ETV Bharat / state

ଅନୁଗୋଳରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

author img

By

Published : Oct 23, 2022, 11:22 AM IST

ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ବିଜେଡିର ଜନସମ୍ପର୍କ ପଦଯାତ୍ରା । ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ବିଜେଡି ଜନସମ୍ପର୍କ ପଦଯାତ୍ରା । ଏହି ପଦଯାତ୍ରାରେ ଅଭୂତପୂର୍ବ ଜନସମାଗମ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଅନୁଗୋଳରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା
ଅନୁଗୋଳରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଅନୁଗୋଳ: ଆଠମଲ୍ଲିକରେ ବିଜେଡିର ଜନସମ୍ପର୍କ ପଦଯାତ୍ରା (BJD jana samparka padayatra) ଅନୁଷ୍ଠିତ ହୋଇଛି । ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଏହି ପଦଯାତ୍ରାରେ ଅଭୂତପୂର୍ବ ଜନସମାଗମ ଦେଖିବାକୁ ମିଳିଛି । ଗତ ଶୁକ୍ରବାର ଅପରାହ୍ନରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରାରେ ପ୍ରାୟ ୫ହଜାରରୁ ଅଧିକ କର୍ମୀ ଯୋଗ ଦେଇଥିଲେ (jana samparka padayatra) ।

ଅନୁଗୋଳରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଏହି ଅବସରରେ ଦେଉଳଝରି ମନ୍ଦିରରୁ ପୂଜାର୍ଚ୍ଚନା କରି ମାଣିତ୍ରୀ, ଟୁସର, କିଆକଟା, ମାଧପୁର, କୁଦ ଗାଁ, ଲୁଣ ହାଣ୍ଡି, କମ୍ପଲା, ବାସୁଦେବପୁର ଆଦି ୯ଟି ପଞ୍ଚାୟତରେ ପଦଯାତ୍ରା କରାଯାଇଥିଲା । ପ୍ରତ୍ୟେକ ପଞ୍ଚାୟତରେ ଏହି ପଦଯାତ୍ରାରେ ହଜାର ହଜାର କର୍ମୀ ଯୋଗ ଦେଇଥିଲେ । ବିଧାୟକ ପଦଯାତ୍ରା ବେଳେ ଲୋକଙ୍କ ସହ ସିଧାସଳଖ ମିଶି ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା ଗୁଡିକ ସମ୍ପର୍କରେ ବୁଝାଇ ଥିଲେ । ଲୋକଙ୍କ ଅଭିଯୋଗ ଶୁଣି ସେଗୁଡିକର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ଏଭଳି ଜନସମ୍ପର୍କ ପଦଯାତ୍ରା ଆଗକୁ ମଧ୍ୟ ବିଭିନ୍ନ ପଞ୍ଚାୟତରେ ଚାଲୁ ରହିବ ବୋଲି ବିଧାୟକ ସୂଚନା ଦେଇଥିଲେ ।

ବିଧାୟକ ଦଳୀୟ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ସେହିପରି ବିଜେଡି ନେତା କହିଥିଲେ, ''ଆମର ଯେଉଁ ଲୋକାଭିମୁଖୀ କାର୍ଯ୍ୟକ୍ରମ ରହିଛି ଯଥା ଲୋକଙ୍କ ଭଲ, ମନ୍ଦ, ସୁଖ, ଦୁଃଖରେ ସେମାନଙ୍କ ପାଖରେ ପହଞ୍ଚିବା ତାହା ଆଜି ପ୍ରତିଫଳିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି, ବିକାଶମୂଳକ କାର୍ଯ୍ୟ ଓ ରାଜ୍ୟବାସୀଙ୍କ ପ୍ରତି ସମର୍ପଣଭାବ ରାଜ୍ୟବାସୀଙ୍କୁ ଏହି ପଦଯାତ୍ରାରେ ଯୋଡୁଛି'' ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.