ETV Bharat / state

ଫୋକସରେ 2024 ନିର୍ବାଚନ: 'ମହିଳାଙ୍କ ନେତୃତ୍ବ ନିର୍ଣ୍ଣାୟକ ଭୂମିକା ନେବ' - ଅନୁଗୋଳରେ ବିଜେଡ଼ି କାର୍ଯ୍ୟକାରିଣୀ ବୈଠକ

ଆଗାମୀ 2024 ନିର୍ବାଚନକୁ ଆଖି ଆଗରେ ରଖି ଅନୁଗୋଳରେ ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

bjd womens executive meeting
biju mahila janta dal executive meeting
author img

By ETV Bharat Odisha Team

Published : Sep 14, 2023, 11:03 AM IST

bjd womens executive meeting

ଅନୁଗୋଳ: ନିର୍ବାଚନ ପାଇଁ ବିଜେଡ଼ିର ପାଗ ଭିଡା ଆରମ୍ଭ କରିଛି ଶାସକ ଦଳ । 2024 ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜୁ ଜନତା ଦଳ । କିପରି ପୁଣି କ୍ଷମତାକୁ ଆସିବ ସେ ନେଇ ଦଳୀୟ ମହିଳା କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛି ଦଳ । ମହିଳାଙ୍କ ବଳରେ ଏଥର ନିର୍ବାଚନ ବୈତରଣୀ ପାର ପାଇଁ ଦଳ ଯୋଜନା କରିଛି । ଏଥିପାଇଁ ଅନୁଗୋଳରେ ମହିଳା ବିଜେଡ଼ିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଶହ ଶହ ସଂଖ୍ୟକ ମହିଳାଙ୍କ ସହ ଦଳୀୟ ବିଧାୟକ ଓ ରାଜ୍ୟ ବିଜେଡି ମହିଳା ସଭାପତି ସାମିଲ ହୋଇଛନ୍ତି । ଏଥର ମହିଳା ଭୋଟର ଟ୍ରମ୍ପକାର୍ଡ ହେବ । 2024 ନିର୍ବାଚନରେ ମହିଳା ନେତୃତ୍ବଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କହିଛନ୍ତି ବିଧାୟିକ ତଥା ବିଜୁ ମହିଳା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।

ବିଜେଡି ମହିଳା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହୋଇ ବିଧାୟିକା ସ୍ନେହାଙ୍ଗୀ ଛୁରିଆ କହିଛନ୍ତି,''ମହିଳାମାନେ ଏଥର ସବୁ କ୍ଷେତ୍ରରେ ଆଗରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସବୁ ଥିରେ ପ୍ରାଧାନ୍ୟ ଦେଇଛନ୍ତି । ତେଣୁ ହେବାକୁ ଥିବା 2024 ସାଧାରଣ ନିର୍ବାଚନରେ ମହିଳାମାନେ ହିଁ ବିଜେଡ଼ିକୁ ଜିତାଇବାରେ ମୁଖ୍ୟ କର୍ଣ୍ଣଧାର ସାଜିବେ । ବିଜେଡି କେବଳ ନିର୍ବାଚନ ନୁହେଁ ସବୁ ସମୟରେ ପ୍ରସ୍ତୁତ ଥାଏ । ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ମୁଖ୍ୟମନ୍ତ୍ରୀ ଯାହା କରିଛନ୍ତି ତାର ପ୍ରତିଦାନ ସ୍ୱରୂପ ସେମାନେ ଏଥିର ନିର୍ବାଚନରେ ଷଷ୍ଠ ଥର ପାଇଁ ବିଜେଡିକୁ ଜିତାଇବାରେ ମୁଖ୍ୟ ଭୂମିକା ତୁଲାଇବେ ।'

'

ସେ ଆହୁରି କହିଛନ୍ତି, ''ମହିଳାମାନେ ସଶକ୍ତ ହୁଅନ୍ତୁ ଆତ୍ମନିର୍ଭର ହୁଅନ୍ତୁ । ସର୍ବୋପରି ମହିଳାମାନେ ସମସ୍ତ ଯୋଜନାରେ ଉପକୃତ ହୁଅନ୍ତୁ । ମହିଳାମାନେ ସେମାନଙ୍କ ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ସ୍ତରରେ ଦୃଢତା ବଜାୟ ରଖନ୍ତୁ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଘରେ ଘରେ ଯୋଜନା ପହଞ୍ଚାଇବା ଓ ପ୍ରତ୍ୟେକ ପରିବାରକୁ ଦଳରେ ସାମିଲ କରିବା । 2024 ନିର୍ବାଚନରେ ମହିଳାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ । ଓଡିଶାରେ ମହିଳାଙ୍କ ନେତୃତ୍ବ ଏକ ନିର୍ଣ୍ଣାୟକ ଭୂମିକା ନେବ ।''

ଏହା ବି ପଢନ୍ତୁ...International Indigenous Day: ବିଜେଡିର ଆଦିବାସୀ କାର୍ଡ ବନାମ କଂଗ୍ରେସର ପେସା ଆଇନ ଦାବି

ତାଳଚେରଠାରେ ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲାର ସମସ୍ତ ୫ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୫ ହଜାରରୁ ଅଧିକ ମହିଳା କର୍ମୀ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଗୋଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ବିଦ୍ୟୁତଲତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇ ରାଜ୍ୟ ସରକାର ମହିଳା ସଶକ୍ତିକରଣ ପାଇଁ ଯେଉଁ ସବୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସେ ସମ୍ପର୍କରେ କହିଥିଲେ । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଲଲହଡା ବିଧାୟକ ମୁକେଶ ପାଲ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ସମେତ ବହୁ ରାଜ୍ୟ ସ୍ତରୀୟ ମହିଳା ନେତ୍ରୀ ଓ ବରିଷ୍ଠ ନେତା ଯୋଗ ଦେଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.