ଅନୁଗୋଳ: ବିଭିନ୍ନ ଦାବି ନେଇ ଜିଲ୍ଲା ସଫେଇ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅନୁଗୋଳ ପୌରପାଳିକା ସମ୍ମୁଖରେ ଦାବି ଉପସ୍ଥାପନ କରିଛି ସଂଘ ।
ସଂଘର ସଭାପତି ତପନ ମହାନ୍ତିଙ୍କ ନେତୃତ୍ବରେ ଶତାଧିକ କର୍ମଚାରୀ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ବିଶେଷ କରି ଶ୍ରମ ଆଇନ ସଂଶୋଧନ କରିବା, ଦୈନିକ କାର୍ଯ୍ୟ ସମୟ 12ଘଣ୍ଟା ବଦଳରେ 8 ଘଣ୍ଟା ରଖିବା, ଆୟକର ଦେଉନଥିବା ପ୍ରତ୍ୟେକ ପରିବାରକୁ ମାସିକ 7 ହଜାର 500 ଟଙ୍କା ପ୍ରଦାନ କରିବା ଏବଂ ମନରେଗା କାମରେ ଦୈନିକ 6ଶହ ଟଙ୍କା ମଞ୍ଜୁରୀ ପ୍ରଦାନ କରିବା ଆଦି ଦାବି ଉପସ୍ଥାପନ କରାଯାଇଥିଲା । ଶେଷରେ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ