ETV Bharat / state

ଡଙ୍ଗା ବୁଡି 4 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି - ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି ଘଟଣା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପରଜଙ୍ଗ ଥାନା ରୋଡ଼ ପଞ୍ଚାୟତ କୁନ୍ଦନଦେଇପୁର ଗ୍ରାମରେ ଡଙ୍ଗା ବୁଡି ଘଟଣା । ଡଙ୍ଗାରେ ଥିବା 9 ଜଣଙ୍କ ମଧ୍ୟରୁ 4 ଜଣ ନିଖୋଜ ଥିବା ବେଳେ 5 ଜଣ ପହଁରି କୂଳରେ ପହଞ୍ଚିଥିଲେ । ଘଟଣାରେ ନିଖୋଜ 4 ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Sep 8, 2019, 10:56 AM IST

ଅନୁଗୋଳ: ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି 4 ନିଖୋଜଙ୍କ ମିଳୁନି ପତ୍ତା । ଏବେ ବି ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ସୂଚନାନୁସାରେ, ଗତକାଲି ରାତିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପରଜଙ୍ଗ ଥାନା ରୋଡ଼ ପଞ୍ଚାୟତ କୁନ୍ଦନଦେଇପୁର ଗ୍ରାମରେ ଡଙ୍ଗା ବୁଡିଯାଇଥିଲା । ଏଥିରେ 4 ଜଣ ନିଖୋଜ ହୋଇଥିବାବେଳେ 5 ଜଣ ପାଣିରେ ପହଁରି କୂଳରେ ପହଞ୍ଚିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଡଙ୍ଗାରେ ମୋଟ 9 ଜଣ ଯାତ୍ରୀ ଥିଲେ । ତନ୍ମଧ୍ୟରୁ 6 ଜଣ ଖଡ଼ପ୍ରସାଦ ନିକଟସ୍ଥ ପ୍ଲାଣ୍ଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । 2 ଜଣ ଡଙ୍ଗା ଚାଳକ ଓ ଜଣେ ଛତୁ ବ୍ୟବସାୟୀ ଥିବା ଜଣାପଡିଛି । ନିଖୋଜ 4 ହେଲେ ରୋଡ଼ ଗ୍ରାମର ରାଜକିଶୋର ନାୟକଙ୍କ ପୁଅ ବିଜୟ ନାୟକ, ଦୁଷ୍ମନ୍ତ ସାହୁଙ୍କ ପୁଅ ସୁଶାନ୍ତ ସାହୁ, ବିନୋଦ ସାହୁଙ୍କ ପୁଅ ରମେଶ ସାହୁ ଏବଂ କୁନ୍ଦନଦେଇପୁର ଗ୍ରାମର ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କ ପୁଅ ବିଶ୍ଵଜିତ ଆଚାର୍ଯ୍ୟ ।

ଉଦ୍ଧାର 5 ହେଲେ ଗଇଲୋ ଗ୍ରାମର ପ୍ରତାପ ସାହୁ, ରୋଡ଼ ଗ୍ରାମର ଅଜୟ ନାୟକ, ଲିପୁନ ସାହୁ ଏବଂ ଖଡପ୍ରସାଦ ଗ୍ରାମର ଦୁଇ ଡଙ୍ଗା ଚାଳକ ବାପା-ପୁଅ ଘନଶ୍ୟାମ ଜଟି । ପ୍ରତ୍ୟେକ ଦିନ ଭଳି ଡଙ୍ଗାଟି ଖଡପ୍ରସାଦ ଘାଟରୁ କୁନ୍ଦନଦେଇପୁର ଘାଟକୁ ଆସୁଥିଲା । ଲଗାଣ ବର୍ଷା କାରଣରୁ ବ୍ରାହ୍ମଣୀ ନଦୀର ଜଳ ଫୁଲି ଉଠିଥିଲା । ଫଳରେ ନଦୀ ମଧ୍ୟରେ ଯାଇଥିବା ଟିଭି କେବୁଲଟି ଜଳ ମଧ୍ୟରେ ବୁଡି ରହିଥିଲା । କେବୁଲ ତାର ଲାଗି ଡଙ୍ଗାଟି ଓଲଟି ପଡିଥିଲା । ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ଅଗ୍ନିଶମ କର୍ମଚାରୀ, ଓଡ୍ରାଫ ଟିମ୍‌ ଓ ତହସିଲଦାର ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି ଚାରି ନିଖୋଜ ଘଟଣା । ନିଖୋଜ ଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ।Body:
ଢେଙ୍କାନାଳ ଜିଲା କାମାକ୍ଷାନଗର ପରଜଙ୍ଗ ଥାନା ରୋଡ଼ ପଂଚାୟତ ଅନ୍ତର୍ଗତ କୁନ୍ଦନଦେଇପୁର ଗ୍ରାମରେ ଡଙ୍ଗା ବୁଡି ୪ ଜଣ ନିଖୋଜ ହୋଇଥିବା ବେଳେ ୫ ଜଣ ପାଣିରେ ପହଁରି କୂଳରେ ପହଞ୍ଚିଛନ୍ତି ।ମୋଟ ୯ ଜଣ ଯାତ୍ରୀଙ୍କ ମଧ୍ୟରେ ୭ ଜଣ ଶ୍ରମିକ ଓ ୨ଜଣ ଡଙ୍ଗା ଚାଳକ ରହିଛନ୍ତି । ନିଖୋଜ ୪ଜଣ ହେଉଛନ୍ତି ରୋଡ଼ ଗ୍ରାମର ରାଜକିଶୋର ନାୟକଙ୍କ ପୁଅ ବିଜୟ ନାୟକ ,ଦୁଷ୍ମନ୍ତ ସାହୁଙ୍କ ପୁଅ ସୁଶାନ୍ତ ସାହୁ ,ବିନୋଦ ସାହୁଙ୍କ ପୁଅ ରମେଶ ସାହୁ ଏବଂ କୁନ୍ଦନଦେଇପୁର ଗ୍ରାମର ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କ ପୁଅ ବିଶ୍ଵଜିତ ଆଚାର୍ଯ୍ୟ । ଉଦ୍ଧାର ହୋଇଥିବା ୫ଜଣ ହେଲେ ଗଇଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପୁଅ ପ୍ରତାପ ସାହୁ ,ରୋଡ଼ ଗ୍ରାମର ରାଜକିଶୋର ନାୟକଙ୍କ ପୁଅ ଅଜୟ ନାୟକ ,କନ୍ଦର୍ପ ସାହୁଙ୍କ ପୁଅ ଲିପୁନ ସାହୁ ଏବଂ ମୋଟଙ୍ଗା ଥାନା ଖଡପ୍ରସାଦ ଗ୍ରାମର ଦୁଇ ଡଙ୍ଗା ଚାଳକ ବାପା ଘନଶ୍ୟାମ ଓ ପୁଅ ଜଟି ବୋଲି ଜଣାପଡିଛି । ସବୁଦିନ ପରି ଡଙ୍ଗାଟି ଖଡପ୍ରସାଦ ଘାଟରୁ କୁନ୍ଦନଦେଇପୁର ଘାଟକୁ ଆସୁଥିବା ବେଳେ ଟିଭି କେବୁଲ ତାର ଲାଗି ଅଘଟଣ ଘଟିଛି । ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ଜଳ ଫୁଲି ଉଠିଥିଲା । ଫଳରେ ନଦୀ ମଧ୍ୟରେ ଯାଇଥିବା ଟିଭି କେବୁଲଟି ଜଳ ମଧ୍ୟରେ ବୁଡି ରହିଥିଲା । ଯାହା ଫଳରେ କେବୁଲ ତାର ସହ ଡଙ୍ଗାଟି ଲାଗି ଓଲଟି ପଡିଥିଲା । Conclusion:୯ ଜଣଙ୍କ ମଧ୍ୟରୁ ୬ଜଣ ଶ୍ରମିକ ଖଡ଼ପ୍ରସାଦ ନିକଟସ୍ଥ ପ୍ଲାଣ୍ଟରେ କାର୍ଯ୍ୟ କରୁଥିଲେ,ଦୁଇ ଜଣ ନାବିକ ଏବଂ ଜଣେ ଛତୁ ବ୍ୟବସାୟୀ ଥିଲେ । ଛତୁ ବ୍ୟବସାୟୀ ଜଣଙ୍କ ରୋଡ଼ ଗ୍ରାମର ରମେଶ ସାହୁ ।ଘଟଣା ସ୍ଥଳରେ ପରଜଙ୍ଗ ଅଗ୍ନିଶମ ବାହିନୀ ,ତହସିଲଦାର ପହଁଛି ଖୋଜା ଖୋଜି ଜାରି ରଖିଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.