ETV Bharat / state

ବେଆଇନ ଭାବେ ଧାନ କିଣି ଫସିଲେ ସମବାୟ ଅଧିକାରୀ

ଚାଷୀ ନୁହେଁ ବରଂ ଅଣଚାଷୀଙ୍କ ଠାରୁ ଧାନ କିଣି ସରକାରୀ ଟଙ୍କା ହଡପ କରିଛନ୍ତି ସମବାୟ ଅଧିକାରୀ । ଏଭଳି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ରନ୍ତଲେଇ ସମବାୟ ସମିତି ନାଁ ରେ । ଏପରି ଅଭିଯୋଗ ଆସିବା ପରେ ସହକାରୀ ନିବନ୍ଧକ ସମବାୟ ଘଟଣାର ତଦନ୍ତ କରି ସମସ୍ତ କାଗଜ ପତ୍ରକୁ ସିଲ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଦୁର୍ନୀତି ହୋଇଥିବା ଜାଣିବା ପରେ ସମ୍ପାଦକଙ୍କୁ କାର୍ଯ୍ୟରୁ ଅବ୍ୟାହତି କରାଯାଇଛି ।

author img

By

Published : Jun 27, 2019, 10:22 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଚାଷୀ ନୁହେଁ ବରଂ ଅଣଚାଷୀଙ୍କ ଠାରୁ ଧାନ କିଣି ସରକାରୀ ଟଙ୍କା ହଡପ କରିଛନ୍ତି ସମବାୟ ଅଧିକାରୀ । ଏଭଳି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ରନ୍ତଲେଇ ସମବାୟ ସମିତି ନାଁ ରେ । ସମବାୟ ସମିତିର ସମ୍ପାଦକ ଗତ ଖରିଫ ଋତୁରେ 97 ଜଣ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ପଞ୍ଜିକରଣ କରାଇଥିଲେ । ପଞ୍ଜିକୃତ ଚାଷୀଙ୍କ ଠାରୁ ସରକାରୀ ଦରରେ 32 ଶହ କ୍ବିଣ୍ଟାଲ ଧାନ କିଣିବାର ଥିଲା । ମାତ୍ର ଏଯାଏଁ କିଣା ଯାଇଛି 16 ହଜାର 661 କ୍ବିଣ୍ଟାଲ ଧାନ । ଯାହା ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଢେର ଅଧିକ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ସବୁଠାରୁ ବଡ କଥା ହେଉଛି ଏହି ସମବାୟ ସମିତିର ସଭାପତିଙ୍କୁ କୌଣସି ଗୁରୁତ୍ବପୂର୍ଣ୍ଣ କଥା ନ ଜଣାଇ ସମ୍ପାଦକ ନିଜ ଇଚ୍ଛା ଅନୁସାରେ ସବୁ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ସଭାପତିଙ୍କ ବିନା ଦସ୍ତଖତରେ ମଧ୍ୟ ଅନେକ କାଗଜ ପତ୍ର କାରବାର କରିଛନ୍ତି ସମ୍ପାଦକ । ଏବେ ଯେଉଁ ଅଧିକ ଧାନ କିଣା ଯାଇଛି ତା ସବୁ ସମ୍ପାଦକ ନିଜ ସମ୍ପର୍କୀୟ, ଅଫିସ କିରାଣୀ,ପିଅନ ଓ ତାଙ୍କ ସମ୍ପର୍କୀୟଙ୍କ ନାଁରେ କିଣିଛନ୍ତି । ଯାହା ସମ୍ପୂର୍ଣ୍ଣ ବେଆଇନ । ଏହା ଜାଣିବା ପରେ ସହକାରୀ ନିବନ୍ଧକ ସମବାୟ ଘଟଣା ତଦନ୍ତ କରି ସମସ୍ତ କାଗଜ ପତ୍ରକୁ ସିଲ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଦୁର୍ନୀତି ହୋଇଥିବା ଜାଣିବା ପରେ ସମ୍ପାଦକଙ୍କୁ କାର୍ଯ୍ୟରୁ ଅବ୍ୟାହତି କରାଯାଇଛି ।

ତେବେ ଏହି ଧାନ କିଣା ଘୋଟାଲାରେ ଖାଲି ଯେ ସମ୍ପାଦକଙ୍କ ସମ୍ପୃକ୍ତି ଅଛି ତା ନୁହେଁ ମିଲର ମାଲିକଙ୍କ ମଧ୍ୟ ହାତ ରହିଥିବା ଅଭିଯୋଗ ହୋଇଛି । ଏବେ ଦେଖିବାର କଥା ଉପ ନିବନ୍ଧକ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଚାଷୀ ଙ୍କୁ ସୁବିଧା ଯୋଗାଇବା ପାଇଁ ସରକାରଙ୍କ ସମବାୟ ସଂସ୍ଥା । କିନ୍ତୁ ଏବ ଏହି ସଂସ୍ଥାରୁ ମାଲାମାଲ ହେଉଛନ୍ତି ଏହାକୁ ପରିଚାଳନା କରୁଥିବା ଅଧିକାରୀ । ଧାର୍ଯ୍ୟ ଲକ୍ଷ ଠାରୁ ଅଧିକ ଧାନ କିଣି ଏବେ ଫସିଛନ୍ତି ଅନୁଗୋଳ ଜିଲ୍ଲାର ଜଣେ ଜଣେ ସମବାୟ ଅଧିକାରୀ । ପଞ୍ଜିକୃତ ଚାଷୀ ଙ୍କ ବାଦ ନିଜ ଆତ୍ମୀୟ ସ୍ୱଜନ ଓ ଅଫିସ ପିଅନ ନାଁ ରେ କିଣିଛନ୍ତି ଧାନ ।ଏଭଲି ଏକ ଘଟଣା ନଜର କୁ ଆସିଛି ଅନୁଗୋଳ ଜିଲ୍ଲାରେ

Body:Vo-1
ଚାଷୀ ନୁହଁ ବରଂ ଅଣ ଚାଷୀ ଙ୍କ ଠାରୁ ଧାନ କିଣି ସରକାରୀ ଟଙ୍କା ହଡପ କରିଛନ୍ତି ସମବାୟ ଅଧିକାରୀ ।ଏଭଳି ଅଭିଯୋଗ ଆସିଛି ଅନୁଗୋଳ ଜିଲା ରନ୍ତଲେଇ ସମବାୟ ସମିତି ନାଁ ରେ । ସମବାୟ ସମିତିର ସମ୍ପାଦକ ଗତ ଖରିବ ଋତୁରେ 97 ଜଣ ଚାଷୀ ଙ୍କ ଠାରୁ ଧାନ କିଣିବା ପାଇଁ ପଞ୍ଜି କରଣ କରାଇ ଥିଲେ । ପଞ୍ଜିକୃତ ଚାଷୀ ଙ୍କ ଠାରୁ ସରକାରୀ ଦରରେ 32 ସହ କୁଇଣ୍ଟାଲ ଧାନ କିଣିବା କଥା । ମାତ୍ର ଏହା ପରିବର୍ତେ କିଣା ଯାଇଛି 16ହଜାର 661 କୁଇଣ୍ଟାଲ । ଯାହା ଧାର୍ଯ୍ୟ ଲକ୍ଷ ଠାରୁ ଢେର ଅଧିକ ।
Byte- 1କୃଷ୍ଣଚନ୍ଦ୍ର ସାହୁ , ସମିତି ସଭାପତି ।
Byte- 2 ସଜନ ସାହୁ , ଚାଷୀ ।
Vo- 2
ସବୁଠାରୁ ବଡ କଥା ହେଉଛି ଏହି ସମବାୟ ସମିତି ର ସଭାପତି ଙ୍କୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କଥା ନ ଜଣାଇ ସମ୍ପାଦକ ନିଜ ଇଛା ଅନୁସାରେ ସବୁ କାର୍ୟ୍ଯ କରନ୍ତି । ସଭାପତି ଙ୍କ ଵିନା ଦସ୍ତଖତ ରେ ମଧ୍ୟ ଅନେକ କାଗଜ ପତ୍ର କାରବାର ସମ୍ପାଦକ କରନ୍ତି । ଏବେ ଯେଉଁ ଅଧକି ଧାନ କିଣା ଯାଇଛି ତା ସବୁ ସମ୍ପାଦକ ନିଜ ସମ୍ପର୍କୀୟ , ଅଫିସ କିରାଣୀ ,ପିଅନ ଓ ତାଙ୍କ ସମ୍ପର୍କୀୟ ଙ୍କ ନାଁ ରେ କିଣା ଯାଇଛି । ଯାହା ସମ୍ପୂର୍ଣ୍ଣ ବେ ଆଇନ । ଏହା ଜାଣିବା ପରେ ସହକାରୀ ନିବନ୍ଧକ ସମବାୟ ଘଟଣା ତଦନ୍ତ କରି ସମସ୍ଥ କାଗଜ ପତ୍ର କୁ ସିଲ କରିଛନ୍ତି । ପ୍ରଥମିକ ତଦନ୍ତ ରୁ ଦୁର୍ନୀତି ହୋଇଥିବା ଜାଣିବା ପରେ ସମ୍ପାଦକ (ସ୍ୱଗତିକା)ଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦେଇଛନ୍ତି ।
Byte- 3 ଦୁଃଶାସନ ବେହେରା , ଦାୟିତ୍ୱରେ ରେ ଥିବା ସମ୍ପାଦକ ,
Byte-4 ସଂଗ୍ରାମ କେଶରୀ ରାଉତ , ଉପ ନିବନ୍ଧକ ସମବାୟ ସମିତି ସମୂହ ।

Conclusion:ତେବେ ଏହି ଧାନ କିଣା ଘୋଟାଲା ରେ ଖାଲି ଯେ ସମ୍ପାଦକ ଙ୍କ ସମ୍ପୃକ୍ତି ଅଛି ତା ନୁହଁ ମିଲର ମାଲିକ ଙ୍କ ମଧ୍ୟ ହାତ ରହିଛି । ଏବେ ଦେଖିବାର କଥା ଉପ ନିବନ୍ଧକ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।
ଅନୁଗୋଳ ରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.