ETV Bharat / state

ମରୁଡ଼ି ଘୋଷଣା ଦାବିରେ କଂଗ୍ରେସର ବ୍ଲକ ଘେରାଉ - ମରୁଡ଼ି ଘୋଷଣା ପାଇଁ ଦାବି

ଅନୁଗୋଳରେ ମରୁଡ଼ି ଘୋଷଣା ଦାବିରେ କଂଗ୍ରେସ ଆନ୍ଦୋଳନ କରିଛି । ଅଧିକ ପଢନ୍ତୁ...

ମରୁଡ଼ି ଘୋଷଣା ଦାବିରେ କଂଗ୍ରେସର ଆନ୍ଦୋଳନ
ମରୁଡ଼ି ଘୋଷଣା ଦାବିରେ କଂଗ୍ରେସର ଆନ୍ଦୋଳନ
author img

By

Published : Sep 3, 2021, 7:18 PM IST

ଅନୁଗୋଳ: ମରୁଡ଼ି ଘୋଷଣା ଦାବିରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି । ଅନୁଗୋଳରେ କରିଛି ବ୍ଲକ ଘେରାଉ। ସମଗ୍ର ଅଞ୍ଚଳରେ ଜଳସେଚନ ସୁଵିଧା କରିବା ସହ ମରୁଡ଼ି ଘୋଷଣା ପାଇଁ ଦାବି କରିଛି କଂଗ୍ରେସ ।

ମରୁଡ଼ି ଘୋଷଣା ଦାବିରେ କଂଗ୍ରେସର ଆନ୍ଦୋଳନ

ଜିଲ୍ଲାର ଛେଣ୍ଡିପଦା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଆଜି(ଶୁକ୍ରବାର) କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟ ମହିଳା କଂଗ୍ରେସ ନେତ୍ରୀ ସସ୍ମିତା ବେହେରା ଏବଂ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ବରେ ଶତାଧିକ ଚାଷୀ ଏକ ଶୋଭାଯାତ୍ରା କରି ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ସମୁଖରେ ପହଞ୍ଚି ଥିଲେ । ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।

ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟି ଯୋଗୁଁ ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଛେଣ୍ଡିପଦା ବ୍ଲକର ଚାଷୀ । ଏହି ବ୍ଲକରେ ଆଦୌ ଚାଷ କାର୍ଯ୍ୟ ହୋଇପାରି ନାହିଁ । ତେଣୁ ଚାଷୀ କ'ଣ କରିବେ ସେହି ଚିନ୍ତାରେ ପଡ଼ିଯାଇଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଛେଣ୍ଡିପଦା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବାକୁ ଦାବି ଉପସ୍ଥାପନ କରାଯାଇଥିଲା। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.