ETV Bharat / state

ରାହୁଲ ଗାନ୍ଧୀଙ୍କୁ ଇଡି ଜେରା, ଅନୁଗୋଳରେ କଂଗ୍ରେସର ପ୍ରତିବାଦ ସମାବେଶ

author img

By

Published : Jun 17, 2022, 10:10 PM IST

ରାହୁଲ ଗାନ୍ଧୀଙ୍କୁ ଇଡିର ବାରମ୍ବାର ଜେରାକୁ ବିରୋଧ କରି ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ସମାବେଶ ଅନୁଷ୍ଠିତ । ୨୦୧୫ ମସିହାରୁ ବନ୍ଦ ହୋଇ ଯାଇଥିବା ଫାଇଲ ଖୋଲି ରାହୁଲ ଗାନ୍ଧୀଙ୍କୁ ଏଭଳି ଘଣ୍ଟା ଘଣ୍ଟା ଜେରା ଆକ୍ରୋସ ମୂଳକ ରାଜନୀତିର ନମୁନା ବୋଲି ଅଭିଯୋଗ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ରାହୁଲ ଗାନ୍ଧୀଙ୍କୁ ଇଡି ଜେରା, ଅନୁଗୋଳରେ କଂଗ୍ରେସର ପ୍ରତିବାଦ ସମାବେଶ
ରାହୁଲ ଗାନ୍ଧୀଙ୍କୁ ଇଡି ଜେରା, ଅନୁଗୋଳରେ କଂଗ୍ରେସର ପ୍ରତିବାଦ ସମାବେଶ

ଅନୁଗୋଳ: ରାହୁଲ ଗାନ୍ଧୀଙ୍କୁ ଇଡିର ବାରମ୍ବାର ଜେରାକୁ ବିରୋଧ କରି ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ସମାବେଶ ଅନୁଷ୍ଠିତ । ଜିଲା କଂଗ୍ରେସ ସଭାପତି ବୀପ୍ଳବ ଜେନାଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ବସ ଷ୍ଟାଣ୍ଡ ସ୍ଥିତ ଡାକ ଘର ସମ୍ମୁଖରେ ଏକତ୍ରିତ ହୋଇ ସମାବେଶ କରିଥିଲେ ।

୨୦୧୫ ମସିହାରୁ ବନ୍ଦ ହୋଇ ଯାଇଥିବା ଫାଇଲ ଖୋଲି ରାହୁଲ ଗାନ୍ଧୀଙ୍କୁ ଏଭଳି ଘଣ୍ଟା ଘଣ୍ଟା ଜେରା ଆକ୍ରୋସ ମୂଳକ ରାଜନୀତିର ନମୁନା ବୋଲି କଂଗ୍ରେସ ଅଭିଯୋଗ କରିଛି । ଦେଶ ବର୍ତ୍ତମାନ ଘଡ଼ିସନ୍ଧି ମୁହୂର୍ତ୍ତରେ ଚାଲୁଥିବା ବେଳେ କିଭଳି ପରିସ୍ଥିତି ସ୍ବଭାବିକ ହୋଇ ପାରିବ ସେଥିପ୍ରତି ଧ୍ୟାନ ନଦେଇ ବିଜେପି କଂଗ୍ରେସ ଠାରୁ ପ୍ରତିଶୋଧ ନେବାରେ ଲାଗିଛି । ଏହା ପୁରା ଦେଶ ପ୍ରତି ଅପମାନ ବୋଲି କଂଗ୍ରେସ ନେତା ମାନେ ଅଭିଯୋଗ କରିଛନ୍ତି । ଏହାର ପ୍ରଭାବରେ ଆଗାମୀ ଦିନରେ ସାରା ଦେଶରେ କଂଗ୍ରେସ ଆନ୍ଦୋଳନ କରିବ ଦଳ ବୋଲି ଚେତାବନୀ ଦେଇଛି । ଏଥିରେ ମହିଳା କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କ ସମେତ ବହୁ ବରିଷ୍ଠ ନେତା ଅଂଶଗ୍ରହଣ କରିଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.