ETV Bharat / state

ସୁଧୁରୁନି ବନ୍ୟା ବିପନ୍ନଙ୍କ ଦୁଃଖ, ରିଲିଫ୍‌ କ୍ୟାମ୍ପରେ ବିତୁଛି ଜୀବନ

author img

By

Published : Sep 6, 2020, 11:31 AM IST

Updated : Sep 6, 2020, 11:41 AM IST

ଅନୁଗୋଳ ମହାନଦୀ ସାତକୋଶିଆ ଗଣ୍ଡରେ ବନ୍ୟା ଯୋଗୁଁ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ଟିକରପଡା ଘାଟ ସାହିରେ ରହୁଥିବା ୧୦୦ରୁ ଅଧିକ ମତ୍ସ୍ୟଜୀବୀ ପରିବାର । ଖାଇବା ପାଇଁ ଦାନା ଗଣ୍ଡେ ନାହିଁ । ଘୋର ଅସୁବିଧା ମଧ୍ୟରେ ରିଲିଫ୍‌ କ୍ୟାମ୍ପରେ କଟୁଛି ଜୀବନ ।

ସୁଧୁରିନି ବନ୍ୟା ବିପନ୍ନଙ୍କ ଦୁଃଖ, ରିଲିଫ୍‌ କ୍ୟାମ୍ପରେ ବିତୁଛି ଜୀବନ

ଅନୁଗୋଳ: କୁହନ୍ତି ଦୁଃଖ ଯେବେ ଆସେ ସାଥିରେ ବନ୍ଧୁ ସହୋଦରଙ୍କୁ ଧରି ଆସେ....ଏହି ଉକ୍ତିଟି ଅନୁଗୋଳ ଟିକରପଡା ଘାଟ ସାହିରେ ରହୁଥିବା ମତ୍ସ୍ୟଜୀବୀଙ୍କୁ ଦେଖିଲେ ତାହା ଅନୁମେୟ । ପ୍ରଥମେ କୋରୋନା ମାଡ ଆଉ ଏବେ ଜଳପ୍ରଳୟ । ଲକଡାଉନ ସଟଡାଉନରୁ ବାହାରି ପରିବାର ପାଇଁ ଖାଦ୍ୟ ସଂଗ୍ରହ କରୁଥିବା ଏହି ମତ୍ସ୍ୟଜୀବୀଙ୍କ ପାଇଁ ବନ୍ୟା ଆଣିଦେଇଛି ଅସରନ୍ତି ଦୁଃଖ ।

ସାତକୋଶିଆ ଗଣ୍ଡରେ ବନ୍ୟା ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଟିକରପଡା ଘାଟ ସାହିରେ ରହୁଥିବା ୧୦୦ରୁ ଅଧିକ ମତ୍ସ୍ୟଜୀବୀ ପରିବାର । ବନ୍ୟା ଛାଡି ଯାଇଥିଲେ ବି ଏବେ ବି ପାଣି ଘେରରେ ଘର ଗୁଡିକ ରହିଛି । ଫଳରେ ୧୦ଦିନ ହେଲାଣି ସେମାନେ ସ୍କୁଲ ଘର ଓ ପଞ୍ଚାୟତ ଘରେ ଆଶ୍ରୟ ନେଇଛନ୍ତି ।

ଏପଟେ ବନ୍ୟା ଦାଉରୁ ବଢି ଯାଇଛି ପେଟ ଚାଖଣ୍ଡକ ପାଇଁ ଖାଦ୍ୟ ଯୋଗାଡ କରିବା । ପ୍ରଶାସନ ତରଫରୁ ୨ରୁ୩ ଦିନ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଦିଆଯାଇଥିଲା । ହେଲେ ଏବେ ତାହା ବନ୍ଦ କରି ଦିଆଯାଇଛି । ଫଳରେ ପେଟକୁ ମଧ୍ୟ ଭଲ ଦାନା ଗଣ୍ଡେ ମିଳୁନି । ସେମିତି ଶୁଖିଲା ଖାଦ୍ୟରେ ଦୁଃଖେ କଷ୍ଟେ କଟୁଛି ଜୀବନ ।

ତେବେ ନଦୀରୁ ମାଛ ମାରିଲେ ଘରେ ଚୁଲି ଜଳେ । କିନ୍ତୁ ଏବେ ନଦୀରେ ସ୍ରୋତ ଥିବାରୁ ନଦୀକୁ ମାଛ ମାରିବାକୁ ଯାଇପାରୁ ନାହାନ୍ତି ଧୀବର । ଏପରି ସ୍ଥିତିରେ କଣ କରିବେ ? କିଭଳି ପରିବାର ପ୍ରତିପୋଷଣ କରିବେ ସେ ନେଇ ଏବେ ଚିନ୍ତାରେ ମତ୍ସ୍ୟଜୀବୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Sep 6, 2020, 11:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.