ETV Bharat / state

ULB Polls: ଅଧ୍ୟକ୍ଷ ଓ କାଉନ୍ସିଲର ପଦ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ

ଅନୁଗୋଳ ପୌରପାଳିକା ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ । ତା ସହିତ କାଉନ୍ସିଲର ପଦ ପାଇଁ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ । ଅଧିକ ପଢ଼ନ୍ତୁ

ପୌର ଫାଇଟ: ଅଧ୍ୟକ୍ଷ ଓ କାଉନ୍ସିଲର ପଦ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ

author img

By

Published : Mar 6, 2022, 3:45 PM IST

ଅନୁଗୋଳ: ପୌରପାଳିକା ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ । ତା ସହିତ କାଉନ୍ସିଲର ପଦ ପାଇଁ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ । ଦଳୀୟ ପ୍ରାର୍ଥୀ ନିଜ ସମର୍ଥକ ମାନଙ୍କ ସହ ଆସି ନାମାଙ୍କନ ଭରିଛନ୍ତି । ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପାଇଁ ହାତରେ ମାତ୍ର ଆଉ ଗୋଟିଏ ଦିନ ବାକି ରହିଛି ।

ପୌର ଫାଇଟ: ଅଧ୍ୟକ୍ଷ ଓ କାଉନ୍ସିଲର ପଦ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ

ତେଣୁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିବାକୁ ଆଗେଇ ଆସୁଛନ୍ତି । ଆଜି(ରବିବାର) ଅନୁଗୋଳ ପୌର ପରିଷଦ ପାଇଁ ଅଧ୍ୟକ୍ଷ ପଦ ପାଇଁ କଂଗ୍ରେସର ବଲବୀର ସିଂହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କ ସହ ୭ଜଣ କାଉନ୍ସିଲର ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ଅପରାହ୍ନରେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ଅଧ୍ୟକ୍ଷ ପ୍ରାର୍ଥୀ ଏବଂ କାଉନ୍ସିଲର ପ୍ରାର୍ଥୀମାନେ ଶତାଧିକ କଂଗ୍ରେସ କର୍ମୀଙ୍କ ସହ ଶୋଭାଯାତ୍ରା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ।

ଏହାପରେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପୂର୍ବରୁ ଅନୁଗୋଳ ପୌର ପାଳିକା କଂଗ୍ରେସ ଦଖଲରେ ଥିଲା । ଏଥର ବି ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରିଛନ୍ତି ନେତା ଓ ସମର୍ଥକ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.