ETV Bharat / state

ଚାଷୀକୁ ମିଳୁନି ବଜାର ସୁବିଧା, ହତାଶ ବଅଁରପାଳ ବାଇଗଣ ଚାଷୀ

ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ସନ୍ତରାପୁର ଗାଁରେ ଦେଖିବାକୁ ମିଳିଛି ବାଇଗଣ ଚାଷୀଙ୍କ ଏଭଳି ପରିସ୍ଥିତି। ଜିଲ୍ଲାର ବଅଁରପାଳ ବ୍ଲକର ସନ୍ତରାପୁର ଗାଁରେ ବସବାସ କରନ୍ତି ୩ ଶହରୁ ଅଧିକ ପରିବାର ।

author img

By

Published : May 29, 2020, 5:12 PM IST

brinjal-farmers-are-frustrated-by-the-lack-of-market-opportunities
ଚାଷୀକୁ ମିଳୁନି ବଜାର ସୁବିଧା, ହତାସ ବଅଁରପାଳ ବାଇଗଣ ଚାଷୀ

ଅନୁଗୋଳ: କ୍ଷତି ସହୁଛନ୍ତି ଶହ ଶହ ବାଇଗଣ ଚାଷୀ । ଲକଡାଉନ ସମୟରେ ଗାଡି ମୋଟର ବନ୍ଦ ଯୋଗୁ ଚାଲାଣ ହୋଇ ନପାରି ଗଛରେ ପଚିଲା କୁଇଣ୍ଟାଲ କୁଇଣ୍ଟାଲ ବାଇଗଣ । ଏବେ ଲକଡାଉନ କୋହଳ ହୋଇ ଥିଲେ ମଧ୍ୟ ଚାଷୀଙ୍କୁ ମିଳୁନି ଉଚିତ ଦର । ମୁଣ୍ଡ ଝାଳ ତୁଣ୍ଡରେ ମାରି ଦି ପଇସା ପାଇବା ଆଶାରେ ଚାଷ କରିଥିବା ଚାଷିଙ୍କ ଦୁର୍ଦଶା ବଢି ଯାଇଛି । ଖର୍ଚ୍ଚ କରିଥିବା ସାର ଔଷଧର ମୂଲ୍ୟ ମିଳୁନି ।

ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ସନ୍ତରାପୁର ଗାଁରେ ଦେଖିବାକୁ ମିଳିଛି ବାଇଗଣ ଚାଷୀଙ୍କ ଏଭଳି ପରିସ୍ଥିତି। ଜିଲ୍ଲାର ବଅଁରପାଳ ବ୍ଲକର ସନ୍ତରାପୁର ଗାଁରେ ବସବାସ କରନ୍ତି ୩ ଶହରୁ ଅଧିକ ପରିବାର । ସମସ୍ତେ ଚାଷୀ । ଧାନ ଚାଷ ବ୍ୟତୀତ ବାଇଗଣ ଚାଷ ହେଉଛି ଏହି ଚାଷୀମାନଙ୍କର ମୁଖ୍ୟ ଅର୍ଥକରୀ ଫସଲ । ପ୍ରାୟ ୨ଶହ ଏକରରୁ ଅଧିକ ଜମିରେ କେବଳ ବାଇଗଣ ଚାଷ କରନ୍ତି । ବର୍ଷରେ ଦୁଇ ଥର ଏହି ଫସଲ ହୁଏ। ଦୈନିକ ଶହେ କୁଇଣ୍ଟାଲରୁ ଅଧିକ ବାଇଗଣ ଉତ୍ପନ ହୁଏ ।

ପରିବାରର ପିଲା ଛୁଆ ଓ ମହିଲାଙ୍କ ସମେତ ସମସ୍ତେ ବାଇଗଣ ବାଡିରେ କାମରେ ଲାଗି ପଡନ୍ତି । ଜଣେ ଜଣେ ଚାଷି ବାର୍ଷିକ ପ୍ରାୟ ୫ ରୁ ୬ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହି ଚାଷରୁ ରୋଜଗାର କରୁଛନ୍ତି । କିନ୍ତୁ ଚଳିତ ବର୍ଷ ଚାଷୀଙ୍କ ଉପରେ କରୋନା ମାଡ଼ ସେମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଠିକ ଅମଳ ସମୟରେ କୋରୋନା ପାଇଁ ଲକଡାଉନ କଟକଣା ଲାଗିଲା । ଫଳରେ କୌଣସି ଗାଡି ଚଳାଚଳ ହେଲା ନାହିଁ । ବାହାର ଜିଲାରୁ ବେପାରୀ ଆସିଲେ ନାହିଁ । ହାଟ ବଜାରକୁ ନେଇ ଚାଷୀମାନେ ବିକ୍ରି କରି ପାରିଲେ ନାହିଁ । ଫଳରେ ଶହ ଶହ କୁଇଣ୍ଟାଲ ବାଇଗଣ ବାଡ଼ିରେ ପଡି ସଢିଲା । ପୋକ ଲାଗି ନଷ୍ଟ ହୋଇ ଗଲା । ଧାର କରଜ କରି ଚାଷୀମାନେ ସାର ଔଷଧ ପକାଇ ଥିଲେ। ଅକ୍ଲାନ୍ତ ପରିଶ୍ରମ କରିଥିଲେ । ସେ ସବୁ ପାଣିରେ ପଡିଲା । କ୍ଷତି ସହିଲେ ଚାଷୀ ।

ଏଠାରୁ ଅଧିକାଂଶ ବାଇଗଣ କଟକ, ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାକୁ ଯାଏ । ସେଠାରୁ ବେପାରୀମାନେ ଆସି ଗାଡ଼ିରେ ବାଇଗଣ ନେଇ ଯାଆନ୍ତି । ଏହାଛଡା ଅନୁଗୁଳ ଜିଲ୍ଲାର ବିଭିନ୍ନ ହାଟ ବଜାରକୁ ମଧ୍ୟ ବିକ୍ରି ପାଇଁ ଯାଏ । ଏବେ ଲକଡାଉନ କୋହଳ ହେବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଛି । ହାଟ ବଜାର ମଧ୍ୟ ଖୋଲି ଯାଇଛି । କିନ୍ତୁ ବେପାରୀ ମାନେ ଶାଗ ମାଛ ଦରରେ ବାଇଗଣ କିଣି ନେଉଛନ୍ତି । କେଜି ପ୍ରତି ୫ ରୁ ୮ଟଙ୍କାରେ ଚାଷୀଙ୍କଠାରୁ ବାଇଗଣ କିଣି ନେଉଛନ୍ତି । ଫଳରେ କ୍ଷତି ସାହୁଛି ଚାଷୀ । ବାଡିରେ ପଚିସଢ଼ି ନଷ୍ଟ ହେବା ଭୟରେ ଚାଷୀ ବାଧ୍ୟ ହୋଇ ବିକ୍ରି କରି ଦେଉଛନ୍ତି । ହେଲେ ସେତିକିରେ ସାର ଔଷଧ ଖର୍ଚ୍ଚ ମଧ୍ୟ ବାହାରୁନି । ଏମାନଙ୍କୁ ସରକାରୀ ସ୍ତରରେ କୌଣସି ସହାୟତା ମିଳୁନି । କେବଳ ନିଜ ଉଦ୍ୟମ ଓ ନିଜସ୍ୱ ଜ୍ଞାନ କୌଶଳରେ ବର୍ଷ ବର୍ଷ ଧରି ଚାଷ କରୁଛନ୍ତି । ଏଭଳି ପରିସ୍ଥିତିରେ କ୍ଷତି ସହି ବାକୁ ପଡ଼ୁଥିବାରୁ ସେମାନଙ୍କ ଆର୍ଥିକ ପରିସ୍ଥିତି ବିଗିଡି ଯାଇଛି ।

ଏହି ବାଇଗଣ ଚାଷୀ ଏବେ ଚାତକ ପରି ଚାହିଁ ବସିଛନ୍ତି ସରକାରୀ ସହାୟତାକୁ। ନଚେତ ସେମାନଙ୍କ ପରିବାର ଭୋକ ଉପାସରେ ରହିବେ। କରଜ ପରିଶୋଧ ପାଇଁ ଜମି ବିକ୍ରି କରିବାକୁ ପଡିବ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.