ETV Bharat / state

ସ୍ବଳ୍ପ ବର୍ଷାରେ ବୁଡୁଛି ଅନୁଗୋଳ ସହର, ନିରବ ସାଜିଛି ପ୍ରଶାସନ - ଅନୁଗୋଳରେ ବନ୍ୟା

ସାମାନ୍ୟ ବର୍ଷା ହେଲେ ବୁଡ଼ି ଯାଉଛି ଅନୁଗୋଳ ସହର । ବର୍ଷା ଯୋଗୁଁ ଅନୁଗୋଳ ସହର ଗାନ୍ଧୀମାର୍ଗ ଅଞ୍ଚଳରେ ରହୁଥିବା ଲୋକେ ପାଣିରେ ଉବୁଟୁବୁ ହେଉଛନ୍ତି । ଅଧିକ ପଢନ୍ତୁ...

ସ୍ବଳ୍ପ ବର୍ଷାରେ ବୁଡ଼ୁଛି ଅନୁଗୋଳ ସହର, ନିରବ ସାଜିଛି ପ୍ରଶାସନ

author img

By

Published : Sep 23, 2021, 10:46 PM IST

ଅନୁଗୋଳ: ସାମାନ୍ୟ ବର୍ଷା ହେଲେ ବୁଡ଼ି ଯାଉଛି ଅନୁଗୋଳ ସହର । ବର୍ଷା ଯୋଗୁଁ ଅନୁଗୋଳ ସହର ଗାନ୍ଧୀମାର୍ଗ ଅଞ୍ଚଳରେ ରହୁଥିବା ଲୋକେ ପାଣିରେ ଉବୁଟୁବୁ ହେଉଛନ୍ତି । ସହର ଡ୍ରେନେଜ୍‌ ବ୍ୟବସ୍ଥା ନେଇ ପୋୖର ପ୍ରଶାସନ ଲୋକଙ୍କ ସମସ୍ୟାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।

ସ୍ବଳ୍ପ ବର୍ଷାରେ ବୁଡ଼ୁଛି ଅନୁଗୋଳ ସହର, ନିରବ ସାଜିଛି ପ୍ରଶାସନ

ବର୍ଷାଜଳ ନିଷ୍କାସନ ହୋଇ ପାରୁନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହେଉଥିବା ଲୋକେ ଅଭିଯୋଗ ଆଣିଛନ୍ତି। ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ପାଣି ମାହାରା ଥିଲା । ସହରର ପାଣି ସେହି ମାହାରାରେ ପଡ଼ୁଥିଲା । ଫଳରେ କୌଣସି ସ୍ଥାନରେ ପାଣି ଜମି ରହୁ ନଥିଲା । କିନ୍ତୁ କିଛି ବର୍ଷ ହେଲା ସେହି ପାଣି ମାହାରା ସବୁ ପୋତା ଯାଇ ପ୍ଲଟିଂ କରାଯାଇଛି । ଏହାସହ ବଡ଼ବଡ଼ ଆପାର୍ଟମେଣ୍ଟ ମଧ୍ୟ ନିର୍ମାଣ କରାଯାଇଛି। ଯାହା ଫଳରେ ପାଣି ନିଷ୍କାସନ ହୋଇପାରୁ ନାହିଁ ।

କେବଳ ବଡ଼ ବଡ଼ ବିଲ୍ଡିଂ ନିର୍ମାଣ ହେଉଛି । କିନ୍ତୁ ସହରରୁ ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଉ ନାହିଁ । ଫଳରେ ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି ଭର୍ତ୍ତି ହେଉଛି । ଏନେଇ ପୌର ପ୍ରଶାସନ ନିକଟରେ ଅଭିଯୋଗ କଲେ ସୁଦ୍ଧା ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ବାସିନ୍ଦା ଏହାର ପ୍ରତିକାର ପାଇଁ ଜିଲ୍ଲାପାଳଙ୍କୁ ଭେଟି ମଧ୍ୟ ଅଭିଯୋଗ କରିଛନ୍ତି କିନ୍ତୁ କିଛି ସୁଫଳ ମିଳିନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.