ETV Bharat / state

ନାଲକୋରେ ବିଶ୍ଵକର୍ମା ପୂଜା: 23ରୁ ଊର୍ଦ୍ଧ୍ବ ମଣ୍ଡପରେ ପୂଜା ପାଉଛନ୍ତି ଦେବଶିଳ୍ପୀ - ପୂଜା ପାଉଛନ୍ତି ଦେବଶିଳ୍ପୀ

ଧରାବତରଣ କରିଛନ୍ତି ଦେବ ଶିଳ୍ପୀ ବିଶ୍ଵ ବିନ୍ଧାଣି ବିଶ୍ଵକର୍ମା । ନାଲକୋ ନଗରର ୨୩ ରୁ ଅଧିକ ମଣ୍ଡପରେ ଦେବଶିଳ୍ପୀଙ୍କୁ ଆରାଧନା କରାଯାଉଛି । ଉତ୍ସବ ମୁଖରିତ ହୋଇ ଉଠିଛି ଓଡିଶାର ଆଲୁମିନିୟମ ନଗରୀ ନାଲକୋ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Sep 17, 2019, 3:25 PM IST

ଅନୁଗୋଳ: ବିଶ୍ଵକର୍ମା ଅନ୍ୟ ଅର୍ଥରେ ବିଶ୍ଵର ସୃଷ୍ଟି କର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟି କର୍ତ୍ତା । ଏଣୁ ବିଶ୍ଵକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ । ଆଜି ଧରାବତରଣ କରିଛନ୍ତି ଦେବ ଶିଳ୍ପୀ ବିଶ୍ଵ ବିନ୍ଧାଣି ବିଶ୍ଵକର୍ମା । ଦେବଶିଳ୍ପୀ ବିଶ୍ବକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା । ଆଜି ସାରା ଦେଶରେ ଶିଳ୍ପୀମାନେ ବିଶ୍ବକର୍ମାଙ୍କୁ ପୂଜା କରୁଛନ୍ତି । ସେପଟେ ଆରମ୍ଭ ହେଲା ଆଲୁମିନିୟମ ନଗରୀ ନାଲକୋର ଓଡିଶା ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ।

ଏଥର ପୂଜାକୁ ଆକର୍ଷଣୀୟ କରୁଛି ଭଳିକି ଭଳି ସୁଉଚ ତୋରଣ ସାଙ୍ଗକୁ ସାଜସଜା ମଧ୍ୟରେ ପୂଜା ପାଉଛନ୍ତି ଦେବଶିଳ୍ପୀ । ଏଥର ନାଲକୋ ନଗରର ୨୩ରୁ ଅଧିକ ମଣ୍ଡପରେ ଦେବଶିଳ୍ପୀଙ୍କୁ ଆରାଧନା କରାଯାଉଛି । ଉତ୍ସବ ମୁଖରିତ ହୋଇ ଉଠିଛି ଓଡିଶାର ଆଲୁମିନିୟମ ନଗରି ନାଲକୋ । ନାଲକୋରେ ବିଭିନ୍ନ ବିଭାଗ ଯଥା ପଟଲାଇନ, କାଷ୍ଠହାଉସ ଏ, କାଷ୍ଠହାଉସ ବି, ମେଟାଲିକ ଡିପାର୍ଟମେଣ୍ଟ, କାର୍ବନ ଏରିଆ, ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟ ଆଦି ୨୩ଟି ବିଭାଗ ପକ୍ଷରୁ ଏଥର ବିଶ୍ଵକର୍ମାଙ୍କୁ ପୂଜା କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପୂଜା ଉତ୍ସବ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଭଳିକି ଭଳି ତୋରଣ ଓ ଆଲୋକ ସଜାମାନ ନିର୍ମାଣ କରାଯାଇଛି । ବିଦ୍ଧି ଅନୁସାରେ ପୂଜା ମଣ୍ଡପ କର୍ମକର୍ତ୍ତାମାନେ କଳସ ଯାତ୍ରାରେ ପାଣି ଆଣିବା ପରେ ମଣ୍ଡପରେ ଆରମ୍ଭ ହୋଇଛି ପୂଜା । କେଉଁ ମଣ୍ଡପ ଏଥର ମୂର୍ତ୍ତି ସଜାକୁ ଅଧିକ ଗୁରୁତ୍ଵ ଦେଇଛି ତ ଅନ୍ୟକେହି ଆକର୍ଷଣୀୟ ଗେଟ ନିର୍ମାଣ କରିଛି । ପଟଲାଇନ ପୂଜା କମିଟି ଚଳିତ ବର୍ଷ ବାହୁବଳୀ ଫିଲ୍ମର ମାହେ ସ୍ମତି ରାଜପ୍ରସାଦ ମଧ୍ୟରେ ବାହୁବଳୀ ସଦୃଶ ବିଶ୍ଵକର୍ମାଙ୍କୁ ନିର୍ମାଣ କରି ଆରାଧନା କରୁଥିବାବେଳେ ରୋଡିଙ୍ଗଶପ ଏକ ମନ୍ଦିର ସଦୃଶ ନିର୍ମିତ ତୋରଣରେ ପୂଜା କରୁଛି ବିଶ୍ଵକର୍ମାଙ୍କୁ ।

ଆଜି ପୂଜାର ପ୍ରଥମ ଦିନରେ ମଧ୍ୟ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି ନାଲକୋ ନଗରରେ । ଅନୁଗୋଳ ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ଲୋକେ ଏହି ପୂଜାଉତ୍ସବ ଦେଖିବା ପାଇଁ ଏଠାକୁ ଆସୁଥିବାରୁ ମିନା ବଜାର ସହ ଅନେକ ଉଠା ଦୋକାନ ମଧ୍ୟ ଏଠାରେ ଖୋଲିଛି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ପୂଜା ଉତ୍ସବ । କୁହାଯାଏ ଏହି ପୂଜା ହେଉଛି ସବୁଠାରୁ ବ୍ୟୟ ବହୁଳ । ପାଗ ଭଲ ରହିଲେ ସାତଦିନ ବ୍ୟାପୀ ପୂଜାରେ ବହୁ ଲୋକଙ୍କ ସମାଗମ ହେବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଆରମ୍ଭ ହୋଇଛି ଆଲୁମିନିୟମ ନଗରୀ ନାଲକୋ ର ଓଡିଶା ପ୍ରସିଦ୍ଧ ବିଶ୍ଵକର୍ମା ପୂଜା । ଏଥର ପୂଜାକୁ ଆକର୍ଷଣୀୟ କରୁଛି ଭଳିକି ଭଳି ସୁଉଚ ତୋରଣ ସାଙ୍ଗକୁ ସାଜସଜା ମଧ୍ୟରେ ପୂଜା ପାଉଛନ୍ତି ଦେବଶିଳ୍ପୀ । ଏଥର ନାଲକୋ ନଗର ର ୨୩ ରୁ ଅଧିକ ମଣ୍ଡପରେ ଦେବଶିଳ୍ପୀ ଙ୍କୁ ଆରାଧନା କରାଯାଉଛି । Body:Vo – 1
ଆଜି ଧରାବତରଣ କରିଛନ୍ତି ଦେବ ଶିଳ୍ପୀ ବିଶ୍ଵ ବିନ୍ଧାଣି ବିଶ୍ଵକର୍ମା । ଆଉ ଏଥିପାଇଁ ଉତ୍ସବ ମୁଖରିତ ହୋଇ ଉଠିଛି ଓଡିଶାର ଆଲୁମିନିୟ ନଗରି ନାଲକୋ । ନାଲକୋ ରେ ବିଭିନ୍ନ ବିଭାଗ ଯଥା ପଟଲାଇନ , କାଷ୍ଠହାଉସ ଏ , କାଷ୍ଠହାଉସ ବି , ମେଟାଲିକ ଡିପାର୍ଟମେଣ୍ଟ, କାର୍ବନ ଏରିଆ ,ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟ ଆଦି ୨୩ଟି ବିଭାଗ ପକ୍ଷରୁ ଏଥର ବିଶ୍ଵକର୍ମାଙ୍କୁ ପୂଜା କରାଯାଉଛି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପୂଜା ଉତ୍ସବ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ରେ ଭଳିକି ଭଳି ତୋରଣ ଓ ଆଲୋକ ସଜା ମାନ ନିର୍ମାଣ କରାଯାଇଛି । ବିଦ୍ଧି ଅନୁସାରେ ପୂଜା ମଣ୍ଡପ କର୍ମକର୍ତ୍ତା ମାନେ କଳସ ଯାତ୍ରା ରେ ପାଣି ଆଣିବା ପରେ ମଣ୍ଡପ ରେ ଆରମ୍ଭ ହୋଇଛି ପୂଜା ।
Byte – 1 ମାନସ କର , ପୂଜକ
Byte – 2 ମାନସ କୁମାର ମଲ୍ଲିକ , ନାଲକୋ କର୍ମଚାରୀ
Vo – 2
କେଉଁ ମଣ୍ଡପ ଏଥର ମୂର୍ତ୍ତି ସଜାକୁ ଅଧିକ ଗୁରୁତ୍ଵ ଦେଇଛି ତ ଅନ୍ୟକେହି ଆକର୍ଷଣୀୟ ଗେଟ ନିର୍ମାଣ କରିଛି । ପଟଲାଇନ ପୂଜା କମିଟି ଚଳିତ ବର୍ଷ ବହୁବଳୀ ଫିଲ୍ମ ର ମାହେ ସ୍ମତି ରାଜପ୍ରସାଦ ମଧ୍ୟରେ ବହୁବଳୀ ସଦୃଶ ବିଶ୍ଵକର୍ମାଙ୍କୁ ନିର୍ମାଣ କରି ଆରାଧନା କରୁଥିବା ବେଳେ ରୋଡିଙ୍ଗଶପ ଏକ ମନ୍ଦିର ସଦୃଶ ନିର୍ମିତ ତୋରଣରେ ପୂଜା କରୁଛି ବିଶ୍ଵକର୍ମାଙ୍କୁ । ଆଜି ପୂଜାର ପ୍ରଥମ ଦିନରେ ମଧ୍ୟ ବୋହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି ନାଲକୋ ନଗରରେ । ଅନୁଗୋଳ ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ଲୋକେ ଏହି ପୂଜାଉତ୍ସବ ଦେଖିବା ପାଇଁ ଏଠାକୁ ଆସୁଥିବାରୁ ମିନା ବଜାର ସହ ଅନେକ ଉଠା ଦୋକାନ ମଧ୍ୟ ଏଠାରେ ଖୋଲିଛି ।
Byte – 3 ଦେବାଶିଷ ଚଟାର୍ଜି ମ ନାଲକୋ କର୍ମଚାରୀ
Byte – 4 ଭବେଶ ଶେଠ , କର୍ମକର୍ତ୍ତା ପଟଲାଇନ ପୂଜା କମିଟି
Conclusion:ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ପୂଜା ଉତ୍ସବ । କୁହାଯାଏ ଏହି ପୂଜା ହେଉଛି ସବୁଠାରୁ ବ୍ୟୟ ବହୁଳ । ପାଗ ଭଲ ରହିଲେ ସାତଦିନ ବ୍ୟାପୀ ପୂଜାରେ ବୋହୁ ଲୋକଙ୍କ ସମାଗମ ହେବ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.