ଅନୁଗୋଳ: ମରଣଜନ୍ତା ପାଲଟିଛି 55ନଂ ଜାତୀୟ ରାଜପଥ । ମରାମତି ଅବହେଳାରୁ ଦୈନିକ ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରି ଜିଲ୍ଲା ଓକିଲ ସଂଘ ପକ୍ଷରୁ 6 ଘଣ୍ଟିଆ ଅନୁଗୋଳ ବନ୍ଦ ଡାକରା ଦିଆଯାଇଛି ।
ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥର ତୁରନ୍ତ ମରାମତି ଦାବିରେ ଆଜି (ରବିବାର) ଅନୁଗୋଳ ଓକିଲ ସଂଘ ପକ୍ଷରୁ ୬ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଜିଲ୍ଲାର ବାମୁର ଠାରୁ ବଅଁରପାଳ ପର୍ଯ୍ୟନ୍ତ ପ୍ରାୟ ୧୦୦ କିମି ରାଜପଥକୁ ବିଭିନ୍ନ ସ୍ଥାନରେ ଅବରୋଧ କରାଯାଇଛି । ଫଳରେ କୌଣସି ଯାନବାହନ ଚଳାଚଳ କରୁନାହିଁ । ବନ୍ଦ ଡାକରାକୁ ଟ୍ରକ ମାଲିକ ସଂଘ, ବସ ମାଲିକ ସଂଘ, ସମସ୍ତ ରାଜନୈତିକ ଦଳ ଏବଂ ସାଧାରଣ ଜନତା ସମର୍ଥନ ଜଣାଇଛନ୍ତି ।
ଇଟିଭି ଭାରତ, ଅନୁଗୋଳ