ଅନୁଗୋଳ: ଚାଲିଛି ଗଣତନ୍ତ୍ରର ମହାପର୍ବ । ଗୋଟେ ପଟେ ନିର୍ବାଚନ ଚାଲିଥିବା ବେଳେ ଅନ୍ୟପଟେ ଜମୁଛି ପ୍ରଚାର। ଅନୁଗୋଳ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା କିଶୋର ନଗର ବ୍ଲକ ନିର୍ବାଚନ ପାଇଁ ପ୍ରଚାର ବେଶ ଜମୁଛି ।
ବିଜେଡ଼ି ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ପୂର୍ବତନ ପ୍ରଶାସକ ନଳିନୀ ପ୍ରଧାନ। ଅନୁଗୋଳ ଜିଲ୍ଲାରେ ଚଳିତ ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଜୋରସୋରରେ ଚାଲିଛି କ୍ୟାମ୍ପନିଂ । ଜିଲ୍ଲାର କିଶୋରୀ ନଗର ବ୍ଲକରେ ପ୍ରଚାରର ମଙ୍ଗ ଧରିଛନ୍ତି ପୂର୍ବତନ ପ୍ରଶାସକ ତଥା ବିଜେଡି ଦଳର ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ନଳିନୀ ପ୍ରଧାନ ।
ଏହାବି ପଢନ୍ତୁ : Panchayat Poll: ବାଲାଟ ବାକ୍ସ ପୋଖରୀକୁ ପିଙ୍ଗିଦେଲେ ଦୁର୍ବୃତ୍ତ
ଗାଁ ଗାଁ ବୁଲି ପଥ ପ୍ରାନ୍ତ ସଭା କରି ଦଳୀୟ ପାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ନଳିନୀ । ଅଞ୍ଚଳ ପ୍ରତ୍ୟକ ଗାଁକୁ ଯାଇ ସେମାନଙ୍କ ସୁଖ ଦୁଃଖ ବୁଝିବା ସହ ବିଜେଡିକୁ ଭୋଟ ଦେବାକୁ ନିବେଦନ କରିଛନ୍ତି । ଆଜି ନଳିନୀ 12 ନମ୍ବର ଜିଲା ପରିଷଦ ପ୍ରାର୍ଥିନୀ ଅନୁମପା ସାହୁଙ୍କ ପାଇଁ ଭୋଟ ମାଗିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ