ETV Bharat / state

ଭୋଟ ପାଇଁ ବିଜେଡି ଟଙ୍କା ବାଣ୍ଟୁଛି, ଅଭିଯୋଗ ଆଣିଲା ଅନୁଗୋଳ ନଗର କଂଗ୍ରେସ

author img

By

Published : Mar 22, 2022, 10:38 PM IST

ପ୍ରତି ୱାର୍ଡରୁ ପ୍ରତ୍ୟେକ ଭୋଟ୍‌କୁ ଦୁଇ ହଜାର ଟଙ୍କାର କିଣିବାକୁ ବିଜେଡି ଯୋଜନା କରୁଛି । ଏହାକୁ ନେଇ ଅନୁଗୋଳ ନଗର କଂଗ୍ରେସ ଅଭିଯୋଗ ଆଣିଛି । ଅଧିକ ପଢ଼ନ୍ତୁ

ଭୋଟ ପାଇଁ ବିଜେଡି ଟଙ୍କା ବାଣ୍ଟୁଛି, ଅଭିଯୋଗ ଆଣିଲା ଅନୁଗୋଳ ନଗର କଂଗ୍ରେସ
ଭୋଟ ପାଇଁ ବିଜେଡି ଟଙ୍କା ବାଣ୍ଟୁଛି, ଅଭିଯୋଗ ଆଣିଲା ଅନୁଗୋଳ ନଗର କଂଗ୍ରେସ

ଅନୁଗୋଳ: ପ୍ରତି ୱାର୍ଡରୁ ପ୍ରତ୍ୟେକ ଭୋଟ୍‌କୁ ଦୁଇ ହଜାର ଟଙ୍କାରେ କିଣିବାକୁ ବିଜେଡି ଯୋଜନା କରୁଛି । ଏହାକୁ ନେଇ ଅନୁଗୋଳ ନଗର କଂଗ୍ରେସ ଅଭିଯୋଗ ଆଣିଛି । ପୌର ନିର୍ବାଚନ ପାଇଁ ପ୍ରଚାର ଶେଷ ହେବାପରେ କଂଗ୍ରେସ ପକ୍ଷରୁ ଏଭଳଇ ସଙ୍ଗୀନ ଅଭିଯୋଗ ହୋଇଛି ।

ମଙ୍ଗଳବାର ଅନୁଗୋଳ ନଗର କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ପ୍ରତ୍ୟେକ ଭୋଟରଙ୍କୁ ଦୁଇ ହଜାର ଟଙ୍କାରେ ବିଜେଡି କିଣିବାକୁ ପ୍ରୟାସ ଆରମ୍ଭ ହୋଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ପ୍ରତ୍ୟେକ ୱାର୍ଡରୁ ୨୦୦ ଲେଖାଏଁ ଭୋଟର ହାତେଇବାକୁ ଯୋଜନା କରାଯାଉଛି । ଆଉ ଏହି ଚକ୍ରାନ୍ତରେ ସରକାରୀ କର୍ମଚାରୀ ସାମିଲ ଥିବା ଅଭିଯୋଗ କରିଛନ୍ତି ନଗର ସଭାପତି ସୁଦୀପ ମିଶ୍ର ।

ଆମକୁ ଭୋଟ୍ ଦିଅ ଆମେ ତମକୁ ରୋଜଗାର ଦେବୁ ନାରା ନେଇ ନିର୍ବାଚନ ଲଢ଼ୁଛି କଂଗ୍ରେସ । ଏଥର ନିର୍ବାଚନରେ କଂଗ୍ରେସ ଭଲ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ନେତାଏ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.