ETV Bharat / state

ନାଲକୋ ନାଲକୋ CPP ପ୍ଲାଣ୍ଟର ଅଚଳ, ଏକାଠି ହେଲେ 9 ଟ୍ରେଡ଼ ୟୁନିୟନ କର୍ମଚାରୀ ଶ୍ରମିକ - ଏକାଠି ହେଲେ 9 ଟ୍ରେଡ଼ ୟୁନିୟନ କର୍ମଚାରୀ ଶ୍ରମିକ

ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋର ସ୍ଥିତି । ଅଚଳ ଦେଲା 5ଟି ୟୁନିଟ । ଅଧିକ ପଢ଼ନ୍ତୁ

ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋର ସ୍ଥିତି

author img

By

Published : Jul 28, 2023, 8:41 AM IST

ଅଚଳ ଦେଲା ନାଲକୋର 5 ଟି ୟୁନିଟ

ଅନୁଗୋଳ: ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋର ସ୍ଥିତି । ରାଜ୍ୟ ଗ୍ରୀଡ଼ରୁ ବିଜୁଳି କିଣି ଚଳାଯାଉଛି ସ୍ମେଲ୍ଟର । ଗତ ୧୩ ତାରିଖରୁ ଆଜି ସୁଧା ପ୍ରାୟ ଦୈନିକ ଚାରି କୋଟି ଟଙ୍କାର ବିଜୁଳି କିଣୁଛି ନାଲକୋ । CPP ପ୍ଲାଣ୍ଟରୁ ନିର୍ଗତ ପାଉଁଶ ପକାଇବାକୁ ସ୍ଥାନ ନଥିବାରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସାମୂହିକ ଭାବେ ପ୍ଲାଣ୍ଟ ବନ୍ଦ କରିବାକୁ ତାଗିଦ କରିବା ସତ୍ତ୍ବେ ବି ମୁହଁ ଖୋଲୁନାହିଁ ନାଲକୋ । ସେପଟେ ତାଳଚେରରେ ତାଳଚେର ସୁରକ୍ଷା ମଞ୍ଚର ଆନ୍ଦୋଳନ ଯୋଗୁ ପାଉଁଶ ପଡି ପାରୁନାହୁଁ । ଏଭଳି ସ୍ଥିତିରେ ଗତକାଲି ଏକାଠି ହୋଇଥିଲେ ନାଲକୋରେ ଥିବା ସମସ୍ତ ଶ୍ରମିକ ସଙ୍ଘଠନ ଓ ଅଫିସର ଆସୋସିଏସନ ।

ନାଲକୋ କୋଡ଼ିନେସନ କମିଟି ଜିଲ୍ଲା ପ୍ରଶାସନ ଓ ନାଲକୋ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଲୋଡିଛି । ନାଲକୋ କୋଡ଼ିନେସନ କମିଟି ଆହ୍ୱାନରେ 9ଟି ଶ୍ରମିକ ସଙ୍ଗଠନ ଏକାଠି ହୋଇ ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଛନ୍ତି । ଠିକା ମଜଦୁର ସଙ୍ଘର କର୍ମକର୍ତ୍ତା ତୁରନ୍ତ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଗତ 13 ତାରିଖ ଆନ୍ଦୋଳନ ଚାଲିଥିବା ବେଳେ ସଲରି ପ୍ରୋଜେକ୍ଟ ଅଚଳ ହୋଇପଡିଛି । ଏହି ସମସ୍ୟାକୁ ନେଇ ତୁରନ୍ତ ଆଲୋଚନା ମାଧ୍ୟମରେ ସମାଧାନ କରି ନାଲକୋକୁ ଏହି ଘଡି ସନ୍ଧି ମୁହୂର୍ତ୍ତରୁ ଉଦ୍ଧାର କରିବାକୁ ଦାବି କରିଛନ୍ତି କୋଡ଼ିନେସନ କମିଟି ।

ଅଧିକ ପଢନ୍ତୁ: NALCO କ୍ୟାପ୍‌ଟିଭ ପାୱାର ପ୍ଲାଣ୍ଟର ପାଉଁଶ ପରିଚାଳନା ଚିନ୍ତା, ପ୍ଲାଣ୍ଟରେ ପଡ଼ିବ ତାଲା !

ସୂଚନା ଅନୁଯାୟୀ, ନାଲକୋ CPP ପ୍ଲାଣ୍ଟର ମୋଟ ୧୦ଟି ୟୁନିଟ ରହିଥିବା ବେଳେ ପାଉଁଶ ନିଷ୍କାସନ ହୋଇ ନପାରି 5 ଟି ୟୁନିଟ ବନ୍ଦ ରହିଛି । ପ୍ଲାଣ୍ଟ ଚାଲିବା ପାଇଁ ଦୈନିକ ପ୍ରାୟ ୧୬ ହଜାର ଟନ କୋଇଲା ଆବଶ୍ୟକ ପଡୁଥିବା ବେଳେ ସେଥିରୁ ଦୈନିକ ୭୫୦୦ ଟନ ପାଉଁଶ ନିର୍ଗତ ହୁଏ। ଯେଉଁ ପାଉଁଶକୁ ସ୍ଲାରି ଫର୍ମରେ ପାଇପ ଯୋଗେ ତାଳଚେର ଭୂତଳ କୋଇଲା ଖଣିରେ ପକାଯାଏ । ହେଲେ ନିଯୁକ୍ତି ଦାବିରେ ତାଳଚେର ସୁରକ୍ଷା ମଞ୍ଚର କ୍ଷତିଗ୍ରସ୍ତ ପ୍ରଜା ମାନେ ଭରତପୁର ସ୍ଥିତ ପାଉଁଶ ପମ୍ପ ହାଉସକୁ ବନ୍ଦ କରିଥିବାରୁ ଗତ ୧୩ ତାରିଖରୁ ଏହି ଅଚଳାବସ୍ଥା ସୃଷ୍ଟି ହୋଇଛି ।

ଏହି ବି ପଢନ୍ତୁ: ଦାମନଯୋଡି ପ୍ଲାଣ୍ଟ ଉପରେ ପଡିବ CPP ବନ୍ଦ ପ୍ରଭାବ ! ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ଶ୍ରମିକ ସଙ୍ଗଠନ

ଇଟିଭି ଭାରତ,ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.