ETV Bharat / state

ବୋଇତ ବନ୍ଦାଣ ମହୋତ୍ସବ ଉଦଯାପିତ, ଟି ସୌରିଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ - ଅନୁଗୋଳରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅନୁଗୋଳରେ ବେଶ ଧୂମଧାମରେ ପାଳିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ । ଅଧିକ ପଢନ୍ତୁ

ବୋଇତ ବନ୍ଦାଣ ମହୋତ୍ସବ ଉଦଯାପିତ
ବୋଇତ ବନ୍ଦାଣ ମହୋତ୍ସବ ଉଦଯାପିତ
author img

By ETV Bharat Odisha Team

Published : Nov 28, 2023, 9:29 AM IST

Updated : Nov 28, 2023, 10:02 AM IST

boita bandana utsav

ଅନୁଗୋଳ: ଓଡ଼ିଆ ଅସ୍ମିତା ଓ ଐତିହ୍ୟର ପରମ୍ପରା ବୋଇତ ବନ୍ଦାଣ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅନୁଗୋଳରେ ବେଶ ଧୂମଧାମରେ ପାଳିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ । ଅନୁଗୋଳ ଜିଲ୍ଲାର କଳାକାର ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ୩୮ତମ ବୋଇତ ବନ୍ଦାଣ ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା । ରାଜ୍ୟର ସୁନାମଧନ୍ୟ କଣ୍ଠଶିଳ୍ପୀ ଟି ସୌରିଙ୍କ ସଙ୍ଗୀତରେ ଝୁମିଥିଲେ ଦର୍ଶକ ।

ଅନୁଗୋଳ ଜିଲ୍ଲାର ସାଂସ୍କୃତିକ ଅନୁଷ୍ଠାନ କଳାକାର ଦ୍ଵାରା ଆୟୋଜିତ ଦୁଇ ଦିନିଆ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଉଦଯାପିତ୍ ହୋଇଯାଇଛି । ଗତକାଲି (ସୋମବାର) ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଓ ଲୋକପ୍ରିୟ କଣ୍ଠଶିଳ୍ପୀ ଟି ସୌରି ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତେବେ ଓଡ଼ିଆ ସଂସ୍କୃତି ଐତିହ୍ୟ ପରମ୍ପରାକୁ ବହନ କରୁଛି ବୋଇତ ବନ୍ଦାଣ । ସାଧବ ପୁଅର ନୌବାଣିଜ୍ୟ କରିଯିବା ପରମ୍ପରାକୁ ଆଗାମୀ ପିଢ଼ିକୁ ଜଣେଇବାକୁ କଳାକାର ଅନୁଷ୍ଠାନର ଏହି ଉଦ୍ୟମ ପ୍ରଶଂସନୀୟ । ହଜାର ହଜାର ବର୍ଷ ପୁରୁଣା ଲୋକ ସଂସ୍କୃତି ବୋଇତ ବନ୍ଦାଣକୁ କଳାକାର ବଜାଇ ରଖିଥିବାରୁ ତାଙ୍କୁ ଶ୍ରେୟ ଦେବାକୁ ପଡ଼ିବ ବୋଲି କଣ୍ଠଶିଳ୍ପୀ ଟି ସୌରି ନିଜ ଅଭିଭାଷଣରେ କହିଥିଲେ ।

ଏହା ମଧ୍ୟ ପଢନ୍ତୁ - ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବାକୁ ସୁବର୍ଣ୍ଣପୁରରେ ନୌଚାଳନା ପ୍ରତିଯୋଗିତା

ଏହା ମଧ୍ୟ ପଢନ୍ତୁ - ବୋଇତ ବନ୍ଦାଣ ଉତ୍ସବ, ନୌବାଣିଜ୍ୟର ପରମ୍ପରାକୁ ମନେ ପକାଇଲେ କଟକବାସୀ

ଏହାପରେ କଳାକାର ସଦସ୍ୟମାନଙ୍କ ଦ୍ଵାରା ସଙ୍ଗୀତ ଓ ବୋଇତ ବନ୍ଦାଣ ନୃତ୍ୟ ନାଟକ ପରିବେଷଣ କରାଯାଇଥିଲା । ସେହିପରି କଳାକାର ପ୍ରତିଭା ସମ୍ମାନରେ ଟି ସୌରିଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ନିଜର ହିଟ୍ ଗୀତ ଗାଇ ଦର୍ଶକଙ୍କର ମନୋରଞ୍ଜନ କରିଥିଲେ ପ୍ରସିଦ୍ଧ ଓଡ଼ିଆ କଣ୍ଠଶିଳ୍ପୀ । ଏହା ବ୍ୟତୀତ ଅନୁଗୋଳର ବହୁ ସାଂସ୍କୃତିକ ଅନୁଷ୍ଠାନ କଳାକାରମାନେ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଓଡିଶୀ ନୃତ୍ୟ ସହ ଅନ୍ୟ ଅନୁଷ୍ଠାନମାନଙ୍କ ପକ୍ଷରୁ ସମ୍ବଲପୁରୀ ଓ ଆଦିବାସୀ ନୃତ୍ୟ ଆଦି ଦର୍ଶକମାନଙ୍କ ମନ ଜିଣିଥିଲା । ସେହିପରି ଏହି ଅବସରରେ ପୂର୍ବରୁ ଆୟୋଜିତ ଚିତ୍ରାଙ୍କନ, ଓଡ଼ିଶୀ ନୃତ୍ୟ, ଦଳଗତ ଲୋକ ନୃତ୍ୟର ବିଜୟୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । କଳାକାର ସଦସ୍ୟ ଡ.ବୈରାଗୀ ମଲ୍ଲିକ, ସୁଶ୍ରୀ ପ୍ରତ୍ୟୁଷା ରଥ, ହରମୋହନ ଦାସ ମଞ୍ଚ ପରିଚାଳନା କରିଥିଲେ ।

ଇଟିଭି ଭାରତ, ଅନୁଗୋଳ

Last Updated : Nov 28, 2023, 10:02 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.