ETV Bharat / state

Panchayat Poll: କମ୍ପୁଛି ଗାଁ ଦାଣ୍ଡ, ସମର୍ଥନ ଜୁଟାଇବାକୁ ମୈଦାନରେ BJPର କସରତ

author img

By

Published : Feb 4, 2022, 10:18 AM IST

ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ କିଏ ପାଦ ଧରି ମୁଣ୍ଡିଆ ମାରୁଚି ତ ଆଉ କିଏ ହାତ ଯୋଡି କରୁଛି ଭୋଟ୍ ଭିକ୍ଷା । ଆଜି ଏଭଳି କିଛି ଦେଖିବାକୁ ମିଳିଥିଲା ଅନୁଗୋଳ ଜିଲ୍ଲାର 26 ନଂ ଜିଲ୍ଲା ପରିଷଦ ଜୋନରେ । ଅଧିକ ପଢନ୍ତୁ

Panchayat Poll: ନିଜ ସପକ୍ଷରେ ସମର୍ଥନ ଯୋଗାଡରେ ଲାଗିଛି ବିଜେପି

ଅନୁଗୋଳ: ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ ହୋଇଯାଇଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଗାଁ ଗାଁରେ ଚାଲିଛି ପ୍ରଚାର । ଏହି ପ୍ରରିପ୍ରେକ୍ଷୀରେ ଗୁରୁବାର ବିଜେପି ୨୬ ନମ୍ବର ଜିଲ୍ଲା ପରିଷଦ ଜୋନରେ ଜୋରଦାର ପ୍ରଚାର ଆରମ୍ଭ କରିଛି । ଏହି ଜୋନଟି ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଆସୁଥିବାରୁ ବିଜେପି ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରାଙ୍କ ତତ୍ତ୍ବାବଧାନରେ ଜିଲ୍ଲା ପରିଷଦ ପ୍ରାର୍ଥୀ, ସମିତି ସଭ୍ୟ ପ୍ରାର୍ଥୀ ଏବଂ ସରପଞ୍ଚ ପ୍ରାର୍ଥୀମାନେ ପ୍ରଚାର କରିଥିଲେ ।

ବାଜା ବଜାଇ ଗାଁ ଗାଁ, ଘର ଘର ବୁଲି ଭୋଟର ମାନଙ୍କ ପାଖରେ ପହଞ୍ଚିଥିଲେ । ଭୋଟର ମାନଙ୍କ ପାଖେ ପହଞ୍ଚି ପ୍ରଚାର ପତ୍ର ବଣ୍ଟନ କରିଥିଲେ । ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ବୁଝାଇ ସେମାନଙ୍କୁ ଭୋଟ ଦେବାକୁ ବୁଝାଇଥିଲେ । ଦିନ ତମାମ ବିଜେପି ପକ୍ଷରୁ ଏହିଭଳି ପ୍ରଚାର ଅଭିଯାନ ଚାଲିଥିଲା । ଲୋକେ ଏଥର ତାଙ୍କ ସମର୍ଥନରେ ଭୋଟ ଦେବେ ବୋଲି ପ୍ରାର୍ଥୀମାନେ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.