ETV Bharat / state

ଭରତପୁର କୋଇଲା ଖଣି ଦୁର୍ଘଟଣା: ମୃତକଙ୍କ ପରିବାରକୁ 5ଲକ୍ଷ ଟଙ୍କା ସହାୟତା ରାଶି

author img

By

Published : Jul 30, 2019, 9:48 PM IST

ଭରତପୁର କୋଇଲା ଖଣି ଦୁର୍ଘଟଣାର ଶିକାର ହୋଇଥିବା ମୃତକଙ୍କ ପରିବାରକୁ ମିଳିଛି ସହାୟତା ରାଶି । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ପରିବାରକୁ ଭେଟିବା ସହ 5 ଲକ୍ଷଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: କୋଇଲା ଖଣି ମାଟି ଦବି ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ଭେଟିଲେ ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ଏହାସହ ପାଞ୍ଚ ଲକ୍ଷ ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି । ମନ୍ତ୍ରୀ ପ୍ରଥମେ ଜିଲ୍ଲାରେ ପହଞ୍ଚି ସ୍ଥାନୀୟ ବିଧାୟକଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ସହ ମୃତକଙ୍କ ପରିବାର ସହ ସାକ୍ଷାତକାର କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ତେବେ ଆଗାମୀ ଦିନରେ ଶ୍ରମିକମାନେ କିପରି ସୁରକ୍ଷିତ ଭାବେ କାର୍ଯ୍ୟ କରିପାରବେ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ପ୍ରକାଶଥାଉକି, ଗତ ମଙ୍ଗଳବାର ଭରତପୁର କୋଇଲା ଖଣିରେ ମାଟି ଧସି ସୁପରଭାଇଜର ରଶ୍ମିରଞ୍ଜନ ବେହେରା, ସୁରକ୍ଷାଗାର୍ଡ ରମେଶ ଦାସ ଓ ପମ୍ପ ଖଲାସି ରାଜକିଶୋର ମହାପାତ୍ର ଓ ଡ୍ରାଇଭର ପୁପୁନ ବିଶ୍ବାଳଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷେ ସୁରକ୍ଷା ଗାର୍ଡ ରମେଶ ଦାସଙ୍କ ମୃତ ଶରୀର ମିଳିପାରିନାହିଁ । କେବଳ ପୂର୍ବରୁ ମିଳିଥିବା କଟା ହାତ ଓ ଶରୀର ଅଂଶ ପରିବାରକୁ ହସ୍ତାନ୍ତର କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଖଣି ମାଟି ଦବୀ ମୃତ୍ୟୁ ବରଣ କରିଥିବା ମୃତଙ୍କ ପରିବାରକୁ ଭେଟିଲେ ଶ୍ରମ ମନ୍ତ୍ରୀ । ଦେଲେ ପାଞ୍ଚ ଲକ୍ଷ୍ୟର ସହାୟତାBody:ଭରତ ପୁର କୋଇଲା ଖଣି ମାଟି ଅତଡା ଖସି ମୃତ୍ୟୁ ବରଣ କରିଥିବା ଶ୍ରମିକ ଙ୍କ ପରିବାର କୁ ସହାୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ନିଜେ ମୃତକ ମାନଙ୍କ ଘରକୁ ଯାଇ ସମବେଦନା ଜଣାଇବା ସହ ପାଞ୍ଚ ଲକ୍ଷ ଟଙ୍କା ର ସହାୟତା ପ୍ରଦାନ କରିଛନ୍ତି । ମନ୍ତ୍ରୀ ଅନୁଗୋଳ ରେ ପହଞ୍ଚିବା ପରେ ସ୍ଥାନୀୟ ବିଧାୟକ ମାନଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କୁ ସାଥିରେ ଧରି ମୃତଙ୍କ ଘରକୁ ଯାଇଥିଲେ । ଆଗାମୀ ଦିନରେ ଖଣିରେ କିଭଳି ଶ୍ରମିକ ସୁରକ୍ଷିତ ଭାବେ କାର୍ଯ୍ୟ କରିବେ ସେ ନେଇ ପଦକ୍ଷପ ନିଆ ଜୀବ ବୋଲି ମନ୍ତ୍ରୀ କହିଛନ୍ତି । ଗତ ମଙ୍ଗଳ ବାର ରାତିରେ ଭରତ ପୁର କୋଇଲା ଖଣିରେ ମାଟି ଧସି ସୁପରଭାଇଜର ରଶ୍ମିରଞ୍ଜନ ବେହେରା, ସୁରକ୍ଷା ଗାର୍ଡ ରମେଶ ଦାସ ଓ ପମ୍ପ ଖଲାସି ରାଜକିଶୋର ମହାପାତ୍ର ଓ ଗାଡି ଡ୍ରାଇଭର ପପୁନ୍ ବିଶ୍ୱାଳ ଙ୍କ ମୃତ୍ୟୁ ହୋଇଥିଲା ।
Byte – ସୁଶାନ୍ତ ସିଂ , ରାଜ୍ୟ ଶ୍ରମ ମନ୍ତ୍ରୀ ।

Conclusion:ସେପଟେ ଏବେବି ସୁରକ୍ଷା ଗାର୍ଡ ରମେଶ ଦାସ ଙ୍କ ଖୋଜା ଚାଲିଛି । ପୂର୍ବରୁ ମିଳିଥିବା ହାତ ଓ ଶରୀର ଅଂଶ ଆଜି ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.