ETV Bharat / state

ମିଳିଛି ପ୍ରଧାନମନ୍ତ୍ରୀ ଆବାସ, ଅର୍ଥ ଲୁଟିନେଲା ଠିକାଦାର - Contractor

ଟଙ୍କା ନିଅ ଆଉ ପକ୍କା ଘର କର । ଗରିବ ଲୋକଙ୍କ ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଉଛନ୍ତି ଅର୍ଥ । ହେଲେ ଅନୁଗୋଳ ବରଡ଼ସାହି ଗାଁରେ ହିତାଧିକାରୀଙ୍କୁ ଠକି ଅର୍ଥ ଲୁଟିନେଇଛି ଠିକାଦାର । ଦେଖନ୍ତୁ ‘ଇଟିଭି ଭାରତ’ର ସ୍ବତନ୍ତ୍ର ଉପସ୍ଥାପନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jun 13, 2019, 10:48 PM IST

ଅନୁଗୋଳ: ସମସ୍ତଙ୍କର ହେବ ପକ୍କା ଘର । ଆଉ ଏଥିପାଇଁ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥ ଦେଉଛନ୍ତି । ଘର ପାଇଁ ଆବଶ୍ୟକୀୟ ଅର୍ଥ ତିନୋଟି କିସ୍ତିରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସୁଛି । ହେଲେ ଅନୁଗୋଳ ବ୍ଲକ ମାଟିଆସାହି ପଞ୍ଚାୟତର ବରଡ଼ସାହି ଗାଁରେ ଏହି ଅର୍ଥ ଠିକାଦାରଙ୍କ ଦ୍ବାରା ହରିଲୁଟ ହୋଇଥିବାର ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ପୁରା ଗାଁରେ ପ୍ରାୟ ୩୦ଟି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି । ଅନୁଦାନ ଲକ୍ଷେ କୋଡ଼ିଏ ହଜାର ଟଙ୍କା । ତେବେ ଘର ତିଆରିରେ ଅସମର୍ଥତା ପ୍ରକାଶ କରି ଠିକାଦାର ହାତରେ ବ୍ୟାଙ୍କ ଖାତାକୁ ଟେକିଦେଇଛନ୍ତି ଏମାନେ । ବର୍ତ୍ତମାନର ଚିତ୍ର କିଛି ଏହିଭଳି । ଇଟାରେ ତିଆରି ହୋଇଛି କାନ୍ଥ । ଛାତ ପଡ଼ିବ ବୋଲି ବନ୍ଧା ହୋଇଛି ବାଉଁସ ଭାବା । ବାହାରେ ପଡ଼ି ପଡ଼ି ଖତରା ହେଲାଣି ଲୁହା ଛଡ଼ । ହେଲେ ଘର ତିଆରି ଲାଗି ଦାୟିତ୍ବ ନେଇଥିବା ଠିକାଦାର ଟଙ୍କା ଧରି ଫେରାର ।

ଯୋଜନାରେ ଟଙ୍କା ପାଇବା ପାଇଁ ସେମାନେ ବ୍ୟାଙ୍କ ଖାତା ଖୋଲିଛନ୍ତି । ତେବେ ଖାତାକୁ ଟଙ୍କା ଆସିବା ପରେ ଲୋକଙ୍କୁ ଭଣ୍ଡେଇ ଟଙ୍କା ଉଠାଇ ନେଇଛି ସମ୍ପୃକ୍ତ ଠିକାଦାର । ପ୍ରତିଥର ଲୋକଙ୍କଠୁ ଟିପ ଚିହ୍ନ ନେଇ ଟଙ୍କା ଉଠାଏ ଠିକାଦାର । ଏବେ ଖାତା ପଡ଼ିଛି ଖାଲି ଆଉ ଠିକାଦାର ପାଖକୁ ଦୌଡ଼ିଦୌଡ଼ି ଧରାଛୁଆଁ ମିଳୁନି । ଅଧା ଘରକୁ ସଂପୂର୍ଣ୍ଣ କରିବାକୁ ଲୋକେ ଆପତ୍ତି କରିବାରୁ ତାଙ୍କୁ ପୁଣି ଠିକାଦାର ଟଙ୍କା ମାଗୁଥିବା ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ କେବେ ଯେ ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ଖଣ୍ଡେ ଜୁଟିବ ଏ କଥା ଭାବି ଚିନ୍ତାରେ ଏହି ନିରୀହ ହିତାଧିକାରୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Anchor-

ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଲୋକଙ୍କ ଘର ନିର୍ମାଣ ନ ହେଉଣୁ ଠିକାଦାର ଟଙ୍କା ଧରି ପାର । ଏବେ ଏନେଇ ସରକାରୀ ଅଧିକାରୀ ମୁହଁ ଖୋଲୁ ନାହାନ୍ତି । ଯେଉଁ ଗରବ ଲୋକଟି ଏହି ଯୋଜନା ରେ ସୁବିଧା ପାଇବା କଥା ଏବେ ସେ ମୁଣ୍ଡରେ ହାତ ଦେଇ ବସିଛି । ମୋଟା ମୋଟୀ କହିବାକୁ ଗଲେ ଏଠି ଆବାସ ଯୋଜନା ହଡପ କରୁଛନ୍ତି ଅସାଧୁ ଠିକାଦାର । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ରେ

Vo – 1

ସମସ୍ତ ଙ୍କର ହେବ ପକ୍କା ଘର । ଆଉ ଏଥିପାଇଁ କେନ୍ଦ୍ର ସରକାର ଗରିବ  ଲୋକଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଘର ଯୋଗାଇ ଦେଇଛନ୍ତି । ଘର ପାଇଁ ଆବଶ୍ୟକୀୟ ଅର୍ଥ ତିନୋଟି କିସ୍ତି ରେ ହିତାଧିକାରୀଙ୍କ ବ୍ୟାଙ୍କ ଏକାଉଣ୍ଟ କୁ ଆସୁଛି । ଏଠି ବିଡମ୍ବନା ର କଥା ହେଉଛି ଲୋକଙ୍କ ଘର ଅଧା ନିର୍ମାଣ ହୋଇଛି ହେଲେ ଟଙ୍କା କିନ୍ତୁ ପୁରା ଆସିଛି । ଯେଉଁ ଟଙ୍କା କୁ ଧରି ଠିକାଦାର ପାର । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ । ଅନୁଗୋଳ ବ୍ଲକ ମାଟିଆସାହି ପଞ୍ଚାୟତ ର ବରଡ ଗାଁ ରେ । ଏବେ ଦେଖନ୍ତୁ ଏହି ସବୁ ଚିତ୍ରକୁ ଗାଁ ର ସମସ୍ତ ହିତାଧିକାରୀଙ୍କ ଘର ଅଧା ନିର୍ମାଣ ହୋଇ ପଡିରହିଛି ।

Byte – 1 ସୁଧାକର ନାଏକ , ହିତାଧିକାରୀ  

Byte – 2 ଝୁନା ନାଏକ , ହିତାଧିକାରୀ

Vo – 2

ପୁରା ଗାଁ ରେ ପ୍ରାୟ ୩୦ ଟି ପରିବାରକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଘର ମିଳିଛି । ଯୋଜନା ରେ ଟଙ୍କା ପାଇବା ପାଇଁ ସେମାନେ ବ୍ୟାଙ୍କ ଖାତା ମଧ୍ୟ ଖୋଲିଛନ୍ତି । ତେବେ ଖାତା କୁ ଟଙ୍କା ଆସିବା ପରେ ଲୋକଙ୍କୁ ଭଣ୍ଡାଇ ଟଙ୍କା ଉଠାଇ ନେଇଛି  ସମ୍ପୃକ୍ତ ଠିକାଦାର । ଏବେ ଅଧା ଘରକୁ ସଂପୂର୍ଣ୍ଣ କରିବାକୁ ଲୋକେ ଆପତ୍ତି କରିବାରୁ ତାଙ୍କୁ ପୁଣି ଟଙ୍କା ମାଗୁଥିବା ଲୋକେ ଅଭିଯୋଗ କରିଛନ୍ତି । ଗାଁ ର ସମସ୍ତ ହିତାଧିକାରୀ ଙ୍କ ସରଳତାର ଶିଯୋଗ ନେଇ ଠିକାଦାର ଏଭଳି କରିଛି ।

Byte – 3 ସାଞ୍ଜୁ ନାଏକ , ହିତାଧିକାରୀ

Byte – 4 ବାସନ୍ତୀ ନାଏକ , ହିତାଧିକାରୀ

PTC

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

Visual On FTP

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.