ETV Bharat / state

ବୀର ଯବାନଙ୍କୁ ଶହେ ସଲାମ ! ସୀମାରେ ଦେଶ ମାତୃକାର ସେବା, ବିବାହ ଭୋଜିରେ ପରିବେଶ ଚିନ୍ତା

ସେନା ଯବାନଙ୍କ ପରିବେଶ ସୁରକ୍ଷା ଚିନ୍ତା । ପରିବେଶ ସଜାଡିବାକୁ ନିଆରା ପ୍ରୟାସ କରିଛନ୍ତି ଅନୁଗୋଳ ବନ୍ତଳା ଗାଁର ହାସ୍ୟଜିତ ସାହୁ । ବିବାହ ଭୋଜିରେ ଅତିଥିଙ୍କୁ ବାଣ୍ଟିଲେ ଚାରା । ଦେଖନ୍ତୁ ଏହି ରିପୋର୍ଟ

author img

By

Published : Dec 7, 2022, 5:04 PM IST

ସେନା ଯବାନଙ୍କ ପରିବେଶ ଚିନ୍ତା
ସେନା ଯବାନଙ୍କ ପରିବେଶ ଚିନ୍ତା

ଅନୁଗୋଳ: ପରିବେଶ ସୁରକ୍ଷା ପାଇଁ ଭାରତୀୟ ସେନାର ଜଣେ ଯବାନଙ୍କ ନିଆରା ଉଦ୍ୟମ । ବାହାଘର ଭୋଜିରେ ଅତିଥିଙ୍କୁ ପରିବେଶ ସୁରକ୍ଷା ବାର୍ତ୍ତା ଦେଇ ଗଛକୁ ଉପହାର ସ୍ବରୂପ ପ୍ରଦାନ କରିଛନ୍ତି । ଅନୁଗୋଳ ବନ୍ତଳା ଗାଁର ହାସ୍ୟଜିତ ସାହୁ ଜଙ୍ଗଲ ସୃଷ୍ଟି କରି ପରିବେଶକୁ ସୁରକ୍ଷା କରିବା ବୋଲି ସଚେତନ କରାଇଥିଲେ । ଯବାନ ଜଣକ ପ୍ରାୟ ୫ଶହରୁ ଅଧିକ ବିଭିନ୍ନ ପ୍ରକାର ଗଛ ବଣ୍ଟନ କରିଥିଲେ । ଏଭଳି ଏକ ଅଭିନବ ଉଦ୍ୟମକୁ ସମସ୍ତେ ବେଶ୍ ପ୍ରଶଂସା କରିଥିଲେ ।

ସେନା ଯବାନଙ୍କ ପରିବେଶ ଚିନ୍ତା

ବନ୍ତଳା ଗାଁର ହାସ୍ୟଜିତ ସାହୁ। ସେ ଦୀର୍ଘ ୧୦ବର୍ଷ ହେଲା ଭାରତୀୟ ସେନାରେ କାର୍ଯ୍ୟରତ । ଦେଶସେବା କରିବାର ଆଗ୍ରହ ତାଙ୍କ ମନରେ ଯେତିକି ଅଛି ପରିବେଶ ସୁରକ୍ଷା ପାଇଁ ମଧ୍ୟ ସେତିକି ସଚେତନ ଅଛନ୍ତି । ଖାଲି ସେତିକି ନୁହେଁ ପରିବେଶ ସୁରକ୍ଷା ପାଇଁ ଅନ୍ୟ ମାନଙ୍କୁ ସଚେତନ କରାଇବାକୁ ସବୁବେଳେ ଲାଗି ପଡିଛନ୍ତି । ହାସ୍ୟଜିତ ସେନାରେ ଯବାନ ଭାବେ କାର୍ଯ୍ୟ କରୁଥିବା ବେଳେ ବର୍ଷରେ ଥରେ ଛୁଟିରେ ଘରକୁ ଆସନ୍ତି। ସେହି ସମୟରେ ସେ ନିଜ ଗାଁ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ବୃକ୍ଷ ରୋପଣ କରନ୍ତି । ସେ ଗାଁର ଅନ୍ୟ ଯୁବକ ମାନଙ୍କ ସହ ମିଶି ୫ଶହରୁ ଅଧିକ ଗଛ ଲଗାଇଛନ୍ତି । ବୃକ୍ଷରୋପଣକୁ ଆହୁରି ପର୍ଯ୍ୟାପ୍ତ କରିବା ପାଇଁ ହାସ୍ୟଜିତ ଏକ ଅଭିନବ ଉପାୟ ଅପଣେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Archana Nag Case: 2ୟ ଥର ପାଇଁ EDରେ ଆଲିଶାନ ଘରର ଆର୍କିଟେକ୍ଟ ରଞ୍ଜିତ ବେହେରା ହାଜର

ଚଳିତ ମାସ ୫ତାରିଖରେ ହାସ୍ୟଜିତଙ୍କ ବିବାହ ଭୋଜି ଥିଲା । ଭୋଜିରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କୁ ସେ ଗୋଟିଏ ଗୋଟିଏ ଗଛ ଉପହାର ଦେଇଥିଲେ। ଆମ୍ବ, ନିମ୍ବ, ପିଜୁଳୀ, କାଜୁ, ଡାଲିମ୍ବ, କରଞ୍ଜ, ବେଲ ଆଦି ବହୁ ପ୍ରକାର ପ୍ରାୟ ୫ଶହରୁ ଅଧିକ ଗଛ ସେ ଉପହାର ଦେଇଥିଲେ। ଗଛ ଉପହାର ଦେବା ସମୟରେ ନିଜ ନିଜ ବାଡ଼ିରେ ଗଛ ଲଗାଇ ବଞ୍ଚାଇବାକୁ ନିବେଦନ କରିଥିଲେ। ବିବାହ ଭୋଜି ମଣ୍ଡପରେ ନିଜ ନବ ବିବାହିତା ପତ୍ନୀଙ୍କ ସହ ଠିଆ ହୋଇ ସମସ୍ତେ ପରିବେଶକୁ ସୁରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏହି ଭୋଜି ଥିଲା ଖୁବ ନିଆରା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହାସ୍ୟଜିତ ନିଜ ଭୋଜିରେ ଆଦୌ ଆମିଷ ରନ୍ଧନ କରି ନଥିଲେ । ଜୀବଜନ୍ତୁ ପରିବେଶର ଅଂଶ ହୋଇଥିବାରୁ ସେମାନଙ୍କୁ ମାରି ଭକ୍ଷଣ କରିବାକୁ ସେ ନାପସନ୍ଦ କରିଥିଲେ।

ଏନେଇ ହାସ୍ୟଜିତ କହିଛନ୍ତି, "ଲୋକମାନେ କିପରି ଗଛପ୍ରତି ଧ୍ୟାନ ଦେବେ ସେଥିପ୍ରତି ସଚେତନ ହେବା ଆବଶ୍ୟକ । ଅନବରତ ଭାବେ ଜଙ୍ଗଲ କଟାଯାଉଥିବା ବେଳେ ଏହାର ରକ୍ଷଣାବେକ୍ଷଣା କରାଯାଇ ପାରୁନାହିଁ । ଫଳରେ ନାନା ସମସ୍ୟାର ସମ୍ମୁଖୀନ ହେଉଛେ । ତେଣୁ ମୁଁ ଏହି ପଦକ୍ଷେପ ନେଇଛି ।"

ହାସ୍ୟଜିତ ଏଭଳି ନିଆରା ଢଙ୍ଗରେ ବିବାହ ଭୋଜିକୁ ତାଙ୍କ ପରିବାରର ସମର୍ଥନ ଥିଲା। ଏହାଛଡା ଜିଲ୍ଲାରେ କେବେ କେଉଁଠି ହେଲେ ଏମିତି ଭୋଜି ହୋଇ ନଥିବାରୁ ଏଠାକୁ ଆସିଥିବା ଅତିଥି ଓ ଗ୍ରାମବାସୀଙ୍କ ମନରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା। ସମସ୍ତେ ଭୋଜି ଖାଇଥିଲେ ଏବଂ ଖୁସିରେ ଗୋଟିଏ ଗୋଟିଏ ଗଛ ନେଇ ଯାଇଥିଲେ। ଗଛକୁ ଯେମିତି ହେଲେ ଯତ୍ନ ନେଇ ବଞ୍ଚାଇବାକୁ ଶପଥ ନେଇ ଘରକୁ ଯାଇଥିଲେ ।

ହାସ୍ୟଜିତଙ୍କର ପରିବେଶ ସୁରକ୍ଷା ପ୍ରତି ଯେଉଁ ଆବେଗ ରହିଛି ତାହା ତାଙ୍କ ବିବାହ ଭୋଜିରୁ ସ୍ପଷ୍ଟ ଜଣା ପଡୁଥିଲା । ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଏକ ସତର୍କ ଘଣ୍ଟି। ଏବେଠାରୁ ସମସ୍ତେ ସଚେତନ ନହେଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତିର ସମ୍ମୁଖିନ ହେବାକୁ ପଡିବ। ଦେଶର ସୁରକ୍ଷା ଯେତିକି ଆବଶ୍ୟକ ପରିବେଶ ସୁରକ୍ଷା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଅବାଧ ଜଙ୍ଗଲ କାଟି ଆମେ ପାଣିପାଗର ସମସ୍ୟା ଭୋଗୁଛୁ । ଅନୁଗୋଳର ସେନା ଦମ୍ପତିଙ୍କ ଏହି ଅଭିନବ ପ୍ରୟାସ ସତରେ ପ୍ରଶଂସନୀୟ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.