ETV Bharat / state

‘ପାଞ୍ଚଟି ପ୍ରଶ୍ନ ନେତାଙ୍କୁ’: ତାଳଚେର ବିଜେଡି ବିଧାୟକ ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନ

ଅଞ୍ଚଳରେ ଥିବା ବହୁବିଧ ସମସ୍ୟା ଓ ଜଳସେଚନକୁ ସେ ଗୁରୁତ୍ଵ ଦେବା ସହ ପ୍ରଦୁଷଣ ସମସ୍ୟାକୁ କିଭଳି ଦୂର କରାଯାଇ ପାରିବ ସେନେଇ ସେ ନେଇ ପ୍ରଚେଷ୍ଟା କରିବି । ଚଳିତ ନିର୍ବାଚନରେ ତାଙ୍କର ସ୍ଲୋଗାନ ରହିଛି 'ତାଳଚେରର ସ୍ଵାଭିମାନ ଓ ବିକାଶ' ।

author img

By

Published : Apr 10, 2019, 3:32 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଏଠି ମାଟି ମା ପାଇଁ ହେଉଛି ଲଢେଇ। ଜମି ହରାଙ୍କୁ ମିଳୁନି ନିଯୁକ୍ତି । ୨୦୦୬ ଜମି ଅଧିଗ୍ରହଣ ଆଇନ କାର୍ଯ୍ୟକାରୀ କରୁନାହାଁନ୍ତି କମ୍ପାନୀ କର୍ତ୍ତୁପକ୍ଷ । ନିର୍ବାଚନ ଜିତିଲେ ଏହି ପ୍ରସଙ୍ଗ ହେବ ମୂଳ ଆଧାର । ଏଭଳି କହିଛନ୍ତି ତାଳଚେର ବିଜେଡ଼ି ବିଧାୟକ ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଆମ ସ୍ବତନ୍ତ୍ର କାର୍ଯ୍ୟକ୍ରମ 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ଅତିଥି ସାଜିଛନ୍ତି ବ୍ରଜକିଶୋର ପ୍ରଧାନ। ଆମ ପ୍ରଶ୍ନରେ ସେ ଉତ୍ତର ରଖି କହିଛନ୍ତି, ତାଳଚେର ଲୋକଙ୍କ ପାଇଁ ନିଜର ଲଢେଇ ଜାରି ରହିବ । ଲୋକେ ତାଙ୍କୁ ଦୁଇ ଥର ଜିତାଇଛନ୍ତି ଏଥର ଜିତାଇଲେ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ତାଙ୍କର ସଂଗ୍ରାମ ଆହୁରି ଶାଣିତ ହେବ । କୋଇଲାଖଣି ପାଇଁ ଜମି ହରାଇଥିବା ଲୋକେ କିଭଳି ନିଜର ହକ ଓ ନ୍ୟାୟ ପାଇବେ ସେଥିପାଇଁ ସେ ଆହୁରି କାମ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଗତବର୍ଷ ମାନଙ୍କରେ ବିକାଶର ଯେଉଁ କାମ ସବୁ ଅଧୁରା ରହିଛି ତାହା ସେ ପୂରଣ କରିବେ ।

ଚଳିତ ନିର୍ବାଚନରେ ତାଙ୍କର ସ୍ଲୋଗାନ ରହିଛି ତାଳଚେରର ସ୍ଵାଭିମାନ ଓ ବିକାଶ । ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଜନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିଛି ତାକୁ ନେଇ ସେ ଲୋକଙ୍କ ପାଖକୁ ଯାଉଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

CVB

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.