ETV Bharat / state

ବିଷ ବଳୟରେ ଶିଳ୍ପ ନଗରୀ ! ବାୟୁ ପ୍ରଦୂଷଣ ପାଇଁ ଅନୁଗୋଳରେ ଉତ୍କଟ ସ୍ଥିତି - pollution in angul

Air Pollution in Angul: ଗତକାଲି ଭଳି ଆଜି ମଧ୍ୟ ଅନୁଗୋଳରେ ବାୟୁ ପ୍ରଦୂଷଣ ସ୍ଥିତି ଜଟିଳ ରହିଛି । ବିଷାକ୍ତ ବାୟୁ କାରଣରୁ ବିଭିନ୍ନ ଅଞ୍ଚଳର ସ୍ଥିତି ସଙ୍ଗୀନ ରହିଛି । ଅଧିକ ପଢନ୍ତୁ

pollution in angul
ଅନୁଗୋଳରେ ବାୟୁ ପ୍ରଦୂଷଣ
author img

By ETV Bharat Odisha Team

Published : Jan 5, 2024, 4:53 PM IST

ଅନୁଗୋଳରେ ବାୟୁ ପ୍ରଦୂଷଣ

ଅନୁଗୋଳ: ସୁଧୁରୁନି ଅନୁଗୋଳ ଜିଲାର ବାୟୁ ପ୍ରଦୂଷଣର ସ୍ଥିତି । ଗତକାଲି ଭଳି ଆଜି ମଧ୍ୟ ସମାନ ସ୍ଥିତି ରହିଛି । ଦ୍ଵିତୀୟ ଦିନରେ ବି ଜିଲ୍ଲାରେ ବାୟୁ ପ୍ରଦୂଷଣ ସ୍ଥିତିରେ ସୁଧାର ଆସିପାରିନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ବାୟୁ ମାନ ସୂଚକାଙ୍କ ୨.୫ ଏବଂ ଧୂଳିକଣା ମାତ୍ରା ୩୪୧ ରହିଥିଲା। ଗତକାଲି (ଗୁରୁବାର) ବାୟୁ ମାନ ସୂଚକାଙ୍କ ୨.୫ ଏବଂ ଧୂଳକଣା ମାତ୍ରା ୩୫୪ ରେ ପହଞ୍ଚିଥିଲା । ସେହିପରି ତାଳଚେର ସ୍ଥିତି ଆହୁରି ଜଟିଳ ହୋଇ ପଡିଥିଲା । ଏଠାରେ ଧୂଳିକଣା ମାତ୍ରା ୩୬୪ରେ ଥିବା ଜଣାପଡିଥିଲା ।

ଲଗାତାର ୧୦ ଦିନ ହେଲା ଅନୁଗୋଳରେ ବାୟୁମଣ୍ଡଳ ପ୍ରଦୂଷଣ ବଢୁଛି । ଫଳରେ ଏକ ପ୍ରକାର ବିପଦଜନକ ସ୍ଥିତି ସୃଷ୍ଟି ହୋଇଛି । ଫୁସଫୁସ ଓ ହୃଦ ରୋଗ ସାଙ୍ଗକୁ ଚର୍ମ ଓ ଅନ୍ୟାନ୍ୟ ରୋଗ ବଢିବାର ଆଶଙ୍କା କରାଯାଉଛି। ସୂଚନା ଅନୁସାରେ, ଅନୁଗୋଳ ଓ ତାଳଚେରରେ ବିଷାକ୍ତ ପିଏମ ୨.୫ ରହୁଛି । ଏହାର ମାତ୍ରା ୪୦୦ ପାଖାପାଖି ରହୁଛି। ଗତକାଲି ସକାଳେ ଏହି ଦୁଇ ସହରରେ ଧୂଳିକଣା ମାତ୍ରା ୩୭୦ ଉପରେ ଥିବା ଆକଳନ କରାଯାଇଥିଲା। ପ୍ରଦୂଷଣ ବିଭାଗ ଅନୁସାରେ ବାୟୁ ମଣ୍ଡଳରେ PM (Particulate Matter) ୨.୫ ଏବଂ PM(Particulate Matter) ୧୦, ଉପାଦାନସ୍ତର ୨୫ ଭିତରେ ରହିଲେ ତାହାକୁ ସୁସ୍ଥ ବାୟୁ କୁହାଯାଏ ।

ଏହା ମଧ୍ୟ ପଢନ୍ତୁ...ଅନୁଗୋଳ ପବନରେ ବିଷ ! ଧୂଳିକଣାରେ ଦିଲ୍ଲୀକୁ ଟପିଲା

ଏହା ମଧ୍ୟ ପଢନ୍ତୁ...ଅନୁଗୋଳରେ ଘନ କୁହୁଡିର ଆସ୍ତରଣ, ଜୀବନ ଯାତ୍ରା ପ୍ରଭାବିତ

କିନ୍ତୁ ଅନୁଗୋଳ ଓ ତାଳଚେରରେ ଏହି ଦୁଇ ଉପାଦାନ ସ୍ତର ୩୭୦ ଉପରକୁ ରହୁଥିବା ଆକଳନ କରାଯାଇଛି । ଏଥିରୁ ସ୍ପଷ୍ଟ ଅନୁମେୟ ଏହି ଦୁଇ ସହର କେତେ ପ୍ରଦୂଷିତ । ଏନେଇ ପରିବେଶ ବିତ୍ କହିଛନ୍ତି, "ଅନୁଗୋଳ ଜିଲ୍ଲାରେ ବ୍ୟାପକ କୋଇଲା ଖଣି, ପାୱାର ପ୍ଲାଣ୍ଟରୁ ନିର୍ଗତ ପାଉଁଶ, ବ୍ୟାପକ ଯାନବାହନ ଚଳାଚଳ ହିଁ ପ୍ରଦୂଷଣର ମୁଖ୍ୟ କାରଣ ବୋଲି କୁହାଯାଉଛି । ତେବେ କେନ୍ଦ୍ର ସରକାର ଗତ ୨୦୧୯ ଠାରୁ କ୍ଲିନ ଏୟାର ପ୍ରୋଗ୍ରାମ କାର୍ଯ୍ୟକାରୀ କରୁଛନ୍ତି । ଏଥିପାଇଁ ଏହି ଦୁଇ ସହରକୁ ପର୍ଯ୍ୟାପ୍ତ ଆର୍ଥିକ ଅନୁଦାନ ମଧ୍ୟ ଯୋଗାଇ ଦେଇଛନ୍ତି। ତେବେ ଏଭଳି କାର୍ଯ୍ୟକ୍ରମକୁ ଆହୁରି ପର୍ଯ୍ୟାପ୍ତ କରିବାକୁ ହେବ ।" ନଚେତ ଅନୁଗୋଳରେ ବସବାସ କରିବା କଷ୍ଟକର ହୋଇପଡିବ ବୋଲି ପରିବେଶ କର୍ମୀ ଓ ବୁଦ୍ଧିଜୀବୀ ଆଶଙ୍କା କରିଛନ୍ତି।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.