ETV Bharat / state

ପ୍ଲଟିଂ ପାଇଁ ବିନା ଅନୁମତିରେ କାଟିଦେଲେ ଶତାଧିକ ଶାଳ ଗଛ, ବନ ବିଭାଗର ଛାନଭିନ

author img

By

Published : Oct 18, 2022, 5:49 PM IST

କଂକ୍ରିଟ ଜଙ୍ଗଲ ପାଇଁ ଶାଳ ଜଙ୍ଗଲ ପଦା । ଶହ ଶହ ସଂଖ୍ୟାରେ ବହୁ ପୁରୁଣା ଓ ବଡ଼ ବଡ଼ ଶାଳ ଗଛ କାଟି ଧରାଶାୟୀ କଲେ (big trees are cut down in Anugul)। ଗଛ କଟାଇ ଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ବନ ବିଭାଗ । ଅଧିକ ପଢ଼ନ୍ତୁ

many big trees are cut down in Anugul without forest department permission in Natada village
ପ୍ଲଟିଂ ପାଇଁ ବିନା ଅନୁମତିରେ କାଟିଦେଲେ ଶତାଧିକ ଶାଳ ଗଛ, ବନ ବିଭାଗର ଛାନଭିନ

ଅନୁଗୋଳ: ଜିଲ୍ଲାରେ ଜଙ୍ଗଲ ସଂରକ୍ଷଣ ଓ ଜଙ୍ଗଲ ସୁରକ୍ଷା ଆଇନକୁ ବେଖାତିର । ଯେକୌଣସି ସ୍ଥାନରୁ ଗଛ କାଟିବା ପୂର୍ବରୁ ବନ ବିଭାଗର ଅନୁମତି ନେବା ବାଧ୍ୟତାମୂଳକ । ହେଲେ ଅନୁଗୋଳରେ ଖୋଲାଖୋଲି ଭାବର ଏହାର ଉଲ୍ଲଂଘନ ହୋଇଛି । ଅନୁଗୋଳ ବନାଞ୍ଚଳର ନତଡା ଗାଁ ନିକଟସ୍ଥ ଏକ ଜଙ୍ଗଲରୁ ବିନା ଅନୁମତିରେ ଶତାଧିକ ଶାଳ ଗଛ କାଟି ଦେଲେ ଜମି ମାଫିଆ (big trees are cut down in Anugul)। ଉକ୍ତ ସ୍ଥାନରେ ପ୍ଲଟିଂ କରି ଜାଗା ବିକ୍ରି ପାଇଁ ଏହି ଜଙ୍ଗଲ କାଟି ପଦା କରାଯାଇଛି ।

ପ୍ରାଥମିକ ତଦନ୍ତରୁ ଏହା ଏକ ବ୍ୟକ୍ତିଗତ ଜମି ବୋଲି ଜଣା ପଡ଼ିଛି । କିନ୍ତୁ ସେହି ଜମିକୁ ଲାଗି ରହିଛି ପାହାଡ଼ କିସମ ଜମି । ଯେଉଁ ପାହାଡ଼ରେ ମଧ୍ୟ ଘଞ୍ଚ ଜଙ୍ଗଲ ରହିଛି । ତେଣୁ ରାଜସ୍ବ ବିଭାଗ ଓ ଜଙ୍ଗଲ ବିଭାଗର ମିଳିତ ଭାବରେ ଏହାର ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ସଂପୃକ୍ତ ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଜିଲ୍ଲାରେ ଖଣି ଖାଦାନ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ବେଆଇନ ଭାବେ ବହୁ ଜଙ୍ଗଲ ସଫା ହେଉଛି । ଏହାର ପରିଣାମ ସ୍ବରୂପ ଜଳବାୟୁରେ ଘୋର ପରିବର୍ତ୍ତନ ହେଉଛି । ଜିଲ୍ଲାରେ ଖରାଦିନେ ତାପମାତ୍ରା ୫୦ ଡିଗ୍ରୀକୁ ଛୁଇଁଥିଲା । ଏଭଳି ପରିସ୍ଥିତିରେ ଜଙ୍ଗଲ ସୁରକ୍ଷା ଜରୁରୀ ହୋଇ ପଡ଼ିଛି । କିନ୍ତୁ କଂକ୍ରିଟ ଜଙ୍ଗଲ ପାଇଁ ଯେଉଁଭଳି ଭାବେ ପ୍ରାକୃତିକ ଜଙ୍ଗଲ ସଫା ହେଉଛି ତାହା ଭବିଷ୍ୟତ ପାଇଁ ଆହୁରି ଭୟଙ୍କର ସ୍ଥିତି ଆଣିବା ନେଇ ଆଶଙ୍କା କରାଯାଉଛି । ଏହାକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ବନ ବିଭାଗ ଅଧିକାରୀଙ୍କ ମୁତାବକ ଜଣେ ବ୍ୟକ୍ତି ବିନା ଅନୁମତିରେ ନିଜ ଜମିରୁ ଗଛ କାଟିଲେ ମଧ୍ୟ ଆଇନ ଅନୁଯାୟୀ ସେଭଳି କିଛି କଡ଼ା ଦଣ୍ଡ ବ୍ୟବସ୍ଥା ନାହିଁ । ତେଣୁ ଲୋକେ ଭୟ କରୁ ନାହାନ୍ତି । ଅନ୍ୟପକ୍ଷରେ ଅନେକ ପରିବେଶବିତ ଓ ବୁଦ୍ଧିଜୀବୀ କହୁଛନ୍ତି ବର୍ତ୍ତମାନ ପରିସ୍ଥିତିରେ ଜଙ୍ଗଲ ସଂରକ୍ଷଣ ଓ ସୁରକ୍ଷା ଆଇନରେ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି । ଗଛ କାଟିବା ଉପରେ କଡା କଟକଣା ଲଗାଇବା ଦରକାର । ନଚେତ ନତଡା ଗାଁରେ ଯେଉଁଭଳି ହଜାର ହଜାର ଗଛ କାଟି ସଫା କରି ଦିଅଗଲା ସେହିପରି ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଗଛ କାଟିବାକୁ ଲୋକେ ପଛାଇବେ ନାହିଁ । ଏହାର ପ୍ରଭାବ ନିଶ୍ଚିତ ଭାବେ ପରିବେଶ ଉପରେ ପଡିବ ।

ଏନେଇ ଅନୁଗୋଳ ଡିଏଫଓ କହିଛନ୍ତି, "ଗଛକଟାକୁ ନେଇ ଅଧିକ ତଦନ୍ତ ଚାଲିଛି । ବ୍ୟକ୍ତିଗତ ଜମି ବ୍ୟତୀତ ପାହାଡ଼ କିସମ ଜମିରୁ ଗଛ କଟା ଯାଇଛି କି ନାହିଁ ସେ ରିପୋର୍ଟ ଆସିବା ପରେ ଯାହା କିଛି ପଦକ୍ଷେପ ଗ୍ରହଣ କରାଯିବ ।"

ଅନୁଗୋଳରେ ଏବେ ଅସୁରକ୍ଷିତ ହୋଇ ପଡିଛି ଜଙ୍ଗଲ । ଯାହାର ପ୍ରଭାବ ପରିବେଶ ଉପରେ ପଡୁଛି । ତେଣୁ ଜଙ୍ଗଲ ସୁରକ୍ଷା ପାଇଁ ସାଧାରଣ ଲୋକେ ବ୍ୟାପକ ସଚେତନ ହେବା ଆବଶ୍ୟକ । ବନ ବିଭାଗ ମଧ୍ୟ ଜଙ୍ଗଲ ସୁରକ୍ଷା ପାଇଁ କଡା ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ନତଡ଼ା ଗାଁରେ ଶହ ଶହ ସଂଖ୍ୟାରେ ବହୁ ପୁରୁଣା ଓ ବଡ଼ ବଡ଼ ଶାଳ ଗଛ କଟାଯାଇଛି । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗଛ ଗୁଡିକୁ ଜବତ କରିବା ସହ ଗଛ କଟାଇ ଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । କାହିଁକି ବନ ବିଭାଗର ବିନା ଅନୁମତିରେ ଏତେ ଗଛ କଟାଗଲା ତାହାର ଅଧିକ ତଦନ୍ତ କରୁଛି ବନ ବିଭାଗ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.