ETV Bharat / state

ବିଷାକ୍ତ ମଦ ପିଇ 4 ଶ୍ରମିକ ମୃତ୍ୟୁ ଘଟଣା, 2 ଗିରଫ

author img

By

Published : Oct 28, 2020, 7:25 AM IST

ଅନୁଗୋଳର ପୁରୁଣାକୋଟ ଥାନା ପଥରଗଡ଼ର 4 ଜଣ ଶ୍ରମିକ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ଘଟଣାରେ 2 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ..

ବିଷାକ୍ତ ମଦ ପିଇ 4 ଶ୍ରମିକ  ମୃତ୍ୟୁ ଘଟଣା,  2 ଗିରଫ
ବିଷାକ୍ତ ମଦ ପିଇ 4 ଶ୍ରମିକ ମୃତ୍ୟୁ ଘଟଣା, 2 ଗିରଫ

ଅନୁଗୋଳ: ଜିଲ୍ଲା ପୁରୁଣାକୋଟ ଥାନା ପଥରଗଡ଼ ମଦ ମୃତ୍ୟୁ ଘଟଣା । 2 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛି ଜିଲ୍ଲା ପୋଲିସ ।

ବିଷାକ୍ତ ମଦ ପିଇ 4 ଶ୍ରମିକ  ମୃତ୍ୟୁ ଘଟଣା,  2 ଗିରଫ60///finalout3/odisha-nle/finalout/27-October-2020/9335096_police.jpg
ବିଷାକ୍ତ ମଦ ପିଇ 4 ଶ୍ରମିକ ମୃତ୍ୟୁ

ଗିରଫ ଅଭିଯୁକ୍ତ ଦୁହେଁ ହେଲେ କାଳିଆ ଦେହୁରୀ ଓ ବସନ୍ତ ଦେହୁରୀ । କାଳିଆ ଘର ପୁରୁଣା କୋଟ ଥାନା ବାଲି ଜେରେଙ୍ଗ ଗାଁ ରେ ହୋଇ ଥିବା ବେଳେ ପଥର ଗଡ଼ ଗାଁ ରେ ବସନ୍ତ ଦେହୁରୀର ଘର । ଉଭୟଙ୍କୁ ପୋଲିସ ଗିରଫ କରିଥିବା ସୂଚନା ଦେଇଛି । ଏମାନଙ୍କ ବିରୁଦ୍ଧରେ ପୋଲିସ ଅବକାରୀ ଆଇନ 2008 ସହ ଦଫା 272/273/304/323/325 ରେ ମାମଲା ରୁଜୁ କରିଛି ।

ମିଳିଥିବା ସୂଚନା ମୁତାବକ, ଶ୍ରମିକମାନେ ନିର୍ମାଣଧୀନ ଘରର ଛାତ ପକାଇବାକୁ ଯାଇଥିଲା ବେଳେ ସେଠାରେ ମଦ୍ୟପାନ କରିଥିଲେ । ମଦ ପିଇବା ପରେ ଅସୁସ୍ଥତା ଅନୁଭବ କରିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସୋମବାର ଗ୍ରାମରେ ହିଁ 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଆଉ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା ।ତେବେ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଶ୍ରମିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । କିନ୍ତୁ ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମଙ୍ଗଳବାର ମୃତ୍ୟୁ ଘଟିଥିବା ଶ୍ରମିକ ହେଉଛନ୍ତି ପ୍ରମୋଦ ସାହୁ । ଅନ୍ୟ ମୃତକମାନେ ଶଶୀକାନ୍ତ ଦେହୁରୀ, କାଇରା ପ୍ରଧାନ ଓ ଟୁକୁନା ପ୍ରଧାନ ବୋଲି ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.