ETV Bharat / state

12ଘଣ୍ଟିଆ ପାଲଲହଡା ବନ୍ଦ, ଓକିଲ ସଙ୍ଘର ବନ୍ଦ ଡାକରା - ଓକିଲ ସଙ୍ଘର ବନ୍ଦ ଡାକରା

ଅନୁଗୋଳ ଜିଲ୍ଲା ପାଲଲହଡା ଉପ କାରାଗାର ସ୍ଥାନାନ୍ତରକୁ ବିରୋଧ । ବରିଷ୍ଠ ଦେୱାନୀ କୋର୍ଟ ପ୍ରତିଷ୍ଠା ଦାବିରେ ସ୍ଥାନୀୟ ଓକିଲ ସଙ୍ଘ ପକ୍ଷରୁ ୧୨ଘଣ୍ଟିଆ ପାଲଲହଡା ବନ୍ଦ (12hour palahada strike) ଡାକରା ଦିଆଯାଇଛି । ଅଧିକ ପଢନ୍ତୁ

anugul strike  by advocate union
12ଘଣ୍ଟିଆ ପାଲହଡ଼ା ବନ୍ଦ, ଓକିଲ ସଙ୍ଘର ବନ୍ଦ ଡାକରା
author img

By

Published : Aug 23, 2022, 5:26 PM IST

Updated : Aug 23, 2022, 5:45 PM IST

ଅନୁଗୋଳ : ଦେଓ୍ବାନୀ କୋର୍ଟ ପ୍ରତିଷ୍ଠା ଦାବିରେ ପାଲହଡାରେ ୧୨ଘଣ୍ଟିଆ ବନ୍ଦ ଡାକରା(12hour palahada strike) । ଅନୁଗୋଳ ଜିଲ୍ଲାର ପାଲଲହଡା ଉପ କାରାଗାରାକୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯିବା ବିରୋଧରେ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ସମର୍ଥନ କରିଛନ୍ତି । ଏଥି ସହ ଆନ୍ଦୋଳନର ନେତୃତ୍ବ ନେଇଛନ୍ତି ଓକିଲ ସଂଘ ସଦସ୍ୟ । ଏନେଇ ପାଲଲହଡା ଓ ଖମାର ଅଞ୍ଚଳର ସମସ୍ତ ଦୋକାନ ବଜାରକୁ ଓକିଲ ସଂଘର ସଦସ୍ୟ ମାନେ ପିକେଟିଂ କରି ବନ୍ଦ କରିଛନ୍ତି ।

12ଘଣ୍ଟିଆ ପାଲଲହଡ଼ା ବନ୍ଦ, ଓକିଲ ସଙ୍ଘର ବନ୍ଦ ଡାକରା

ସୂଚନା ଅନୁଯାୟୀ, ଅନୁଗୋଳ ଜିଲ୍ଲାର ପାଲଲହଡା ଉପ କାରାଗାରାକୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯିବା ବିରୋଧରେ ଓକିଲ ସଂଘର କର୍ମକର୍ତ୍ତାମାନେ ବନ୍ଦ ଡାକରା ଦେଇଛନ୍ତି । ଓକିଲ ସଂଘର କର୍ମକର୍ତ୍ତା କହିଛନ୍ତି, " ପାଲଲହଡା ଜେଲ ଜିଲ୍ଲାର ସର୍ବ ପୁରାତନ ତଥା ରାଜାରାଜୁଡା ,ସମୟର ଜେଲ ହୋଇଥିବାରୁ ଏହା ପାଲଲହଡା ମାନଚିତ୍ରର ଏକ ଅଙ୍ଗ ପାଲଟିଛି । ଏନେଇ ପୁରାତନ ଜେଲକୁ ସ୍ଥାନାନ୍ତରଣ ନ କରିବା ଓ ପାଲଲହଡାରେ ଦେଓ୍ବାନୀ କୋର୍ଟ ନଥିବାରୁ ଏହାର ପ୍ରତିଷ୍ଠା ଦାବିରେ ଓକିଲ ସଂଘ ପକ୍ଷରୁ ଏହି ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ତେବେ ଯେତେଦିନ ପର୍ଯ୍ୟନ୍ତ ସରକାର ଦେଓ୍ବାନୀ କୋର୍ଟ ପ୍ରତିଷ୍ଠା ନ କରିଛନ୍ତି ଏବଂ ଜେଲ୍ ସ୍ଥାନାନ୍ତରଣ ଅର୍ଡରକୁ ବନ୍ଦ ନ କରିଛନ୍ତି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ । ସେହିପରି ଦାବି ପୂରଣ ନ ହେଲେ ଆଗକୁ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ" ବୋଲି ଓକିଲ ସଂଘ ପକ୍ଷରୁ ସୂଚନା ମିଳିଛି ।

ଓକିଲ ସଂଘର ଏହି ବନ୍ଦ ଡାକରାକୁ ଯୋଗୁଁ ସହର ମଧ୍ୟରେ ଗାଡି ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି । ସେପଟେ ପାଲଲହଡା ବସ ଆସୋସିଏସନ ବନ୍ଦକୁ ସମର୍ଥନ କରିଥିବାରୁ ପାଲଲହଡା ଅଞ୍ଚଳକୁ ବସ ଚଳାଚଳ ବନ୍ଦ ରହିଛି । ଅନ୍ୟପଟେ ପାଲଲହଡା ଦେଇ ଯାଇଥିବା ୪୯ ଏବଂ ୧୪୯ ନଂ ଜାତୀୟ ରାଜପଥକୁ ଓକିଲ ସଂଘ ବନ୍ଦ କରିଥିବାରୁ ରାସ୍ତାରେ ଶହ ଶହ ସଂଖ୍ୟା ରେ ଗାଡି ଅଟକି ରହିଛି । ଏନେଇ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଥି ସହ ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସେପଟେ ସଂଘ ପକ୍ଷରୁ ପ୍ରତୀକାତ୍ମକ ଭାବେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଦାବୀ ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସଂଘର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି ।

ଇଚିଭି ଭାରତ, ଅନୁଗୋଳ

Last Updated : Aug 23, 2022, 5:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.