ETV Bharat / state

କିଶୋର ନଗର ବିଡିଓଙ୍କ ବିରୁଦ୍ଧରେ ଏତଲା ଦେଲା ବିଜେପି, ବିଜେଡିର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ

ଅନୁଗୋଳ ଜିଲ୍ଲା କିଶୋର ନଗର ବିଡିଓ ବିନୋଦ ବିହାରୀ ବେହେରାଙ୍କ ବିରୋଧରେ ଥାନାରେ ଏତଲା ଦେଲା ବିଜେପି । ସରକାରୀ ଅଧିକାରୀ ହୋଇ ବିଜେଡିର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

bjp allegation against kishore nagar bdo
କିଶୋର ନଗର ବିଡିଓଙ୍କ ବିରୁଦ୍ଧରେ ଥାନାରେ ଏତଲା
author img

By

Published : Mar 10, 2023, 9:52 PM IST

କିଶୋର ନଗର ବିଡିଓଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଲା ବିଜେପି

ଅନୁଗୋଳ: କିଶୋର ନଗର ବିଡ଼ିଓଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି । ଗତ ଗୁରୁବାର ତାଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବା ପରେ ଶୁକ୍ରବାର ପୁଣି ତାଙ୍କ ବିରୁଦ୍ଧରେ ବିଜେପି ପକ୍ଷରୁ କିଶୋର ନଗର ଥାନାରେ ଏତଲା ଦିଆଯାଇଛି । ଅନୁଗୋଳ ଜିଲ୍ଲା କିଶୋର ନଗର ବିଡ଼ିଓ ଓଡିଶା ସରକାରୀ କର୍ମଚାରୀ ସର୍ଭିସ କୋଡ ୧୯୫୯କୁ ଉଲଙ୍ଘନ କରି ବିଜେଡି ଦଳର ଚିହ୍ନ ଲଗାଇ ପଞ୍ଚାୟତିରାଜି ଦିବସରେ ବିଜ୍ଞାପନ ଦେଇଥିବା ବିଜେପି ଅଭିଯୋଗ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତକୁ ବିଜେପିର ଟାର୍ଗେଟ, ସାମ୍ବାଦିକ ସମ୍ମିଳନୀରେ ସମାଲୋଚନା କଲେ ବିଜେପି ବିଧାୟକ

ଅନୁଗୋଳ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଓ ପ୍ରାକ୍ତନ ମନ୍ତ୍ରୀ ସଞ୍ଜୀବ ସାହୁଙ୍କ ନେତୃତ୍ୱରେ ବିଜେପିର ଏକ ଟିମ୍‌ କିଶୋର ନଗର ଥାନାକୁ ଯାଇ ସମ୍ପୃକ୍ତ ବିଡ଼ିଓ ବିନୋଦ ବିହାରୀ ବେହେରାଙ୍କ ନାମରେ ଏତଲା ଦେଇଛନ୍ତି । ଜଣେ ସରକାରୀ ଅଧିକାରୀ ହୋଇ ଓଡିଶା ସରକାରଙ୍କ ସର୍ଭିସ କୋଡ 1959ର ଖୋଲାଖୋଲି ଭାବେ ଉଲଂଘନ କରିଥିବା ବିଜେପି ଅଭିଯୋଗ କରିଛି । ବିନୋଦ ବିହାରୀ ବେହେରା ବିଜେଡି ଦଳର ଚିହ୍ନକୁ ଲଗାଇ ଦୁଇ ଦୁଇଟି ବିଜ୍ଞାପନ ଦେଇ ଦଳର ପ୍ରଚାରପ୍ରସାର କରିଥିବା ଏତେଲାରେ ଉଲ୍ଲେଖ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ବଜେଟକୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରଶଂସା, ଓବିସି ଗଣନାକୁ ନେଇ ସନ୍ତୋଷଜନକ ଉତ୍ତର ଦେଇପାରିଲେନି ସଚିବ

ଏନେଇ ବିଜେପି କହିଛି, "ଆଇନ କାନୁନ କିଛି ନମାନି ବିଡିଓ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି । ନିରପେକ୍ଷ ଭାବେ ଜନସାଧାରଣଙ୍କର କାର୍ଯ୍ୟ କରିବା ପରିବର୍ତ୍ତେ ସମ୍ପୃକ୍ତ ବିଡିଓ ବିଜେଡିର ବ୍ଲକ ସଭାପତି ଭଳି କାର୍ଯ୍ୟ କରୁଛନ୍ତି, ଯାହାକି ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ ।" ତେଣୁ ତୁରନ୍ତ ବିଡିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି । ଏ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ବିଜେପି ଚିଠି ଲେଖି ଅବଗତ କରାଇଛି । ଖୁବଶୀଘ୍ର ସମ୍ପୃକ୍ତ ବିଡିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବିଜେପି ତୀବ୍ର ଆନ୍ଦୋଳନ କରିବା ସହ ଆଇନର ଲଢେଇ ଲଢ଼ିବ ବୋଲି ଜିଲ୍ଲା ସଭାପତି ଡିଲେଶ୍ଵର ପ୍ରଧାନ ଓ ପ୍ରାକ୍ତନ ମନ୍ତ୍ରୀ ସଞ୍ଜୀବ ସାହୁ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ମେହେର, ଅଜିତ ପ୍ରଧାନ ସଂଯୋଜକ ଅଲେଖ ପ୍ରଧାନ, ମଣ୍ଡଳ ସଭାପତି ଅର୍ଜୁନ ପାଣ୍ଡେ ଓ ରମେଶ ଜେନାମଣିଙ୍କ ସମେତ ପ୍ରମୁଖ ପଦାଧିକାରୀମାନେ ଯୋଗଦେଇ ଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.