ETV Bharat / state

ଶୈଳ ଶ୍ରୀକ୍ଷେତ୍ରରେ ଗଡିଲା ରଥ, ମହିଳା ଟାଣିଲେ ଦେବଦଳନ

ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ପାଳିତ ହୋଇଛି ରଥଯାତ୍ରା । ତିନି ରଥରେ ତିନି ଠାକୁରଙ୍କୁ ଟାଣି ଟାଣି ଭକ୍ତ ଆଣିଛନ୍ତି ଗୁଣ୍ଡିଚା ମନ୍ଦିର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jul 4, 2019, 10:26 PM IST

ଅନୁଗୋଳ: ଆଷାଢ ଶୁକ୍ଳ ଦ୍ଵିତୀୟା । ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା । ଓଡିଶା ସମେତ ସାରା ବିଶ୍ବ ଏହି ଦିନକୁ ପାଳନ କରେ । ଏହି ପରିପ୍ରେକ୍ଷୀରେ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ପାଳିତ ହୋଇଛି ରଥଯାତ୍ରା । ତିନି ରଥରେ ତିନି ଠାକୁରଙ୍କୁ ବଡ ଦାଣ୍ଡରେ ଟାଣି ଟାଣି ଭକ୍ତ ଆଣିଛନ୍ତି ଗୁଣ୍ଡିଚା ମନ୍ଦିର । ତେବେ ଏଠାରେ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ବଢିଭୋରରୁ ଦ୍ବାରଫିଟା, ମଙ୍ଗଳ ଆଳତି, ମଇଲମ ଓ ତଡପଲାଗି ଆଦି ନୀତିକାନ୍ତି ସମ୍ପୂର୍ଣ୍ଣ ହେବା ପରେ ପୂର୍ବାହ୍ନ ପ୍ରାୟ ୯ଟା ୩୦ରେ ଆରମ୍ଭ ହୋଇଥିଲା ତିନି ଠାକୁରଙ୍କର ପହଣ୍ଡି । ବଡ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଜଗତର ନାଥ ଜଗନ୍ନାଥ ବାହାରିଥିଲେ ଧାଡିପହଣ୍ଡିରେ । ବିଧିପୂର୍ବକ ରଥରେ ଛେରା ପହଁରା ହେବାପରେ ଅପରାହ୍ନରେ ଆରମ୍ଭ ହୋଇଥିଲା ରଥଟଣା ।

ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ବଡ ଦାଣ୍ଡରେ ଘର ଘର ନାଦ କରି ଗଡିଥିଲା ତିନିରଥ । ଶ୍ରୀମନ୍ଦିରରୁ ଅମଲାପଡାସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲମ୍ବିଥିଲା ଭକ୍ତଙ୍କ ଧାଡି । ସମସ୍ତେ ଭକ୍ତି ଓ ବିନୟ ସହକାରେ ତିନିରଥକୁ ଟାଣିଥିଲେ । ପରମ୍ପରା ଅନୁଯାୟୀ ମହିଳାମାନେ ସୁଭଦ୍ରାଙ୍କ ରଥକୁ ଟାଣିଥିଲେ । ରଥଟଣା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତେବେ ଶୈଳ ଶ୍ରୀକ୍ଷେତ୍ର ବଡ ଦାଣ୍ଡରେ ଆଜି ରଥଟଣା ପାଇଁ ପ୍ରାୟ ୨୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅସାଢ ଶୁକ୍ଳ ଦ୍ଵିତୀୟା । ଯେଉଁଠି ଜଗତର ନାଥ ଜଗନ୍ନାଥଙ୍କର ମନ୍ଦିର ଅଛି ସେଇଠି ପାଳିତ ହେଉଛି ଚତୁର୍ଦ୍ଧା ମୁରତୀଙ୍କ ରଥ ଯାତ୍ରା । ଏହି କ୍ରମରେ ଆଜି ଅନୁଗୋଳ ଶୈଳଶ୍ରୀ କ୍ଷେତ୍ର ରେ ପାଳିତ ହୋଇଛି ରଥ ଯାତ୍ରା । ତିନି ରଥ ରେ ତିନି ଠାକୁରଙ୍କୁ ବଡ ଦାଣ୍ଡରେ ଟାଣି ଟାଣି ଭକ୍ତ ଆଣିଛନ୍ତି ଗୁଣ୍ଡିଚା ଘର । ସବୁଠୁ ବଡ କଥା ହେଉଛି ଏଠାରେ ଶୁଭଦ୍ରାଙ୍କ ରଥକୁ ଟାଣନ୍ତି ମହିଳା ମାନେ.Body:Vo – 1
ଲୀଳାମୟ ଶ୍ରୀଜଗନ୍ନାଥ ପତିତଜନଙ୍କୁ ଉଦ୍ଧରିବା ପାଇଁ ରଥାରୁଢ଼ ହୋଇ ବଡଦାଣ୍ଡରେ ଭକ୍ତଙ୍କ ମେଳରେ ଯାତ୍ରାକରନ୍ତି । ଅନୁଗୋଳ ର ପ୍ରସିଦ୍ଧ ଶୈଳ ଶ୍ରୀକ୍ଷେତ୍ର ରେ ଠାକୁର ମାନଙ୍କର ଘୋଷଯାତ୍ରା ଆୟୋଜିତ ହୋଇଛି । ବଢିଭୋରୁ ଦ୍ବାରଫିଟା , ମଙ୍ଗଳ ଆଳତି, ମଇଲମ ଓ ତଡପଲାଗି ଆଦି ନୀତିକାନ୍ତି ସମ୍ପର୍ଣ୍ଣ ହେବ ପରେ ପୂର୍ବାହ୍ନ ପ୍ରାୟ ୯ଟା ୩୦ ରେ ଆରମ୍ଭ ହୋଇଥିଲା ତିନି ଠାକୁରଙ୍କର ପହଣ୍ଡି । ବଡ ଠାକୁର ବଳଭଦ୍ର, ସେବି ଶୁଭଦ୍ରା ଓ ଜଗତର ନାଥ ଜଗନ୍ନାଥ ବାହାରିଥିଲେ ଧାଡିପହଣ୍ଡି ରେ କରଯାଇଥିଲା ରଥାରୂଢ । ବିଦ୍ଧି ପୂର୍ବକ ରଥରେ ଛେରା ପାହାଡ଼ ହେବାପରେ ଅପରାହ୍ନ ରେ ଆରମ୍ଭ ହୋଇଥିଲା ରଥଟଣା ।
Byte – 1 ଶ୍ରଦ୍ଧାଳୁ
Byte – 2 ଶ୍ରଦ୍ଧାଳୁ
Byte – 3 ଶ୍ରଦ୍ଧାଳୁ
Vo – 2
ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ବଡ ଦାଣ୍ଡରେ ଘର ଘର ନାଦ କରି ଗଡିଥିଲା ତିନିରଥ । ଶ୍ରୀମନ୍ଦିର ରୁ ଅମଲାପଡା ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲମ୍ବିଥିଲା ଭକ୍ତଙ୍କ ଧାଡି । ସମସ୍ତେ ଭକ୍ତି ଓ ବିନୟ ସହକାରେ ତିନିରଥକୁ ଟାଣିଥିଲେ । ଏଠାରେ ପରମ୍ପରା ରହିଛି ମହିଳା ମାନେହିଁ ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟାଣିଥାନ୍ତି । ମାଙ୍କ ରଥକୁ ବେଶ ଆଗ୍ରହ ସହକାରେ ଟାଣିଥିଲେ ମହିଳା ମାନେ । ରଥଟଣା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶଶନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
Byte – 4 ଶ୍ରଦ୍ଧାଳୁ
Byte – 5 ଯଦୁନାଥ ହଂସଦା, ଅତିରିକ୍ତ ଏସପି ଅନୁଗୋଳ
Byte – 6 ଅତୁଲ୍ୟ କୁମାର ଚମ୍ପତିରାୟ , PD DRDAConclusion:ଶୈଳ ଶ୍ରୀକ୍ଷେତ୍ର ବଡ ଦାଣ୍ଡରେ ଆଜି ରଥଟଣା ପାଇଁ ପ୍ରାୟ ୨୦ ହାଜର ରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା । ସମଗ୍ର ପରିବେଶ ହୋଇ ଯାଇଥିଲା ଜଗନ୍ନାଥ ମୟ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.