ETV Bharat / state

Vigilance Trap: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ RI - ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ରାଜସ୍ବ ନିରୀକ୍ଷକ

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଅଧିକ ପଢନ୍ତୁ

Vigilance Trap: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ RI

author img

By

Published : Mar 17, 2022, 9:35 PM IST

ଅନୁଗୋଳ : ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ରାଜସ୍ବ ନିରୀକ୍ଷକ । ବାବୁ ଜଣଙ୍କ ହେଲେ ଅନୁଗୋଳ ତହସିଲର ବନ୍ତଳା ଆରଆଇ ଜଗବନ୍ଧୁ ନାଏକ । ଖାଲି ସେତିକି ନୁହେଁ, ଦଲାଲ ସାହାଯ୍ୟରେ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଆରଆଇଙ୍କ ସହ ଦଲାଲକୁ ମଧ୍ୟ କାବୁ କରିଛି ।

Vigilance Trap: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ RI

ସୂଚନା ଅନୁସାରେ ବନ୍ତଳା ଅଞ୍ଚଳର ସୁବାଷ ସାହୁ ଜମି ପଟ୍ଟା କରିବାକୁ ଆରଆଇ ଜଗବନ୍ଧୁ ନାଏକଙ୍କ ପାଖକୁ ଯାଇଥିଲେ । ଆରଆଇ ଲାଞ୍ଚ ମାଗିବାରୁ ସୁବାଷ ଅନୁଗୋଳ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଆଜି (ଗୁରୁବାର) ମଧ୍ୟାହ୍ନ ସମୟରେ ଆରଆଇଙ୍କ ପାଖରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଆରଆଇ ଏହି ଟଙ୍କାକୁ ଜଣେ ସ୍ଥାନୀୟ ଅଞ୍ଚଳର ନପନ ସାହୁ ନାମକ ଜଣେ ବ୍ୟକ୍ତି ମାଧ୍ୟମରେ ନେଉଥିଲେ । ଘଟଣାସ୍ଥଳରେ ନପନକୁ ମଧ୍ୟ ଭିଜିଲାନ୍ସ କାବୁ କରିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.