ETV Bharat / state

ସାହସିକତା ସମ୍ମାନ ପାଇବେ ଅନୁଗୋଳର କୁନି ଝିଅ, ସମ୍ମାନିତ କରିବେ ରାଷ୍ଟ୍ରପତି - ରାଷ୍ଟ୍ରପତିଙ୍କ ହାତରୁ ସମ୍ମାନିତ କୁନି ଝିଅ ଶ୍ରୀମତୀ ବଦ୍ରା

ନିଜର ଅଦମ୍ୟ ସାହାସ ପାଇଁ ସମ୍ମାନିତ ହେବେ ଅନୁଗୋଳର କୁନି ଝିଅ ଶ୍ରୀମତୀ ବଦ୍ରା । ଜିଲ୍ଲାର ତାଳଚେର ଘଣ୍ଟାପଡା ନୋଡାଲ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଏହି ଛାତ୍ରୀ ପାଇବେ ଜାତୀୟ ସାହାସିକତା ପୁରସ୍କାର । ଅଧିକ ଖବର ପଢନ୍ତୁ...

ରାଷ୍ଟ୍ରପତିଙ୍କ ହାତରୁ ସମ୍ମାନିତ ହେବେ ଅନୁଗୋଳର କୁନି ଝିଅ ଶ୍ରୀମତୀ ବଦ୍ରା

author img

By

Published : Jan 22, 2020, 10:57 PM IST

ଅନୁଗୋଳ: ନିଜର ଅଦମ୍ୟ ସାହାସ ପାଇଁ ସମ୍ମାନିତ ହେବେ ଅନୁଗୋଳର କୁନି ଝିଅ ଶ୍ରୀମତୀ ବଦ୍ରା । ଜିଲ୍ଲାର ତାଳଚେର ଘଣ୍ଟାପଡା ନୋଡାଲ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଏହି ଛାତ୍ରୀ ପାଇବେ ଜାତୀୟ ସାହାସିକତା ପୁରସ୍କାର ।

ରାଷ୍ଟ୍ରପତିଙ୍କ ହାତରୁ ସମ୍ମାନିତ ହେବେ ଅନୁଗୋଳର କୁନି ଝିଅ ଶ୍ରୀମତୀ ବଦ୍ରା

2018 ମସିହା ଡିସେମ୍ବର ମାସ 13 ତାରିଖରେ ନିଜ ସ୍କୁଲର ଅନ୍ୟ ଜଣେ ଛାତ୍ରୀଙ୍କ ଜୀବନ ବଞ୍ଚାଇ ଥିଲେ ଏହି ସାହାସୀ ବାଳିକା । ଶ୍ରୀମତୀ ସେତେବେଳେ ପଞ୍ଚମ ଶ୍ରେଣୀରେ ପଢୁଥିଲେ । ଏତେ କୁନି ବୟସରେ ନିଜର ଉପସ୍ଥିତ ବୁଦ୍ଧି ତଥା ସାହସ ବଳରେ ରେଳଧାରଣାରେ ଗୋଡ଼ କଟି ଯାଇଥିବା ସାଙ୍ଗକୁ କାନ୍ଧରେ ବୋହି ବୋହି ଡାକ୍ତରଖାନାରେ ପହଞ୍ଚାଇ ଜୀବନ ବଞ୍ଚାଇଥିଲେ ଶ୍ରୀମତୀ।

ଶ୍ରୀମତୀ ବଦ୍ରାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନ୍‌ ଲାଇନ୍‌ରେ ଫସି ରହିଥିବା ସାଙ୍ଗର ଜୀବନ ବଞ୍ଚିଥିଲା । ମଧ୍ୟାହ୍ନରେ ସ୍କୁଲରୁ ନିଜ ଘରକୁ ଫେରିବା ପାଇଁ ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ହଠାତ୍‌ ନିକଟରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍‌ ଚାଲିବା ଆରମ୍ଭ କରିଥିଲା । ଶ୍ରୀମତୀ ରେଳ ଧାରଣା ଅତିକ୍ରମ କରିବାରେ ସଫଳ ହୋଇଥିଲେ । କିନ୍ତୁ ତାଙ୍କ ସହ ଥିବା ପ୍ରମିଳାଙ୍କ ଡାହାଣ ଗୋଡ଼ ରେଳ ଧାରଣାରେ ଫସି କଟିଯାଇଥିଲା ଓ ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ।

ଶ୍ରୀମତୀ ନିଜର ବୁଦ୍ଧି ଘଟାଇ ପ୍ରମିଳାଙ୍କୁ ରେଳଧାରଣାରୁ ବାହାର କରି କାନ୍ଧରେ ବୋହି ୩୦୦ ମିଟର ଦୂରରେ ଥିବା ନିଜ ଅଞ୍ଚଳକୁ ପହଞ୍ଚିଥିଲେ । ସେଠାରୁ ପ୍ରମିଳାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଓ ପରବର୍ତ୍ତୀ ସମୟରେ କଟକସ୍ଥିତ ବଡ଼ ମେଡିକାଲକୁ ନିଆଯାଇ ଅସ୍ତ୍ରୋପଚାର କରାଯାଇଥିଲା ।

ଶ୍ରୀମତୀଙ୍କ ପ୍ରଚେଷ୍ଟା ଓ ସାହାସ ଯୋଗୁଁ ପ୍ରମିଳାଙ୍କ ଜୀବନ ବଞ୍ଚିଗଲା । ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଥିବା ଶ୍ରୀମତୀ ବଦ୍ରା ଜାତୀୟ ସାହସିକତା ପୁରସ୍କାର ଗ୍ରହଣ ପାଇଁ ଦିଲ୍ଲୀରେ ଅଛନ୍ତି । ସାଧାରଣତନ୍ତ୍ର ଦିବସ ସନ୍ଧ୍ୟାରେ ସେ ରାଷ୍ଟ୍ରପତିଙ୍କ ନିକଟରୁ ଏହି ସମ୍ମାନ ଗ୍ରହଣ କରିବେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ନିଜର ସାହାସିକତା ପାଇଁ ଜାତୀୟ ସ୍ଥାରରେ ସମ୍ମାନିତ ହେବେ ଅନୁଗୋଳ ର କୁନି ଝିଅ ଶ୍ରୀମତୀ ବଦ୍ରା । ଅନୁଗୋଳ ଜିଲା ତାଳଚେର ଘଣ୍ଟାପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ର ସପ୍ତମ(ସେତେବେଳେ ପଞ୍ଚମ ) ଶ୍ରେଣୀର ଏହି ଛାତ୍ରୀ ପାଇବେ ଜାତୀୟ ସାହାସିକତା ପୁରସ୍କାର ।Body:2018 ମସିହା ଡିସେମ୍ବର ମାସ 13 ତାରିଖରେ ନିଜ ସ୍କୁଲ ଅନ୍ୟ ଜଣେ ଛାତ୍ରୀ ଙ୍କ ଜୀବନ ବଞ୍ଚାଇ ଥିଲେ ଏହି ସାହସୀ ବାଳିକା ଜଣକ । ଶ୍ରୀମତୀ ନିଜର ଉପସ୍ଥିତ ବୁଦ୍ଧି ତଥା ସାହସ ବଳରେ ରେଳଧାରଣାରେ ଗୋଡ଼ କଟି ଯାଇଥିବା ସାଙ୍ଗକୁ ବୋହି ବୋହି ଡାକ୍ତରଖାନାରେ ପହଞ୍ଚାଇ ଜୀବନ ବଞ୍ଚାଇଥିଲେ । ଶ୍ରୀମତୀ ବଦ୍ରାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଟ୍ରେନ୍‌ ଲାଇନ୍‌ରେ ଫସି ରହିଥିବା ସାଙ୍ଗର ଜୀବନ ବଞ୍ଚି ଥିଲା । ମଧ୍ୟାହ୍ନରେ ସ୍କୁଲରୁ ନିଜ ବସ୍ତିକୁ ଫେରିବା ପାଇଁ ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ହଠାତ୍‌ ନିକଟରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍‌ ଚାଲିବା ଆରମ୍ଭ କରିଥିଲା । ଶ୍ରୀମତୀ ରେଳ ଧାରଣା ଅତିକ୍ରମ କରିବାରେ ସଫଳ ହୋଇଥିଲେ । କିନ୍ତୁ ତାଙ୍କ ସହ ଥିବା ପ୍ରମିଳାଙ୍କ ଡାହାଣ ଗୋଡ଼ ରେଳ ଧାରଣାରେ ଫସି କଟିଯାଇଥିଲା ଓ ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ଶ୍ରୀମତୀ ନିଜର ବୁଦ୍ଧି ଘଟାଇ ପ୍ରମିଳାଙ୍କୁ ରେଳଧାରଣାରୁ ବାହାର କରି କାନ୍ଧରେ ବୋହି ୩୦୦ ମିଟର ଦୂରରେ ଥିବା ନିଜ ଅଞ୍ଚଳକୁ ପହଞ୍ଚିଥିଲେ । ସେଠାରୁ ପ୍ରମିଳାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଓ ପରବର୍ତ୍ତୀ ସମୟରେ କଟକସ୍ଥିତ ବଡ଼ ମେଡିକାଲକୁ ନିଆଯାଇ ଅସ୍ତ୍ରୋପଚାର କରାଯାଇଥିଲା । ଶ୍ରୀମତୀଙ୍କ ପ୍ରଚେଷ୍ଟା ଓ ସାହସ ଯୋଗୁ ପ୍ରମିଳାଙ୍କ ଜୀବନ ବଞ୍ଚିଗଲା । ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଥିବା ଶ୍ରୀମତୀ ବଦ୍ରା ଜାତୀୟ ସାହସିକତା ପୁରସ୍କାର ଗ୍ରହଣ ପାଇଁ ଦିଲ୍ଲୀରେ ଅଛନ୍ତି । ସାଧାରଣତନ୍ତ୍ର ଦିବସ ସନ୍ଧ୍ୟାରେ ସେ ରାଷ୍ଟ୍ରପତିଙ୍କ ନିକଟରୁ ଏହି ସମ୍ମାନ ଗ୍ରହଣ କରିବେ ।।
Byte - 1 ଶ୍ରୀମତୀ ବାଦ୍ରା , ସାହସୀ ବାଳିକା (ଫାଇଲ ବାଇଟ )
Conclusion:ସେତେବେଳେ ଏନେଇ ଇଟିଭି ରେ ମଧ୍ୟ ଖବର ପ୍ରସାରିତ ହୋଇଥିଲା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.