ETV Bharat / state

କୋର୍ଟ ଚାଲାଣର ଅଧଘଣ୍ଟାରେ ଜାମିନ ଘଟଣା: ସମାଲୋଚନାରେ ଶିକାର ଅନୁଗୋଳ ପୋଲିସ - ସମାଲୋଚନାରେ ଶିକାର ଅନୁଗୋଳ ପୋଲିସ

ବେଆଇନ ଭାବେ ବନ୍ଧୁକ ରଖିଥିବା ଜଣେ ଅପରାଧୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣର ଅଧ ଘଣ୍ଟା ପରେ ଜାମିନ ଆସିବା ନେଇ ଏବେ ନାନା ପ୍ରଶ୍ନ ଛିଡା ହୋଇଛି । ଘଟଣାକୁ ନେଇ ପୋଲିସକୁ ଏବେ ସମାଲୋଚନାର ଶିକାର ହେବାକୁ ପଡୁଛି । ଅଧିକ ଖବର ପଢନ୍ତୁ...

angul latest news, Bail after 30 mins of court forward, angul police faces criticism, କୋର୍ଟ ଚାଲାଣର ଅଧଘଣ୍ଟାରେ ଜାମିନ ଘଟଣା, ସମାଲୋଚନାରେ ଶିକାର ଅନୁଗୋଳ ପୋଲିସ, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌
କୋର୍ଟ ଚାଲାଣର ଅଧଘଣ୍ଟାରେ ଜାମିନ ଘଟଣା: ସମାଲୋଚନାରେ ଶିକାର ଅନୁଗୋଳ ପୋଲିସ
author img

By

Published : Feb 5, 2020, 2:40 AM IST

ଅନୁଗୋଳ: ବେଆଇନ ଭାବେ ବନ୍ଧୁକ ରଖିଥିବା ଜଣେ ଅପରାଧୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣର ଅଧ ଘଣ୍ଟା ପରେ ଜାମିନ ଆସିବା ନେଇ ଏବେ ନାନା ପ୍ରଶ୍ନ ଛିଡା ହୋଇଛି । ଘଟଣାକୁ ନେଇ ପୋଲିସକୁ ଏବେ ସମାଲୋଚନାର ଶିକାର ହେବାକୁ ପଡୁଥିବା ବେଳେ ପବ୍ଲିକ ପ୍ରୋସିକ୍ୟୁଟ ଅପରାଧୀର ବେଲ ନାମଞ୍ଜୁର ପାଇଁ ପୁଣି ଥରେ କୋର୍ଟକୁ ଅପିଲ କରିଛନ୍ତି। ପୋଲିସ ଅପରାଧୀ ଖସାଇବା ପାଇଁ ନିଜର କୋହଳ ମନୋବୃତ୍ତି ଆପଣେଇଥିବା ଏବେ ଅଭିଯାଗ ହେଉଛି ।

କୋର୍ଟ ଚାଲାଣର ଅଧଘଣ୍ଟାରେ ଜାମିନ ଘଟଣା: ସମାଲୋଚନାରେ ଶିକାର ଅନୁଗୋଳ ପୋଲିସ

ଅନୁଗୋଳ ପୋଲିସ ଗତ ଜାନୁୟାରୀ ମାସ 28 ତାରିଖରେ ସତ୍ୟଜିତ ପ୍ରଧାନ ଓରଫ ବାପି ନାମକ ଜଣେ ଅପରାଧୀକୁ ବନ୍ଧୁକ ସହ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟ ଚାଲାଣ ପରେ ବାପିକୁ ତୁରନ୍ତ ଜାମିନ ମିଳିବା ଘଟଣାରେ ବିବାଦ ପୋଲିସର ପିଛା ଛାଡ଼ୁନି । ପୋଲିସର କୋହଳ ମନୋଭାବ ଯୋଗୁଁ ବାପିକୁ ଜାମିନ ମିଳିଗଲା । ଏହି ଘଟଣାକୁ ଅନୁଗୋଳ ବୁଦ୍ଧିଜୀବୀ ସହଜରେ ଗ୍ରହଣ କରିପାରିନାହାନ୍ତି ।

ଯାହାକୁ ନେଇ ପୋଲିସକୁ ଏବେ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡୁଛି । ପୋଲିସ ନିଜର ଛବି ବଞ୍ଚାଇବାକୁ ଯାଇ ତଦନ୍ତକାରୀ ଅଫିସରଙ୍କୁ କାର୍ଯ୍ୟରୁ ନିଲମ୍ବନ କରି ଦାୟିତ୍ବ ତୁଲାଇ ଏବେ ଚୁପ ହୋଇ ଯାଇଛି । ତେବେ ବାପି ନିକଟରୁ 3ଟି ଚୋରା ବନ୍ଧୁକ ଓ 9ଟି ଜୀବନ୍ତ ଗୁଳି ପୋଲିସ ଜବତ କରିଥିଲା । ତେବେ ସେ ଚୋରା ବନ୍ଧୁକ କେଉଁଠୁ ଆସିଲା, କେଉଁ ଉଦ୍ଦେଶ୍ୟରେ ସେ ବନ୍ଧୁକ ରଖିଥିଲା ସେନେଇ ପୋଲିସ କୌଣସି ତଦନ୍ତ କରି ନଥିଲା । ଯାହାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ ।

ସୂଚନାନୁସାରେ କୋର୍ଟ ସିଏସଆଇ କୁଆଡେ ତଦନ୍ତକାରୀ ଅଧିକାରୀଙ୍କୁ ଆବଶ୍ୟକୀୟ କାଗଜପତ୍ର ନେଇ ଆସିବାକୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଯାଇ ନଥିଲେ। ଏପରିକି ବନ୍ଧୁକ ଜବତ ବେଳେ ବାପି ପୋଲିସକୁ ଧକ୍କା ମାରିଥିବା ନେଇ ମଧ୍ୟ ଆଲୋଚନା ହେଉଛି। ତେଣୁ ପୋଲିସ କାହିଁକି ଅନ୍ୟ କିଛି ଦଫା ଲଗାଇଲା ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ବାପିକୁ ଖସାଇବା ପାଇଁ ପୋଲିସ ଆଡୁ ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି ।

ଘଟଣାରେ କେବଳ ତଦନ୍ତକାରୀ ଅଧିକାରୀଙ୍କୁ ପୋଲିସ ନିଲମ୍ବନ କରି ଅନ୍ୟମାନଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ହେଉଛି। ସେପଟେ କୋର୍ଟ ଚାଲାଣ ସମୟରେ ତଦନ୍ତକାରୀ ଅଧିକାରୀ କୋର୍ଟକୁ ଆବଶ୍ୟକୀୟ କାଗଜ ପତ୍ର ଦେଇ ନାହାଁନ୍ତି । ଯାହାକି ସିଆରପିସିର ଧାରା 41କୁ ଉଲ୍ଲଂଘନ କରୁଛି । ସେପଟେ ସରକାରୀ ଓକିଲ ପ୍ରଦୀପ କୁମାର ଦାସ ଜିଲ୍ଲା ଜର୍ଜ କୋର୍ଟରେ ବାପିର ଜାମିନ ଖାରଜ ପାଇଁ ଆବେଦନ କରିଛନ୍ତି। ଯାହାର ଶୁଣାଣି ଆସନ୍ତା 18 ତାରିଖରେ ହେବ ।

ଗିରଫ ହୋଇ ଜାମିନ ଆସିଥିବା ବାପି ବନ୍ଧୁକ କେଉଁଠୁ ଆଣିଥିଲା । ଆଉ ବନ୍ଧୁକ ଆଣିବା ପଛରେ ଆଉ କାହାର ହାତ ରହିଛି କି ତାହା ତଦନ୍ତ ପରିସରଭୁକ୍ତ ହେବା ଉଚିତ ବୋଲି କୁହାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ବେ ଆଇନ ଭାବେ ବନ୍ଧୁକ ରଖିଥିବା ଜଣେ ଅପରାଧୀ ଙ୍କୁ ପୋଲିସ ଗିରଫ କରି କୋଟ ଚାଲାଣ ର ଅଧ ଘଣ୍ଟାପରେ ଜାମିନ ଆସିବା ନେଇ ଏବେ ନାନା ପ୍ରଶ୍ନ ଛିଡା ହୋଇଛି । ଘଟଣା କୁ ନେଇ ପୋଲିସ କୁ ଏବେ ସମାଲୋଚନା ର ଶିକାର ହେବାକୁ ପଡୁଥିବା ବେଳେ ପବିଳ୍କ ପ୍ରସିକ୍ୟୁଟ ଅପରାଧୀ ର ବେଲେ ନା ମଞ୍ଜୁର ପାଇଁ ପୁଣି ଥରେ କୋଟ କୁ ଅପିଲ କରିଛନ୍ତି। ପୋଲିସ ଅପରାଧୀ ଖସାଇବା ପାଇଁ ନିଜର କୋହଳ ମନ ବୃତି ଆପଣେଇ ଥିବା ଏବେ ଅଭିଯାଗ ହେଉଛି ।Body:Vo – 1
ଅନୁଗୋଳ ପୋଲିସ ଗତ ଜାନୁୟାରୀ ମାସ ୨୮ ତାରିଖରେ ସତ୍ୟଜିତ ପ୍ରଧାନ ଓରଫ ବାପି ନାମକ ଜଣେ ଅପରାଧୀ ବନ୍ଧୁକ ସହ ଗିରଫ ହୋଇ କୋର୍ଟ ଚାଲାଣ କରିଥିଲା । କୋର୍ଟ ଚାଲାଣ ପରେ ବପିକୁ ତୁରନ୍ତ ଜାମିନ ମିଳିବା ଘଟଣାରେ ବିବାଦ ପୋଲିସର ପିଛା ଛାଡ଼ୁନି । ପୋଲିସର କୋହଳ ମନୋଭାବ ଯୋଗୁଁ ବାପିକୁ ଜାମିନ ମିଳିଗଲା । ଏହି ଘଟଣାକୁ ଅନୁଗୋଳ ବୁଦ୍ଧିଜୀବୀ ସହଜରେ ଗ୍ରହଣ କରି ପାରି ନାହାନ୍ତି । ଯାହାକୁ ନେଇ ପୋଲିସକୁ ଏବେ ଚାରିଆଡୁ ସମାଲୋଚନର ଶିକାର ହେବାକୁ ପଡୁଛି । ପୋଲିସ ନିଜର ଛବି ବଞ୍ଚାଇବାକୁ ଯାଇ ତଦନ୍ତକାରୀ ଅଫିସରଙ୍କୁ କାର୍ଯ୍ୟରୁ ନିଲମ୍ବନ କରି ଦାୟିତ୍ୱ ତୁଲାଇ ଏବେ ଚୁପ ହୋଇ ଯାଇଛି । ତେବେ ବାପି ନିକଟରୁ ୩ ଟି ଚୋରା ବନ୍ଧୁକ ଓ ୯ ଟି ଜୀବନ୍ତ ଗୁଳି ପୋଲିସ ଜବତ କରିଥିଲା । ତେବେ ସେ ଚୋରା ବନ୍ଧୁକ କେଉଁଠୁ ଆସିଲା, କେଉଁ ଉଦ୍ଧେଶ୍ୟରେ ସେ ବନ୍ଧୁକ ରଖିଥିଲା ସେନେଇ ପୋଲିସ କୌଣସି ତଦନ୍ତ କରି ନଥିଲା । ଯାହାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ ।
Byte – 1 ଗୋପାଳଚନ୍ଦ୍ର ନାଥ , ବୁଦ୍ଧିଜୀବୀ
Byte – 1 ପ୍ରମୋଦ ପ୍ରଧାନ , ଆଇନଜୀବୀ
Vo – 2
ସୂଚନାନୁସରେ କୋର୍ଟ ସି ଏସ ଆଇ କୁଆଡେ ତଦନ୍ତକାରୀ ଅଧିକାରୀଙ୍କୁ ଆବଶ୍ୟକିୟ କାଗଜପତ୍ର ନେଇ ଆସିବାକୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଯାଇ ନଥିଲେ। ଏପରିକି ବନ୍ଧୁକ ଜବତ ବେଳେ ବାପି ପୋଲିସକୁ ଧକା ମାରିଥିବା ନେଇ ମଧ୍ୟ ଆଲୋଚନା ହେଉଛି। ତେଣୁ ପୋଲିସ କାହିଁକି ଅନ୍ୟ କିଛି ଦଫା ଲଗାଇଲା ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ବାପିକୁ ଖସାଇବା ପାଇଁ ପୋଲିସ ଆଡୁ ପ୍ରୟାସ କେରିଥିବା ଚର୍ଚା ହେଉଛି । ଘଟଣା ରେ କେବଳ ତଦନ୍ତକାରୀ ଅଧିକାରୀଙ୍କୁ ପୋଲିସ ନୀଲମବାନ କରି ଅନ୍ୟ ମାନଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ହେଉଛି।
ସେପଟେ କୋର୍ଟ ଚାଲାଣ ସମୟରେ ତଦନ୍ତକାକରିଆ ଅଧିକାରୀ କୋର୍ଟ କୁ ଆବଶ୍ୟକୀୟ କାଗଜ ପତ୍ର ଦେଇ ନାହାଁନ୍ତି । ଯାହାକି ସିଆରପିସି ର ଧାରା ୪୧ କୁ ଉଲଂଘନ କରୁଛି । ସେପଟେ ସରକାରୀ ଓକିଲ ପ୍ରଦୀପ କୁମାର ଦାସ ଜିଲା ଜର୍ଜ କୋର୍ଟରେ ବାପିର ଜାମିନ ଖାରଜ ପାଇଁ ଆବେଦନ କରିଛନ୍ତି। ଯାହାର ଶୁଣାଣି ଆସନ୍ତା ୧୮ ତାରିଖରେ ହେବ ।
Byte – 3 ଜ୍ୟୋତିପ୍ରକାଶ ମହାପାତ୍ର , ସରକାରୀ ଓକିଲ
Byte – 4 ପ୍ରଦୀପ କୁମାର ଦାସ , ସରକାରୀ ଓକିଲ ଅନୁଗୋଳ
Conclusion:ଗିରଫ ହୋଇ ଜାମିନ ଆସିଥିବା ବାପି ବନ୍ଧୁକ କେଉଁଠୁ ଆଣିଥିଲା । ଆଉ ବନ୍ଧୁକ ଆଣିବା ପଛରେ ଆଉ କାହାର ହାତ ରହିଛି କି ତାହା ତଦନ୍ତ ପରିସର ଭୁକ୍ତ ହେବା ଉଚିତ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.