ETV Bharat / state

ଦ୍ବିତୀୟ ଦିନରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ - contractual employees protest in angul

ଠିକା କର୍ମଚାରୀଙ୍କୁ ମିଳୁନି ଦରମା । ଅଭିଯୋଗ କଲେ ସଂସ୍ଥା ଛଟେଇ ଭୟ ଦେଖାଉଥିବା ଅଭିଯୋଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jul 20, 2019, 12:19 PM IST

ଅନୁଗୋଳ: ଦ୍ବିତୀୟ ଦିନରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ । ଠିକ ସମୟରେ ଦରମା, ଇପିଏଫ ଲାଗୁ, ସୁରକ୍ଷା ସରଞ୍ଜାମ ଆଦି ଯୋଗାଇ ଦେବା ଭଳି ଚାରି ଦଫା ଦାବି ନେଇ ଅଡି ବସିଛନ୍ତି ଆନ୍ଦୋଳନକାରୀ । ଭାରିଜଳ କାରଖାନା ସମ୍ମୁଖରେ ଦେଇଛନ୍ତି ଧାରଣା । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଆନ୍ଦୋଳନକାରୀଙ୍କ ଅଭିଯୋଗ, ଦରମା ଦେଉନାହିଁ ଠିକା ସଂସ୍ଥା । ଅଭିଯୋଗ କଲେ ଚାକିରୀରୁ ଛଟେଇ କରିଦେବାର ଭୟ ଦେଖାଉଛି । ଅନୁଗୋଳ ତାଳଚେର ବିକ୍ରମପୁରଠାରେ ଭାରତ ସରକାରଙ୍କ ପରମାଣୁ ବିଭାଗ ଅଧୀନରେ ଥିବା ଭାରିଜଳ କାରଖାନାରେ ଦେଖାଦେଇଛି ଏପରି ଅବସ୍ଥା । ଏଠାରେ ଠିକା ସଂସ୍ଥା ଅଧୀନରେ ଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଠିକା ସଂସ୍ଥା ଠିକରେ ଦରମା ଦେଉନଥିବା ଅଭିଯୋଗ ହୋଇଛି । ଏପରିକି ଏନେଇ କାରଖାନା କର୍ତ୍ତୃପକ୍ଷ ମଧ୍ୟ କିଛି ଶୁଣୁନାହାଁନ୍ତି । ଶେଷରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଠିକା କର୍ମଚାରୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro: ଠିକା କର୍ମଚାରୀ ଙ୍କୁ ଦରମା ଦେଉ ନାହିଁ ଠିକା ସଂସ୍ଥା। ଅଭିଯୋଗ କଲେ ଛଟେଇ ର ଭୟ ।

Body:ହୀନସ୍ଥା ଭୋଗୁଛନ୍ତି ଠିକା କର୍ମଚାରୀ । ଦରମା ଦେଉନାହିଁ ଠିକା ସଂସ୍ଥା ।ଅଭିଯୋଗ କଲେ ଚାକିରୀ ରୁ ଛଟେଇ କରିଦେବର ଭୟ ଦେଖାଉଛି । କିଛି ଉପାୟ ନ ପାଇ ଆନ୍ଦୋଳନ ବସିଛନ୍ତି ଭାରିଜଳ କାରଖାନା ର ଠିକା କର୍ମଚାରୀ ।ଅନୁଗୋଳ ଜିଲା ତାଳଚେର ବିକ୍ରମପୁର ଠାରେ ଥିବା ଭାରତ ସରକାରଙ୍କ ପରମାଣୁ ବିଭାଗ ଅଧୀନରେ ଥିବା ଭାରିଜଳ କାରଖାନାରେ ଦେଖା ଦେଇଛି ଏହିଭଳି କର୍ମଚାରୀ ଅସନ୍ତୋଷ। ଏଠାରେ ଠିକା ସଂସ୍ଥା ଅଧୀନରେ ଥିବା ଚତ୍ରୁର୍ଥ ଶ୍ରେଣୀ କର୍ମଚାରୀ ଙ୍କୁ ଠିକା ସଂସ୍ଥା ଠିକରେ ଦରମା ଦେଉନଥିବା ବେଳେ ଏନେଇ କାରଖାନା ର କୌଣସି କର୍ତ୍ତୃପକ୍ଷ ମଧ୍ୟ କିଛି ଶୁଣୁନାହାନ୍ତି । ଏନେଇ ସେମାନେ ଅଭିଯୋଗ କଲେ ଛଟେଇ ଭୟ ଦେଖାଇବାରୁ ବାଧ୍ୟହୋଇ କାରଖାନା ବାହାରେ ଚାରି ଦଫା ଦାବିରେ ଧାରଣା ରେ ବସିଛନ୍ତି । ଠିକ ସମୟ ରେ ଦରମା , ଇପିଏଫ ଲାଗୁ , ସୁରକ୍ଷା ସରଞ୍ଜାମ ଆଦି ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି । byte- 1କ୍ଷୀରୋଦ ବିହାରୀ ଦେହୁରୀ , ଆନ୍ଦୋଳକାରୀ । byte-2 ଶଙ୍କର ହୋତା , ଆନ୍ଦୋଳନ କାରୀ byte-3 ଅମୀୟ ତ୍ରିପାଠୀ ,ସ୍ଥାନୀୟ ନେତା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.