ଅନୁଗୋଳ: ଛେଣ୍ଡିପଦା ଠାରେ ବିଜେପିର ଅନୁସୂଚିତ ଜାତି ସମାବେଶ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମୁଖ୍ୟ ଅତିଥି ଭାବେ ଏହି ସମାବେଶରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ଆଠ ବର୍ଷରେ କେନ୍ଦ୍ରରେ ବିଜେପିର ସେବା, ସୁଶାସନ ଏବଂ ଗରିବଙ୍କ କଲ୍ୟାଣ ପାଇଁ ହେଉଥିବା ଯୋଜନାରେ ଯେଭଳି ଗରିବ, ପଛୁଆ, ଦଳିତ, ଆଦିବାସୀ, ମହିଳାମାନେ ସାମିଲ ହୋଇ ଯୋଜନା ସୁଫଳ ପାଇପାରିବେ ସେ ନେଇ ନିଜର ମତ ରଖିଥିଲେ ସମୀର । ମୋଦି ସରକାରଙ୍କ ଯୋଜନା କିଭଳି ଶତ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚିବ ସେ ଦିଗରେ କାର୍ଯ୍ୟ କରିବାକୁ ସେ ଦଳୀୟ କର୍ମୀ ମାନକୁ କହିଥିଲେ ।
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ରାଜ୍ୟ ଏସସି ମୋର୍ଚ୍ଚା ସଂଯୋଜକ ରବି ବେହେରା, ରାଜ୍ୟ ଏସସି ମୋର୍ଚ୍ଚା ଉପ ସଭାପତି ଚନ୍ଦନ ସ୍ୱରାଜ, ଜିଲ୍ଲା ଉପସଭାପତି ଚୌଧୁରୀ ପ୍ରଧାନ ପ୍ରମୁଖ ନେତାମାନେ ଏହି ସମାବେଶରେ ସାମିଲ ହୋଇଥିଲେ ।
ସଭା ପୂର୍ବରୁ ଛେଣ୍ଡିପଦାର ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯିବା ସହ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରାରେ ସମାବେଶ ସ୍ଥଳକୁ ନିଆଯାଇଥିଲା ।
ଇଟିଭି ଭାରତ, ଅନୁଗୋଳ