ETV Bharat / state

ଅନୁଗୋଳରେ କୋରୋନା ଚିନ୍ତା, ଗୋଟିଏ ଗାଁରୁ 24 ପଜିଟିଭ - ଅନୁଗୋଳରେ କୋରୋନା ଚିନ୍ତା

ଅନୁଗୋଳ ଜିଲ୍ଲାରେ ବଢିବା ଆରମ୍ଭ କରିଛି କୋରୋନା ସଂକ୍ରମଣ । ଜିଲ୍ଲାର ଗୋଟିଏ ଗାଁରେ ଏକ କାଳୀନ ୨୪ ଜଣ ପଜିଟିଭ ଚିହ୍ନଟ ଏବେ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡବିନ୍ଧା ବଢାଇ ଦେଇଛି । ଅଧିକ ପଢନ୍ତୁ...

ଅନୁଗୋଳରେ କୋରୋନା ଚିନ୍ତା, ଗୋଟିଏ ଗାଁରୁ 24 ପଜିଟିଭ

author img

By

Published : Mar 31, 2021, 4:56 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ବଢିବା ଆରମ୍ଭ କରିଛି କୋରୋନା ସଂକ୍ରମଣ । ଜିଲ୍ଲାର ଗୋଟିଏ ଗାଁରେ ଏକକାଳୀନ ୨୪ ଜଣ ପଜିଟିଭ ଚିହ୍ନଟ ଏବେ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡବିନ୍ଧା ବଢାଇ ଦେଇଛି । ଜିଲ୍ଲାର ପାଲଲହଡ଼ା ବ୍ଲକ ଠାରୁ ମାତ୍ର ୨ କିମି ଦୂରରେ ଥିବା ଇଶ୍ୱରାନଗର ପଞ୍ଚାୟତର ବଡ଼ଝାର ଗାଁରେ ୨୪ ଜଣ କୋରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସାଧାରଣ ଲୋକଙ୍କ ମନରେ ଛନକା ପସିଯାଇଛି ।

ଅନୁଗୋଳରେ କୋରୋନା ଚିନ୍ତା, ଗୋଟିଏ ଗାଁରୁ 24 ପଜିଟିଭ

ପ୍ରଶାସନ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଆରମ୍ଭ ହେଇଛି । ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା ଅନୁସାରେ ଗତ ୨୩ ତାରିଖରେ ବଡ଼ଝାର ଗାଁରେ ୨ ଜଣ କୋରୋନା ପଜିଟିଭ‌ ଚିହ୍ନଟ ହୋଇଥିଲେ । ଏମାନଙ୍କୁ ସଙ୍ଗରୋଧରେ ରଖାଯାଇଥିଲା । ଏହି ସଂଖ୍ୟା ଏବେ ୨୬କୁ ବୃଦ୍ଧି ପାଇଛି ।

୨୪ ଜଣ ଲୋକ କୋରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପାଲଲହଡ଼ା ଉପଖଣ୍ଡ ପ୍ରଶାସନ ଓ ପୋଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯିବ ସହ ପ୍ରତିଷେଧକ ବ୍ୟବସ୍ଥା ଆରମ୍ଭ ହେଇଛି । ଗାଁ ମୁହଁରେ ବାଉଁଶ ବାନ୍ଧି ପ୍ରଶାସନ ପକ୍ଷରୁ ବାରିକେଡ କରାଯାଇଛି । ବାହାର ଲୋକଙ୍କୁ ଗାଁ ଭିତରକୁ ଗାଡି ଚଳାଚଳ ବନ୍ଦ ରଖାଯାଇଛି । ଗାଁ ଲୋକ ଯେମିତି ବାହାରକୁ ଆସି ପାରିବେ ନାହିଁ, ତାର ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.