ETV Bharat / state

ଅନୁଗୋଳକୁ ଟେନସନ ଗଞ୍ଜାମ ଫେରନ୍ତା, 6 ନୂଆ ଆକ୍ରାନ୍ତ - 6 ନୂଆ ଆକ୍ରାନ୍ତ

ଅନୁଗୋଳର ଚିନ୍ତା ବଢାଉଛନ୍ତି ଗଞ୍ଜାମ ଫେରନ୍ତା । ମୋଟ୍ ଜିଲ୍ଲାରେ ୬ ଜଣ ପଜିଟିଭ ସ୍ପଷ୍ଟ ହେବା ସହ ସମସ୍ତେ ଗଞ୍ଜାମ ଫେରନ୍ତା ବୋଲି ଜଣାପଡିଛି । ଅଧିକ ପଢନ୍ତୁ..

ଅନୁଗୋଳକୁ ଟେନସନ ଗଞ୍ଜାମ ଫେରନ୍ତା, 6 ନୂଆ ଆକ୍ରାନ୍ତ

author img

By

Published : Jul 17, 2020, 9:12 PM IST

ଅନୁଗୋଳ: ଜିଲ୍ଲାର ଚିନ୍ତା ବଢାଉଛନ୍ତି ଗଞ୍ଜାମ ଫେରନ୍ତା । ଶୁକ୍ରବାର ସହରରେ ନୂଆ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଜିଲ୍ଲାରେ ୬ ଜଣ ପଜିଟିଭ ସ୍ପଷ୍ଟ ହେବା ସହ ସମସ୍ତେ ଗଞ୍ଜାମ ଫେରନ୍ତା ବୋଲି ଜଣାପଡିଛି ।

Anugul reported 6 new corona cases today
ଅନୁଗୋଳକୁ ଟେନସନ ଗଞ୍ଜାମ ଫେରନ୍ତା, 6 ନୂଆ ଆକ୍ରାନ୍ତ
ପ୍ରଥମେ ସଙ୍ଗରୋଧ, ପରେ ଗ୍ରାମାଞ୍ଚଳ ଏବଂ ଶିଳ୍ପାଞ୍ଚଳ ପରେ ଏବେ ଅନୁଗୋଳ ସହରାଞ୍ଚଳରେ ଚିହ୍ନଟ ହୋଇଛନ୍ତି କୋରୋନା ପଜିଟିଭ । ଯାହା ଏବେ ସହରବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସହରରେ 5 ସମେତ ଜିଲ୍ଲାରେ ଶୁକ୍ରବାର ପୁଣି ୬ ଜଣ କୋଭିଡ 19 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ଅନୁଗୋଳ ପୌରାଞ୍ଚଳର ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି । ସମସ୍ତେ ଗଞ୍ଜାମ ଫେରନ୍ତା ଏବଂ ସେମାନଙ୍କ ମଧ୍ୟରେ ତିନି ଜଣ ମହିଳା ଅଛନ୍ତି । ତେବେ ସହର ବାହାରେ ବାହାରିଥିବା ଜିଲ୍ଲାର ଅନ୍ୟ ଆକ୍ରାନ୍ତ ଜଣକ ମଧ୍ୟ ଗଞ୍ଜାମ ଫେରନ୍ତା । ସେ ଛେଣ୍ଡିପଦା ବ୍ଲକର ଜଣେ ମହିଳା ବୋଲି ସୂଚନା ରହିଛି ।ସେହିଭଳି କୋରୋନା ଯୋଗୁଁ ଜିଲ୍ଲାରେ ଦ୍ଵିତୀୟ ଲୋକର ମୃତ୍ୟୁ ହୋଇଛି । ମୃତକ ଜଣକ ତାଳଚେର ଅଞ୍ଚଳର । ସେ କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 2ରେ ପହଞ୍ଚିଛି ।ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.