ଅନୁଗୋଳ: 3 ହଜାର ମେଗାୱାଟ ବିଶିଷ୍ଟ ମହାରତ୍ନ କମ୍ପାନୀ ଏନଟିପିସି ବିଦ୍ୟୁତ ପ୍ରକଳ୍ପରେ କୋଇଲା ସଙ୍କଟ । ଏମସିଏଲ କୋଇଲା ଖଣିରେ ଲଗାତାର ପାଞ୍ଚ ଦିନ ଧରି ଲାଗିରହିଥିବା ଖଣି ବନ୍ଦ ଆନ୍ଦୋଳନ ଯୋଗୁଁ ଏନଟିପିସିରେ ଦେଖାଦେଇଛି ଏଭଳି ଅବସ୍ଥା ।
ତେବେ ପ୍ରକଳ୍ପ ଚାଲିବା ପାଇଁ ଦୈନିକ ୫୫ ହଜାର ମେଟ୍ରିକ ଟନ୍ କୋଇଲା ଆବଶ୍ୟକ ରହିଛି । ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଖସିବା ପରେ ଗତ ୨୫ ତାରିଖରୁ ସମସ୍ତ କୋଇଲା ଖଣି ବନ୍ଦ ରହିଛି। ଯହାଦ୍ବାରା ଏନଟିପିସିକୁ ମିଳୁନି କୋଇଲା । କିଛିଦିନ ହେବ ଗଚ୍ଛିତ କୋଇଲାକୁ ବିଦ୍ୟୁତ ଉତ୍ପାଦନ ନିମନ୍ତେ ବ୍ୟବହାର କରାଯାଉଥିଲା ।
ତେବେ ଷ୍ଟକରେ ୩୮ ହଜାର ମେଟ୍ରିକ ଟନ୍ରୁ କମ କୋଇଲା ଥିବା ଏନ୍ଟିପିସି ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ସମସ୍ତ ୟୁନିଟ୍ ବନ୍ଦ ହେଲେ ଓଡ଼ିଶା ସମେତ ଦକ୍ଷିଣ ଭାରତ,ପୂର୍ବ ଭାରତ ଓ ଉତ୍ତର ଭାରତର ୧୭ଟି ରାଜ୍ୟକୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେବ।ର ଆଶଙ୍କା ରହିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ