ETV Bharat / state

ଅନୁଗୋଳରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

author img

By

Published : Jul 9, 2022, 7:58 AM IST

ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଅନୁଗୋଳ ପରିଭ୍ରମଣ କରିଛନ୍ତି । ସ୍ବାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କ ଘରେ ପହଞ୍ଚି ତାଙ୍କୁ ସମ୍ମାନୀତ କରିବା ସହ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ । ଅଧିକ ପଢ଼ନ୍ତୁ

ଅନୁଗୋଳରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ
ଅନୁଗୋଳରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ଅନୁଗୋଳ: ତାଳଚେର ଓ କଣିହାଁ ଅଞ୍ଚଳରେ ଆଜାଦି କି ଅମୃତ ମହୋତ୍ସବ ପାଳନ କଲେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ । ତାଳଚେରର ମା ହିଙ୍ଗୁଳା ମନ୍ଦିର ପରିଦର୍ଶନ କରିବା ପରେ ଭରତପୁର ଠାରେ ଆୟୋଜିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ।

ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଶୁକ୍ରବାର ଅନୁଗୋଳ ଜିଲ୍ଲା ଭ୍ରମଣ କରିଥିଲେ । ଏନଟିପିସି ଛକରେ ପ୍ରଜାମଣ୍ଡଳ ସ୍ମାରକ ସ୍ତମ୍ଭରେ ମାଲ୍ୟାର୍ପଣ କରିବା ସହ ମହାତ୍ମା ଗାନ୍ଧୀ ଏବଂ ପବିତ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ସେ ମାଲ୍ୟାର୍ପଣ କରିଥିଲେ । କଂସମୁଣ୍ଡା ଗ୍ରାମର ସ୍ବାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କ ଘରକୁ ଯାଇ ପରିବାରଙ୍କୁ ଭେଟି ସମ୍ମାନିତ କରିଥିଲେ ମନ୍ତ୍ରୀ ।

ଅନୁଗୋଳରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ତାଳଚେର ଓ କଣିହାଁ ମାଟିର ବୀର ଗାଥାକୁ ଦିଲ୍ଲୀ ଦରବାରରେ ସଠିକ ଉପସ୍ଥାପନ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ଦ୍ରୌପଦୀ ମୁର୍ମୁଙ୍କ ଭଳି ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ରୂପେ ଘୋଷଣା କରି ନରେନ୍ଦ୍ର ମୋଦି ଓଡ଼ିଶାକୁ ଗୌରବାନ୍ବିତ କରିଥିବା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେପି କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.