳରେ ଚିନ୍ତା ବଡାଇଲାଣି ସ୍ଥାନୀୟ ଆକ୍ରାନ୍ତ !

ସୂଚନା ଅନୁସାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ କଣିହାଁ ବ୍ଳକ୍ ଅଞ୍ଚଳରୁ ସର୍ବାଧିକ ୧୫ ଜଣ (୧୧ଜଣ ପୁରୁଷ ଓ ୪ ଜଣ ମହିଳା), ତାଳଚେର ବ୍ଲକରୁ ୧୪ ଜଣ ( ୮ଜଣ ପୁରୁଷ ଓ ୬ ଜଣ ମହିଳା ), ଛେଣ୍ଡିପଦା ବ୍ଳକ୍ରୁ ୧୩ ଜଣ (୯ଜଣ ପୁରୁଷ ଓ ୪ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୧୩ ଜଣ (୯ଜଣ ପୁରୁଷ ଓ ୪ଜଣ ମହିଳା), ବଅଁରପାଳ ବ୍ଳକରୁ ୧୨ ଜଣ (୧୦ଜଣ ପୁରୁଷ ଓ ୨ଜଣ ମହିଳା ), ଅନୁଗୋଳ ପୌରାଞ୍ଚଳରୁ ୧୧ ଜଣ (୭ଜଣ ପୁରୁଷ ଓ ୪ଜଣ ମହିଳା), ପାଳଲହଡା ବ୍ଳକରୁ ୭ ଜଣ (୫ଜଣ ପୁରୁଷ ଓ ୨ଜଣ ମହିଳା), ଅନୁଗୋଳ ବ୍ଳକରୁ ୬ ଜଣ (୪ଜଣ ପୁରୁଷ ଓ ୨ଜଣ ମହିଳା ), କିଶୋରନଗର ବ୍ଲକରୁ ୪ ଜଣ (ଜଣେ ପୁରୁଷ ଓ ୩ଜଣ ମହିଳା) ଓ ଆଠମଲ୍ଲିକ ବ୍ଳକରୁ ୨ ପୁରୁଷ ଚିହ୍ନଟ ହୋଇଛନ୍ତି ।

ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଜିଲ୍ଲାରୁ ୧୧୩ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୮ ଜଣ କୋଭିଡ ହସ୍ପିଟାଲରୁ ଓ ୧୦୫ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.