ETV Bharat / state

ତିନି ବର୍ଷ ତଳେ ରାଜ୍ୟର ଗର୍ବ ଥିଲା, ଆଜି ପାଲଟିଛି ଲଜ୍ୟା - earlier situation after declared open defection

ଅନୁଗୋଳ ଜିଲ୍ଲାର କୁମୁରିଶିଙ୍ଘା ପଞ୍ଚାୟତ ତିନି ବର୍ଷ ତଳେ ରାଜ୍ୟର ପ୍ରଥମ ଖୋଲା ଶୌଚମୁକ୍ତ ଗାଁ ଭାବେ ସାରା ଦେଶରେ ପରିଚିତ ହୋଇଥିଲା । ତିନି ବର୍ଷ ପରେ ହଜିଯାଇଛି ଗୌରବ ଓ ଭାଙ୍ଗିଯାଇଛି ଗର୍ବ । ବର୍ତ୍ତମାନ ଗାଁର ପରିସ୍ଥିତି ଯଥା ପୂର୍ବଂ ତଥା ପର ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ
author img

By

Published : Jul 19, 2019, 2:39 PM IST

ଅନୁଗୋଳ: ତିନି ବର୍ଷ ତଳେ ରାଜ୍ୟ ପାଇଁ ଗର୍ବ ଥିଲା ଏହି ଗାଁ । ୨୦୧୫ରେ ଓଡିଶାର ପ୍ରଥମ ଖୋଲା ଶୌଚମୁକ୍ତ ପଞ୍ଚାୟତ ଭାବେ ଘୋଷିତ ହୋଇଥିଲା । ଶୌଚ ପାଇଁ କେହି ମଧ୍ୟ ବାହାରକୁ ଯାଉନଥିଲେ । ସାରା ଦେଶରେ ଏହା ପାଲଟିଥିଲା ଚର୍ଚ୍ଚାର ବିଷୟ । ବାହାର ରାଜ୍ୟରୁ ପ୍ରତିନିଧି ଆସି ଶୌଚମୁକ୍ତର ଉପାୟ ଶିଖି ଯାଉଥିଲେ । ହେଲେ ଏହା ଥିଲା ମାତ୍ର ତିନି ବର୍ଷର କାହାଣୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ତିନି ବର୍ଷ ପରେ ହଜିଯାଇଛି ଗୌରବ ଓ ଭାଙ୍ଗିଯାଇଛି ଗର୍ବ । ବର୍ତ୍ତମାନ ଗାଁର ପରିସ୍ଥିତି ଯଥା ପୂର୍ବଂ ତଥା ପର ରହିଛି । ତିନି ବର୍ଷ ବିତିଗଲାଣି ଆଉ ଏବେ ପଞ୍ଚାୟତର ବାସ୍ତବ ସ୍ଥିତି ଦେଖିଲେ ଲାଜରେ ମୁଣ୍ଡ ନଇଁଯିବ । ପୁଣି ଫେରି ଆସିଛି ପୂର୍ବାବସ୍ଥା । ଲୋକେ ଶୌଚ ପାଇଁ ବାହାରକୁ ଯାଉଛନ୍ତି । ଆଉ ନିର୍ମିତ ହୋଇଥିବା ପାଇଖାନାରେ ଏବେ ରହୁଛି ଗୃହ ଉପଯୋଗୀ ଜିନିଷ ।

ଏହା ହେଉଛି ଅନୁଗୋଳ ଜିଲ୍ଲାର କୁମୁରିଶିଙ୍ଘା ପଞ୍ଚାୟତର କାହାଣୀ । ତିନି ବର୍ଷ ତଳେ ରାଜ୍ୟର ପ୍ରଥମ ଖୋଲା ଶୌଚମୁକ୍ତ ଗାଁ ଭାବେ ସାରା ଦେଶରେ ପରିଚିତ ହୋଇଥିଲା । ସେତେବେଳର ମୁଖ୍ୟ ଶାସନ ସଚିବ ନିଜେ ପଞ୍ଚାୟତ ବୁଲି ଏହାକୁ ଖୋଲା ଶୌଚମୁକ୍ତ ଭାବେ ଘୋଷଣା କରିଥିଲେ । ପଞ୍ଚାୟତର ୬,୫୦୦ ଲୋକଙ୍କ ପାଇଁ ନିର୍ମାଣ ହୋଇଥିଲା ପାଖାପାଖି ୧୭୦୦ରୁ ଅଧିକ ପାଇଖାନା । ମାତ୍ର ଏବେ ବଦଳିଯାଇଛି ସେଠାକାର ପରିସ୍ଥିତି । ଯୋଜନା ହୋଇଛି ବାଟମଣା । ବର୍ତ୍ତମାନ ଶୌଚ ପାଇଁ ଲୋକେ ବାହାରକୁ ଯାଉଥିବାବେଳେ ପାଇଖାନାରେ ରହୁଛି ଗୃହ ଉପକରଣ ଜିନିଷ ।

କିଏ ନିର୍ମାଣ ହୋଇଥିବା ପାଇଖାନାରେ ଚାଉଳ ବସ୍ତା ରଖିଛି ତ କିଏ ପିଆଜ ରସୁଣ ରଖୁଛି । କାହା ପାଇଖାନାରେ ଗାଈଙ୍କ ପାଇଁ ବର୍ଷା ଦିନ ଖାଦ୍ୟ ରହିଛି ତ ଅନ୍ୟ କେଉଁଠି କାଠ ଏବଂ ଜାଳେଣୀ ମହଜୁଦ ଅଛି । ସବୁଠାରୁ ବଡ କଥା ହେଉଛି ଏଠି ଯେଉଁ ସବୁ ପାଇଖାନା ହୋଇଛି ତାହା ସମ୍ପୂର୍ଣ୍ଣ ହୋଇନାହିଁ । ଲୋକ କିପରି ଏହାକୁ ବ୍ୟବହାର କରିବେ ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି । କେବଳ ଘର ନିର୍ମାଣ ହୋଇ ପାଇଖାନା ପ୍ୟାନ ବସିଥିବାବେଳେ ଟାଙ୍କି ନାହିଁ କି ଜଳ ଯୋଗାଣର ବ୍ୟବସ୍ଥା ମଧ୍ୟ ନାହିଁ ।

ଏହା ଉପରେ ପଞ୍ଚାୟତବାସୀ ଅଭିଯୋଗ କରି କହିଛନ୍ତି ଯେ କେବଳ ଲୋକ ଦେଖାଣିଆ ପାଇଁ ଏତେ ସବୁ ବ୍ୟବସ୍ଥା କରାଯାଇଥିଲା । ଯେଉଁ ଠିକାଦାର ପାଇଖାନା ନିର୍ମାଣ କରୁଥିଲା ସେ କେବଳ ଘର ନିର୍ମାଣ କରି ଅଧାରେ ଛାଡିଦେଲା । ଫଳରେ ସେମାନେ ଅଧା ତିଆରି ପାଇଖାନାକୁ ଆଉ ବ୍ୟବହାର କରିନାହାନ୍ତି । ଆଉ ଏଥିପାଇଁ ଦାୟୀ କରିଛନ୍ତି ସେତେବେଳର ସରପଞ୍ଚକୁ । କେବଳ ନିଜେ ବାହା ବାହା ନେବା ପାଇଁ ତରବରିଆ ଭାବେ ଏପରି ଅଧା ପାଇଖାନା ନିର୍ମାଣ କରାଇଥିଲେ ।

ପଞ୍ଚାୟତର ପାଇଖାନା ସ୍ଥିତି ସମ୍ପର୍କରେ ଜିଲ୍ଲା ଜଳ ପରିମଳ ମିଶନ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାରୁ ସେମାନେ ଲୋକଙ୍କୁ ଦୋଷ ଦେଇଥିଲେ । ତାଙ୍କ କହିବାନୁସାରେ ସେମାନେ ପାଇଖାନା ନିର୍ମାଣ କରିଥିଲେ । ଏହାପରେ ଲୋକେ ତାହାକୁ ବ୍ୟବହାର କରି ରକ୍ଷଣାବେକ୍ଷଣ କରିବା କଥା । ତେବେ ପଞ୍ଚାୟତରେ ତଦାରଖ ପାଇଁ କମିଟି ଗଠନ କରାଯାଇଛି । ପୁଣି କିଭଳି ଶିଘ୍ର ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ସେଥିଉପରେ ନଜର ଦିଆଯିବ ବୋଲି କହିଛନ୍ତି ଅଧିକାରୀ ।

ତେବେ ପ୍ରକୃତରେ ଏହି ଯୋଜନା କାହା ପାଇଁ ତିଆରି ହୋଇଥିଲା ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ବଚ୍ଛ ଭାରତ ନାରାରେ ଯୋଜନାକୁ କାର୍ଯ୍ୟକାରୀ କରାଇବାକୁ ସରକାରୀ ଅଧିକାରୀଙ୍କର ପ୍ରକୃତରେ ଇଚ୍ଛା ଥିଲା । ଅଥବା ବଡବଡିଆ ଅଫିସର କେବଳ ଆଗଭର ହୋଇଥିଲେ ନିଜର ବାହା ବାହା ପାଇଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଧରାପଡ଼ିଲା ସୁନାଚେନ ଲୁଟେରା , ଚେନ ଲୁଟେରା କୁ ଧରି ଉତ୍ତମ ମଧ୍ୟମ ଦେଲେ ଲୋକେ। ରାସ୍ତାରେ ଯାଉଥିବା ବେଳେ ଜଣେ ଯୁବତୀଙ୍କ ବେକରୁ ସୁନା ଚେନ ଲୁଟି ନେବାବେଳେ ଧରା ପଡିଲା ଲୁଟେରା, ଧରାପଡ଼ିବା ପରେ ସ୍ଥାନୀୟ ଲୋକେ ନିର୍ଘାତ ପିଟିଛନ୍ତି, ଏ ଭଳି ଘଟଣା ଘଟିଛି ଉଦଳା ଥାନା ଅଞ୍ଚଳରେ
Body:ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ସମ୍ମୁଖରେ ଜଣେ ଯୁବତୀ ଚାଲି ଚାଲି ଯାଉଥିବା ବେଳେ ଜଣେ ଲୁଟେରା ଯୁବତୀଙ୍କ ବେକରୁ ସୁନାଚେନ ଲୁଟ କରିବାକୁ ଉଦ୍ୟମ କରିଥିଲେ, ଯୁବତୀଙ୍କ ବେକରୁ ସୁନା ଚେନ ଲୁଟ କରିବା ପରେ ରାସ୍ତାରେ ଯାଉଥିବା ଅନ୍ୟ ଲୋକେ ଲୁଟେରାକୁ ଧରିଥିବା ବେଳେ ଲୁଟେରା ଚେନକୁ ଫିଙ୍ଗି ଦେଇଛି, ଲୁଟେରାକୁ ଧରିବା ପରେ ସ୍ଥାନୀୟ ଲୋକେ ତାକୁ ନିର୍ଘାତ ମାଡ ମାରିଥିବା ବେଳେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଲୁଟେରାକୁ ଉଦ୍ଧାର କରି ଥାନାକୁ ନେଇଛି, ଉଦଳା ରେ ଲଗାତାର ଚୋରି ବଢ଼ି ଚାଲିଥିବା ବେଳେ ପୁଣି ଚେନ ଲୁଟ ଉଦ୍ୟମ ପୋଲିସ ଉପରକୁ ଆଙ୍ଗୁଳି ନିର୍ଦେଶ କରୁଛି।Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.