ETV Bharat / state

EVMରେ ଗଡବଡି ଅଭିଯୋଗ କଲା BJP, ଗଣତି କେନ୍ଦ୍ର ଆଗରେ ଧାରଣା - ଗଣତି କେନ୍ଦ୍ର ସମ୍ମୁଖରେ ବିଜେପିର ଧାରଣା ଖବର ଅନୁଗୋଳ

ଅନୁଗୋଳରେ ପୌର ଭୋଟ ଗଣତିରେ ତ୍ରୁଟି ଅଭିଯୋଗରେ ବିଜେପିର ଧାରଣା । ଅଧିକ ପଢନ୍ତୁ

EVM ରେ ତ୍ରୁଟି ଅଭିଯୋଗ କଲା BJP, ଗଣତି କେନ୍ଦ୍ର ସମ୍ମୁଖରେ ଧାରଣା

author img

By

Published : Mar 26, 2022, 6:03 PM IST

ଅନୁଗୋଳ: ପୌର ଭୋଟ ଗଣତିରେ ତ୍ରୁଟି ଅଭିଯୋଗ ଆଣିଲା ବିଜେପି । ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ଦିଲ୍ଲୀପ କୁମାର ପ୍ରଧାନ ୯୭ ଖଣ୍ଡ ଭୋଟରେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ବିଜେଡିର ଅକ୍ଷୟ କୁମାର ସାମନ୍ତଙ୍କ ଠାରୁ ପରାସ୍ତ ହେବା ପରେ ଏଭଳି ଅଭିଯୋଗ ଆଣିଛନ୍ତି । ଏହାର ପ୍ରତିବାଦରେ ଶତାଧିକ ବିଜେପି କର୍ମୀ ଭୋଟ ଗଣତି କେନ୍ଦ୍ର ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

EVM ରେ ତ୍ରୁଟି ଅଭିଯୋଗ କଲା BJP, ଗଣତି କେନ୍ଦ୍ର ସମ୍ମୁଖରେ ଧାରଣା

କେତୋଟି EVM ମେସିନରେ ବ୍ୟାପକ ତ୍ରୁଟି ଯୋଗୁଁ ସେ ପରାସ୍ତ ହୋଇଥିବା ଅଭିଯୋଗ କରିଛନ୍ତି । ଦୀର୍ଘ ସମୟ ଧରି ଗଣତି କେନ୍ଦ୍ର ସମ୍ମୁଖରେ ଉତ୍ତେଜନା ଲାଗି ରହିଛି । ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସପି, ଏସ୍ଡ଼ିପିଓ, ଥାନା ଅଧିକାରୀ ପ୍ରମୁଖ ସେମାନଙ୍କୁ ବୁଝା ଶୁଝା କରିଛନ୍ତି । ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଯେଉଁ ଇଭିଏମଗୁଡିକରେ ତ୍ରୁଟି ରହିଛି ସେହି ବୁଥଗୁଡିକରେ ପୁଣି ଥରେ ଭୋଟ ଗ୍ରହଣ କରିବା ଏବଂ ସବୁ ଇଭିଏମକୁ ଟିକ୍‌ନିଖ୍ କରି ଦେଖାଇବାକୁ ଦାବି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.