ETV Bharat / state

ଛେଣ୍ଡିପଦାରେ ମାତିଛନ୍ତି ବାଲି ଚୋର, 16ଙ୍କୁ ବାନ୍ଧିଲା ପୋଲିସ

author img

By

Published : Oct 5, 2021, 7:49 PM IST

ଅନୁଗୋଳ ଛେଣ୍ଡିପଦାରେ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା । ତେବେ ଚଢାଉ ସମୟରେ ୧୬ ଜଣ ବାଲି ମାଫିଆଙ୍କୁ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ...

ଛେଣ୍ଡିପଦାରେ ମାତିଛନ୍ତି ବାଲି ଚୋର, 16ଙ୍କୁ ବାନ୍ଧିଲା ପୋଲିସ
ଛେଣ୍ଡିପଦାରେ ମାତିଛନ୍ତି ବାଲି ଚୋର, 16ଙ୍କୁ ବାନ୍ଧିଲା ପୋଲିସ

ଅନୁଗୋଳ: ଜିଲ୍ଲାର ଛେଣ୍ଡିପଦା ଥାନା ଅଞ୍ଚଳରେ ମାତିଛନ୍ତି ବାଲି ମାଫିଆ । ଚୋରାରେ ବାଲି ଚାଲାଣ ବେଳେ ପୋଲିସ ହାତରେ ଧରା ପଡି଼ଛନ୍ତି 16 ଜଣ ବାଲି ଚାଲାଣକାରୀ । ଏହାସହିତ 10ଟି ବାଲି ବୋଝେଇ ଟ୍ରକ ଓ ଟିପରକୁ ମଧ୍ୟ ଧରିବାରେ ଛେଣ୍ଡିପଦା ପୋଲିସ ସଫଳ ହୋଇଛି ।

ପୋଲିସ ଦେଇଥିବା ସୂଚନା ଅନୁସାରେ ଛେଣ୍ଡିପଦା ଥାନା ଅଞ୍ଚଳରେ ଥିବା କମ୍ପସଲା ବାଲିଘାଟ ଓ ସୀମାନ୍ତ ଦେବଗଡ ଜିଲ୍ଲା ରିଆମାଳ ଥାନା ବୁଢାପାଳ ଗ୍ରାମ ନିକଟସ୍ଥ ଟିକିରା ବାଲି ଘାଟରୁ ବେଆଇନ ଭାବେ ବାଲି ବୋଝେଇ ଟ୍ରକ୍ ଛେଣ୍ଡିପଦା ଥାନା ସମ୍ମୁଖ ଦେଇ ଯାତାୟାତ କରୁଥିଲା । ଛେଣ୍ଡିପଦା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା ।

ଛେଣ୍ଡିପଦା ଦେବଗଡ ଛକ ନିକଟରୁ ୬ଟି ବେଆଇନ ବାଲି ବୋଝେଇ ଟ୍ରକ ଓ କୋଶଳା ଠାରୁ ୪ଟି ବେଆଇନ ବାଲି ବୋଝେଇ ଟ୍ରକ ଜବତ କରାଯାଇଛି । ତେବେ ତଦନ୍ତବେଳେ ଉକ୍ତ ଟ୍ରକ ଗୁଡିକ ରାଜସ୍ବ ଫାଙ୍କି ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ଜଣାପଡିଥିଲା । ପୋଲିସ ୧୦ଟି ଟ୍ରକ ଜବତ କରିବା ସହିତ ଗାଡିର ୧୦ ଜଣ ଚାଳକ ଓ ୬ଜଣ ଖଲାସିଙ୍କୁ ଗିରଫ କରିଛି ।

ଏ ନେଇ ଛେଣ୍ଡିପଦା ଥାନା କେସ ନଂ ୪୬୨ / ୨୧ ଓ ୪୬୩ / ୨୧ରେ 2ଟି ମାମଲା ରୁଜୁ କରି ଏହି ଘଟଣାରେ ଜଗବନ୍ଧୁ ପ୍ରଧାନ, ସନ୍ତୋଷ ଉଦାବର, ଦୁଶାସନ ନାଏକ, ସୁରେଶ ନାୟକ, ଉଦୟନାଥ ଗୁରୁ, ଭ୍ରମର ନାୟକ, ଗିରିଶ ମହାକୁଡ଼, ସୁରେଶ ଚନ୍ଦ୍ର ଲହରା, ନବ ଲହାର, ଦେବରାଜ ବେହେରା, ଜିତେନ୍ଦ୍ର ପାତ୍ର, ଲକ୍ଷ୍ମୀଧର ବେହେରା, କୃଷ୍ଣଚନ୍ଦ୍ର ସାହୁ, ସଞ୍ଜୟ କର୍ମୀ, ପିଣ୍ଟୁ ବେହେରା, ବସନ୍ତ କୁମାର ବେହେରାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.