ଅନୁଗୋଳ: ଅକ୍ଟୋବର 1 ତାରିଖରୁ ଆରମ୍ଭ ହୋଇଥାନ୍ତା ତାଳଚେର ମେଡ଼ିକାଲ କଲେଜ । ଅନୁଗୋଳ ସବ କଲେକ୍ଟର କଲେଜ ଖୋଲିବା ନେଇ କହିଥିବା ବେଳେ କାହିଁକି ମେଡ଼ିକାଲ କଲେଜ ଖୋଲାଗଲା ନାହିଁ ପ୍ରଶ୍ନ କରିଛି ବିଜେପି । କେବେ ମେଡିକାଲ କଲେଜ ଖୋଲିବ ? କାହିଁକି କଲେଜ ଖୋଲାଗଲା ନାହିଁ ? ଏମିତି ଅନେକ ପ୍ରଶ୍ନ କରି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ କଡା ସମାଲୋଚନା କରିବା କେବେ କଲେଜ କାର୍ଯ୍ୟକ୍ଷମ ହେବ ବୋଲି ପ୍ରଶ୍ନ କରିଛି ବିଜେପି ।
ଜିଲ୍ଲା ବିଜେପି ସଭାପତି ଡିଲେଶ୍ଵର ପ୍ରଧାନ କହିଛନ୍ତି,‘‘ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଆଜି ଠାରୁ ଆରମ୍ଭ ହୋଇଥାନ୍ତା ତାଳଚେର ମେଡ଼ିକାଲ କଲେଜ । ହେଲେ ସରକାର ଏହାକୁ କାର୍ଯ୍ୟକ୍ଷମ କଲେ ନାହିଁ । ରାଜ୍ୟ ସରକାରଙ୍କ ଘୋଷଣା ଖାଲି ଧୂଆଁବାଣ । ତାଳଚେର ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ସୁଦ୍ଧା ତାହା କଯ୍ୟକାରୀ ହେଲା ନାହିଁ । ଯାହା ଜିଲ୍ଲାବାସୀଙ୍କ ପ୍ରତି ସରକାରଙ୍କ ମନଭାବ ସମ୍ପର୍ଣ୍ଣ ବାରି ହୋଇପଡୁଛି । ଜିଲ୍ଲାକୁ ଓ ଜିଲ୍ଲାବାସୀଙ୍କୁ ଖାଲି ମିଛ ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି ସରକାର ।’’
ଏହା ମଧ୍ୟ ପଢନ୍ତୁ..ସଚିବଙ୍କ ବିରୋଧରେ ଆସିଥିବା ସ୍ବାଧିକାର ନୋଟିସ ଗ୍ରହଣଯୋଗ୍ୟ ନୁହେଁ: ନରସିଂହ
ବିଜେପି ନେତା କାଳନ୍ଦୀ ସାମଲ କହିଛନ୍ତି, ‘‘କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜସ୍ବ ଉଦ୍ୟମରେ ମେଡ଼ିକାଲ କଲେଜ କୋଠା ନିର୍ମାଣ ଠାରୁ ଆରମ୍ଭ କରି କଲେଜ ପରିଚାଳନା ପର୍ଯ୍ୟନ୍ତ ପ୍ରାୟ 1500 କୋଟି ଟଙ୍କା ବିନିଯୋଗ ହୋଇଥିଲା । କିନ୍ତୁ ସରକାର ଏହାକୁ ଚଳାଇବା ଦିଗରେ କାହିଁକି ପଦକ୍ଷେପ ନେଉ ନାହାନ୍ତି ? ଏଠାରେ ଦଳର 5 ବିଧାୟକ ଓ ସାଂସଦ ଥାଇ ସୁଦ୍ଧା କାହିଁକି ମେଡ଼ିକାଲ କଲେଜ କର୍ଯ୍ୟକାରୀ ହୋଇ ପାରୁନାହିଁ । ସରକାର 1 ତରିଖରେ ଖୋଲିବା ନେଇ ଜିଲ୍ଲାବାସୀଙ୍କୁ ଦେଇଥିବା ନିଜ ପ୍ରତିଶ୍ରୁତିକୁ ଭୁଲିଗଲେ । ଏହାଠାରୁ ବଡ ନିନ୍ଦାଜନକ ଘଟଣା ଅଉ କିଛି ନାହିଁ । ଶିକ୍ଷାର ଉନ୍ନତି ପାଇଁ ମେଡିକାଲ କଲେଜ ତିଆରି କରାଯାଇଥିଲା । ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସହ ଡାକ୍ତରୀ ପଢିବାକୁ ଅଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କୁ କଲେଜ ମିଳିଥାନ୍ତା ହେଲେ ସରକାର ଏହାକୁ ଖୋଲିବା ନେଇ କୌଣସି ପଦକ୍ଷପ ଗ୍ରହଣ କରୁ ନାହାନ୍ତି ।‘‘ ଏହାକୁ ନେଇ ଜିଲ୍ଲବାସୀଙ୍କୁ ସଚେତନ କରି ବିଜେପି ଆନ୍ଦୋଳନ କରିବା ବୋଲି ଚେତାବନୀ ଦେଇଛନ୍ତି ବିଜେପି ନେତା ।
ଇଟିଭି ଭାରତ, ଅନୁଗୋଳ